ଏସ-୪୦୦ କ୍ଷେପଣାସ୍ତ୍ର ପାଇଁ ରୁଷକୁ ଅଗ୍ରୀମ ଅର୍ଥ ପ୍ରଦାନ କଲା ଭାରତ

ନୂଆଦିଲ୍ଲୀ : ଭୂପୃଷ୍ଠରୁ ଆକାଶମାର୍ଗକୁ ନିକ୍ଷେପ କରାଯାଇପାରୁଥିବା ଅତ୍ୟାଧୁନିକ କ୍ଷେପଣାସ୍ତ୍ର ଏସ୍‍-୪୦୦ (ବାୟୁ ପ୍ରତିରକ୍ଷା ବ୍ୟବସ୍ଥା) କ୍ରୟ ପାଇଁ ଭାରତ ରୁଷକୁ ଅଗ୍ରୀମ ଅର୍ଥ ପ୍ରଦାନ କରିଛି। ଏବେ ଭାରତକୁ ଏହି କ୍ଷେପଣାସ୍ତ୍ରର ପ୍ରଥମ କ୍ଷେପ ଆସନ୍ତା ବର୍ଷ ଜାନୁଆରୀରେ ମିଳିବ। ଆସନ୍ତା ୬ ବର୍ଷ (୨୦୨୫) ମଧ୍ୟରେ ରୁଷ ଭାରତକୁ ଏସ-୪୦୦ କ୍ଷେପଣାସ୍ତ୍ରର ସମସ୍ତ ଡିଫେନ୍ସ ସିଷ୍ଟମ ପ୍ରଦାନ କରିବ। ରୁଷ ନ୍ୟୁଜ୍‍ ଏଜେନ୍ସି ପକ୍ଷରୁ ଗୁରୁବାର ଏହି ସୂଚନା ମିଳିଛି।
ରୁଷର ପ୍ରତିରକ୍ଷା ସହଯୋଗ ଏଜେନ୍ସିର ନିର୍ଦେଶକ ଭ୍ଲାଦିମିର ଚଳିତ ବର୍ଷ ଜୁଲାଇରେ କହିଥିଲେ ଯେ ରୁଷକୁ ୨୦୧୯ ମଧ୍ୟରେ ଏସ-୪୦୦ କ୍ଷେପଣାସ୍ତ୍ର ପାଇଁ ଅର୍ଥ ମିଳିଗଲେ ୨୦୨୦ ସୁଦ୍ଧା ଭାରତକୁ ପ୍ରଥମ କ୍ଷେପ କ୍ଷେପଣାସ୍ତ୍ର ପ୍ରଦାନ କରାଯିବ। ସମ୍ପୂର୍ଣ୍ଣ ଯୋଗାଣ ୨୦୨୦ ସୁଦ୍ଧା ହୋଇଯିବ।

prayash

ଏସ୍‍-୪୦୦ ରୁଷର ଅତ୍ୟନ୍ତ ଅତ୍ୟାଧୁନିକ ଦୂରଗାମୀ ଭୂପୃଷ୍ଠରୁ ବାୟୁମଣ୍ଡଳକୁ ନିକ୍ଷେପ କରାଯାଇପାରୁଥିବା କ୍ଷେପଣାସ୍ତ୍ର ପ୍ରତିରକ୍ଷା ବ୍ୟବସ୍ଥା। ଚୀନ୍‍ ପ୍ରଥମ ରାଷ୍ଟ୍ର ଭାବେ ଏହି ବ୍ୟବସ୍ଥା କ୍ରୟ କରିବା ଲାଗି ୨୦୧୪ରେ ରୁଷ୍‍ ସହିତ ଚୁକ୍ତି ସ୍ୱାକ୍ଷର କରିଥିଲା। ଇତିମଧ୍ୟରେ ମସ୍କୋ ବେଜିଂକୁ ଏକାଧିକ ଏସ୍‍-୪୦୦ କ୍ଷେପଣାସ୍ତ୍ର ବ୍ୟବସ୍ଥା ଯୋଗାଇ ଦେଇଛି। ଏସ୍‍-୪୦୦ ବାସ୍ତବରେ ଏସ୍‍-୩୦୦ର ଆଧୁନିକ ସଂସ୍କରଣ। ଅଲମାଜ-ଆଣ୍ଟି ଦ୍ୱାରା ଉତ୍ପାଦିତ ଏହି ବ୍ୟବସ୍ଥା ୨୦୦୭ରୁ ରୁଷ୍‍ରେ ବ୍ୟବହୃତ ହୋଇଆସୁଛି। ରୁଷ୍‍ ଭାରତର ଏକ ପ୍ରମୁଖ ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ଯୋଗାଣକାରୀ ରାଷ୍ଟ୍ର ହୋଇଥିବାରୁ ଉଭୟ ଦେଶ ମଧ୍ୟରେ ଏସ୍‍-୪୦୦କୁ ନେଇ  ୨୦୧୮ ଅକ୍ଟୋବରରେ ୫୦୦କୋଟି ଡଲାର ମୂଲ୍ୟରେ ବୁଝାମଣା ହୋଇଛି ।

kalyan agarbati

Comments are closed.