www.samajalive.in
Saturday, December 6, 2025
19.1 C
Bhubaneswar

ଆମେରିକା ଠାରୁ ଭାରତ କିଣିବ ପ୍ରିଡେଟର ଡ୍ରୋନ; କ୍ଷେପଣାସ୍ତ୍ର ବହନ କରିବାକୁ ସମର୍ଥ

ନୂଆଦିଲ୍ଲୀ: ଦେଶର ପ୍ରତିରକ୍ଷା ବ୍ୟବସ୍ଥାକୁ ଅଧିକ ମଜଭୁତ କରିବାକୁ ଯାଇ କେନ୍ଦ୍ର ସରକାର ଆମେରିକାଠାରୁ ୩୦ଟି ପ୍ରିଡେଟର ଡ୍ରୋନ କିଣିବାକୁ ନିଷ୍ପତ୍ତି ନେଇଛନ୍ତି । ଆମେରିକା ସହିତ ଏ ସମ୍ପର୍କରେ ଦୀର୍ଘମାସ ଆଲୋଚନା ସହିତ ଆଭ୍ୟନ୍ତରୀଣ ସ୍ତରରେ ଆଲୋଚନା ପରେ ଭାରତର ପ୍ରତିରକ୍ଷା ବିଭାଗ ଏହି ଏମକ୍ୟୁ-୧ ପ୍ରିଡେଟର ଡ୍ରୋନ କିଣିବାକୁ ସ୍ଥିର କରିଛି । ଏହି ଚାଳକ ବିହୀନ ବିମାନ କ୍ଷେପଣାସ୍ତ୍ର ବହନ କରିବାକୁ ସମର୍ଥ । ଏହା ଦେଶର ସୀମାରେଖାକୁ ସୁରକ୍ଷା ପ୍ରଦାନ କରିବାର ଫଳପ୍ରଦ ହେବ ବୋଲି କୁହାଯାଇଛି ।
ଭାରତର ପ୍ରତିରକ୍ଷା ସାମଗ୍ରୀ କ୍ରୟ ପରିଷଦର ମୁଖ୍ୟ ତଥା ପ୍ରତିରକ୍ଷା ସଚିବ ଅଜୟ କୁମାର ଏବଂ ତିନି ବାହିନୀର ଉପମୁଖ୍ୟ, ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ ଏହି ପ୍ରିଡେଟର କ୍ରୟକୁ ମଞ୍ଜୁରି ପ୍ରଦାନ କରିବା ଆଶା କରାଯାଉଛି । ଏହି ୩୦ଟି ଡ୍ରୋନ ମଧ୍ୟରୁ ୧୦ଟି ଡ୍ରୋନରେ ହେଲଫାୟାର କ୍ଷେପଣାସ୍ତ୍ର ଖଞ୍ଜାଯାଇ ତାହାକୁ ତିନି ବାହିନୀକୁ ହସ୍ତାନ୍ତର କରାଯିବ । ସବୁସ୍ତରରୁ ଅନୁମୋଦନ ମିଳିବା ପରେ ତାହା କ୍ରୟ ପାଇଁ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ ନିକଟରେ ଉପସ୍ଥାପନ କରାଯିବ । ଏହା ଭାରତର ପ୍ରତିରକ୍ଷା ବ୍ୟବସ୍ଥାକୁ ମଜଭୁତ କରିବା ସହିତ ଶତ୍ରୁପକ୍ଷର ଗୁରୁତ୍ୱପୂର୍ଣ୍ଣ ସ୍ଥଳଗୁଡିକୁ ଲକ୍ଷ୍ୟ ଭେଦ କରିବାରେ ସଫଳ ହେବ ବୋଲି କୁହାଯାଉଛି । ଏଗୁଡିକ ଆମେରିକା ନିକଟରୁ ଖରିଦ କରାଯିବା ପରେ ଭାରତରେ ତାହାର ରକ୍ଷଣାବେକ୍ଷଣ ଓ ମରାମତି ବ୍ୟବସ୍ଥାର ବିକାଶ କରାଯିବ । ସୂଚନାଯୋଗ୍ୟ ଯେ ପ୍ରଥମ ଥର ପାଇଁ ଏହି ଅସ୍ତ୍ରକୁ ଭାରତ ଭଳି ଏକ ଅଣ ନାଟୋ ରାଷ୍ଟ୍ରକୁ ବିକ୍ରି କରିବାକୁ ରାଜି ହୋଇଛି । ଏହା ଦୀର୍ଘସମୟ ପର୍ଯ୍ୟନ୍ତ ୨୦ ହଜାର ଫୁଟ ଉଚ୍ଚତାରେ ଉଡାଣ କରିପାରିବ ଏବଂ ଏହାର ଲକ୍ଷ୍ୟଭେଦୀ କ୍ଷମତା ୧୨୦୦ କିଲୋମଟର ରହିଛି । ଏକ ସମୟରେ ଏହା ଦୁଇଟି ହେଲଫାୟାର କ୍ଷେପଣାସ୍ତ୍ର ବହନ କରିପାରିବ । ଏ ବାବଦରେ ଭାରତ ସରକାର ପ୍ରାୟ ୨୦ ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ ବୋଲି ଜଣାଯାଇଛି ।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories