ଦେଶର ପ୍ରଥମ ମହିଳା ଡିଜିପି କାଞ୍ଚନ ଚୌଧୁରୀ ଭଟ୍ଟାଚାର୍ଯ୍ୟଙ୍କ ପରଲୋକ

ମୁମ୍ବଇ : ଉତ୍ତରାଖଣ୍ଡ ଏବଂ ଦେଶର ପ୍ରଥମ ମହିଳା ଜିଡିପି କାଞ୍ଚନ ଚୌଧୁରୀ ଭଟ୍ଟାଚାର୍ଯ୍ୟଙ୍କ ସୋମବାର ବିଳମ୍ବିତ ରାତିରେ ମୁମ୍ବଇରେ ପରଲୋକ ହୋଇଯାଇଛି। ୨୦୧୪ ଲୋକସଭା ନିର୍ବାଚନରେ ସେ ହରିଦ୍ୱାରରୁ ଆମ ଆଦମୀ ପାର୍ଟି (ଆପ) ଟିକେଟରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ।

prayash

ପୁଲିସ୍‍ ମହାନିର୍ଦେଶକ (ଆଇନ ବ୍ୟବସ୍ଥା) ଅଶୋକ କୁମାର କହିଛନ୍ତି ଯେ କାଞ୍ଚନ ଦୀର୍ଘ ଦିନ ହେବ ଅସୁସ୍ଥ ଥିଲେ। ସୋମବାର ବିଳମ୍ବିତ ରାତିରେ ମୁମ୍ବଇର ଏକ ଘରୋଇ ହସ୍ପିଟାଲରେ ତାଙ୍କ ଦେହାନ୍ତ ହୋଇଯାଇଛି। ୧୯୭୩ ବ୍ୟାଚର ଆଇପିଏସ୍‍ ଅଧିକାରୀ କାଞ୍ଚନ ଚୌଧୁରୀ ଭଟ୍ଟାଚାର୍ଯ୍ୟ ୨୦୦୪ରେ ଉତ୍ତରାଖଣ୍ଡର ଡିଜିପି ହୋଇଥିଲେ। ସେ ୨୦୦୭ ଅକ୍ଟୋବର ୩୧ରେ ପୁଲିସ୍‍ ମହାନିର୍ଦେଶକ ପଦରୁ ଅବସର ନେଇଥିଲେ। ତାଙ୍କ ଜୀବନ ଉପରେ ଦୂରଦର୍ଶନର ଲୋପ୍ରିୟ ଧାରାବାହିକ ‘ଉଡ଼ାନ’ ପର୍ଯ୍ୟବେଶିତ ଥିଲା। ଡେରାଡୁନ କୃଷାଳୀ ଗ୍ରାମ ଏବଂ ହରିଦ୍ୱାରରେ ତାଙ୍କର ଘର ଥିଲା। କାଞ୍ଚନ ଚୌଧୁରୀ ଭଟ୍ଟାଚାର୍ଯ୍ୟ ଦେଶର ପ୍ରଥମ ମହିଳା ଡିଜିପି ଥିଲେ। ଅବସର ଗ୍ରହଣ କରିବା ପରେ ସେ ରାଜନୀତିରେ ପାଦ ଦେଇଥିଲେ। ଏକ ସାଧାରଣ ମଧ୍ୟବିତ୍ତ ପରିବାରରୁ ଭାରତୀୟ ପୁଲିସ୍‍ ସେବା ପର୍ଯ୍ୟନ୍ତ ଯାତ୍ରା କରିଥିବା କାଞ୍ଚନ ଚୌଧୁରୀଙ୍କ ଜୀବନ ଉପରେ ନବେ ଦଶକରେ ଦୂରଦର୍ଶନରେ ଲୋକପ୍ରିୟ ଧାରାବାହିକ ‘ଉଡ଼ାଣ’ ନିର୍ମିତ ହୋଇଥିଲା। ‘ଉଡ଼ାନ’ ଧାରାବାହିକ ମହିଳା ସଶକ୍ତିକରଣ ଉପରେ କେନ୍ଦ୍ରୀତ ଥିଲା।

kalyan agarbati

Comments are closed.