ମୋହାଲି : ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟ୍ବେଣ୍ଟି-୨୦ସିରିଜ୍ର ଦ୍ୱିତୀୟ ଟି-୨୦ ମ୍ୟାଚ୍ ଆଜି ମୋହାଲିରେ ଖେଳାଯିବ। ଭାରତୀୟ ସମୟ ରାତି ୭ଟାରେ ମ୍ୟାଚ୍ ଆରମ୍ଭ ହେବ। ଧର୍ମଶାଳାରେ ହେବାକୁଥିବା ପ୍ରଥମ ମ୍ୟାଚ ବର୍ଷା ଧୋଇ ନେବାରୁ ଏହି ମ୍ୟାଚ୍ ଉପରେ ସମସ୍ତଙ୍କର ନଜର ରହିଛି।
ଭାରତୀୟ ଟ୍ବେଣ୍ଟି -୨୦ ଦଳର ନିୟମିତ ଖେଳାଳିଙ୍କ ସହ କିଛି ଯୁବ ବୋଲର ଏହି ମ୍ୟାଚ୍ରେ ଖେଳିବାକୁ ଯାଉଛନ୍ତି। ଅନ୍ୟପକ୍ଷରେ କ୍ବିଣ୍ଟନ ଡି କକ୍ଙ୍କ ନେତୃତ୍ବରେ ଏକ ଅନଭିଜ୍ଞ ଦଳ ଭାରତର ମୁକାବିଲା କରିବ। ଦଳରେ ଫାଫ୍ ଡୁ ପ୍ଲେସି କି ହାସିମ୍ ଆମ୍ଲା ମଧ୍ୟ ନାହାନ୍ତି। ପୁଣି କାଗିସୋ ରାବାଡ଼ାଙ୍କୁ ଛାଡ଼ି କେହି ଅଭିଜ୍ଞ ବୋଲର ନାହାନ୍ତି। ତେଣୁ ଭାରତ ଏହି ମ୍ୟାଚ୍ରେ ଫେଭରିଟ୍ର ମାନ୍ୟତା ପାଇଛି।



