www.samajalive.in
Thursday, December 11, 2025
13.1 C
Bhubaneswar

୯ ବର୍ଷରେ ୧୧୯ ରେଳ ଦୁର୍ଘଟଣା, ୨୦୧୫ରେ ୨୧ଟି

ଭୁବନେଶ୍ବର: ବାହାନଗାରେ କରମଣ୍ଡଳ ରେଳ ଦୁର୍ଘଟଣାର ଭୟାବହତା ମନରୁ ଲିଭିନାହିଁ। ଏମ୍ସ ଭୁବନେଶ୍ବରରେ ଏବେବି ମୃତ ଶରୀର ଚିହ୍ନଟ ଅପେକ୍ଷାରେ ରହିଛି। ଏହି ମର୍ମନ୍ତୁଦ ରେଳ ଦୁର୍ଘଟଣାକୁ ଦେଶବାସୀ ଆଗାମୀ ବହୁ ବର୍ଷ ପର୍ଯ୍ୟନ୍ତ ମନେରଖିବେ। ଏଭଳି ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣାର ତଦନ୍ତ ସିବିଆଇ କରୁଥିବା ବେଳେ ୩ କର୍ମଚାରୀ ଦାୟିତ୍ବରେ ଅବହେଳା କରିଥିବାରୁ ସେମାନଙ୍କୁ ଗିରଫ କରି ଜେଲ ପଠାଇ ଦିଆଯାଇଛି। ପୁଣି ଓଡ଼ିଶାରେ ଏକ ବଡ଼ ରେଳ ଦୁର୍ଘଟଣା ଅଳ୍ପକେ ବର୍ତ୍ତିଛି। (ରେଳ ଚାଳକ) ଲୋକୋ ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଦୁର୍ଘଟଣା ଟଳିଯାଇଛି। କରମଣ୍ଡଳ ରେଳ ସିଗନାଲରେ ତ୍ରୁଟି ଥିବାରୁ ଦୁର୍ଘଟଣା ଘଟିଥିବା କୁହାଯାଉ ଥିବାବେଳେ ପୁଣି ରେଳ ବିଭାଗର ଦାୟିତ୍ୱ ହୀନତା ପଦାରେ ପଡ଼ିଛି। ବାହାନଗା ରେଳ ଷ୍ଟେସନରୁ ମାତ୍ର ୧୫ କିଲୋମିଟର ଦୂରରେ ଭଦ୍ରକ-ଖଡ଼ଗପୁର ମେମୁ ରେଳ ମଙ୍ଗଳବାର ଅପରାହ୍ଣରେ ଦୁର୍ଘଟଣାରୁ ବର୍ତ୍ତିଯିବାରୁ ମେମୁ ରେଳରେ ଯାତ୍ରା କରୁଥିବା ପ୍ରାୟ ୪୦୦ ଯାତ୍ରୀଙ୍କ ଜୀବନ ସୁରକ୍ଷିତ ରହିଛି।

୨୦୧୪ରୁ ୨୦୨୩ ସୁଦ୍ଧା ଦେଶରେ ପ୍ରାୟ ଛୋଟମୋଟ ୧୧୯ଟି ରେଳ ଦୁର୍ଘଟଣା ଘଟିଛି। ୨୦୨୩ରେ ରେଳ ମନ୍ତ୍ରଣାଳୟକୁ ଗୋଟିଏ ପରେ ଗୋଟିଏ ବିପଦ ମାଡି ଆସୁଛି। କେତେବେଳେ ମାଲବାହୀ ରେଳଗାଡି ଲାଇନଚ୍ୟୁତ ହେଉଛି ତ ଆଉ କେତେବେଳେ ମାଲବାହୀ ରେଳ ୱାଗନ ଛାଡି ଚାଲି ଯାଉଛି। ପୁଣି କର୍ମଚାରୀଙ୍କ ଅବହେଳା ଏବଂ ସତର୍କତା ଅଭାବରୁ ଗୋଟିଏ ରେଳ ଲାଇନରେ ଦୁଇ ରେଳ ମୁହଁାମୁହିଁ ହେଉଛନ୍ତି। ଚଳିତ ମାସ ୧୫ ତାରିଖ ସନ୍ଧ୍ୟାରେ ବାଣୀବିହାର ରେଳ ଷ୍ଟେସନ ନିକଟରେ ଏକ ମାଲବାହୀ ଗାଡି ଢେଙ୍କାନାଳ ମେରାମୁଣ୍ଡଳୀ ଅଭିମୁଖେ ଯାଉଥିବା ବେଳେ କିଛି ବଗି ଇଞ୍ଜିନଠାରୁ ଅଲଗା ହୋଇଥିଲା। ସୌଭାଗ୍ୟ ବଶତଃ କୌଣସି ବଡ ଅଘଟଣ ଘଟିନାହିଁ; କିନ୍ତୁ ଏହି ସମୟରେ ପଛରୁ ଆସୁଥିବା ବିଶାଖା ଏକ୍ସପ୍ରେସ ୱାଗନଠାରୁ ୮୦ମିଟର ଦୂରରେ ଅଟକିଥିଲା। ଫଳରେ ଅଳ୍ପକେ ଦୁର୍ଘଟଣାରୁ ରକ୍ଷା ପାଇଥିଲା ବିଶାଖା ଏକ୍ସପ୍ରେସ।

- Advertisement -

ମଙ୍ଗଳବାର ଭଦ୍ରକରୁ ମେମୁ ରେଳଟି ଖଡ଼ଗପୁର ଯାଉଥିଲା। ନୀଳଗିରି ରୋଡ ବାରୁଣସିଂ ଷ୍ଟେସନରେ ଡାଉନ୍‌ ଲାଇନରେରେ ଆସୁଥିବା ବେଳେ ରେଳଟି ହଠାତ୍‌ ଲୁପ୍‌ ଲାଇନରେ ପଶିଥିଲା। କ’ଣ ପାଇଁ ଷ୍ଟେସନ ନିକଟରେ ଲୁପ୍‌ ଲାଇନରେ ପଶିଗଲା ମେମୁ ରେଳ ସେ କଥା ଜଣାପଡ଼ିନାହିଁ; କିନ୍ତୁ ରେଳଟି ଲୁପ୍‌ ଲାଇନ୍‌ ଦେଇ ଆଗକୁ ବଢ଼ୁଥିବା ବେଳେ ଲୋକୋ ପାଇଲଟ ଜାଣିବାକୁ ପାଇଥିଲେ। ହଠାତ୍‌ ସେ ଉପସ୍ଥିତ ବୁଦ୍ଧି ଲଗାଇ ଅଟକାଇବା ସହିତ ରେଳକୁ ପୁଣି ମେନ୍‌ ଲାଇନ୍‌କୁ ଫେରାଇଥିବାରୁ ଦୁର୍ଘଟଣା ବର୍ତ୍ତିଯାଇଥିଲା। କରମଣ୍ଡଳ ରେଳ ମଧ୍ୟ ସମାନ ଭାବେ ମୁଖ୍ୟ ଧାରଣାରୁ ଲୁପ୍‌ ଲାଇନରେ ଯାଇ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ଏହି ମେମୁ ରେଳ ଲୁପ୍‌ ଲାଇନରେ କାହିଁକି ପଶିଲା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ହାଓଡାରୁ ସିକନ୍ଦରାବାଦ ଯାଉଥିବା ଫାଲକନାମା ଏକ୍ସପ୍ରେସ ବଗିରେ ଅଗ୍ନିକାଣ୍ଡ ଘଟିବାରୁ ୩ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ଅନ୍ୟଯାତ୍ରୀ ସୁରକ୍ଷିତ ରହିଥିଲେ। ତେଲଙ୍ଗାନାର ଭୋଙ୍ଗିର ନିକଟରେ ବଗିରେ ନିଆଁ ଲାଗିଥିଲା। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ୨୫ ବଗି ବିଶିଷ୍ଟ ଏହି ରେଳରେ ବହୁ ଓଡ଼ିଆ ଥିଲେ। ଯେଉଁ ୩ଟି ବଗି ଏସ୍‌-୫, ଏସ୍‌-୬ ଓ ଏସ୍‌-୭ ବିଶେଷ କ୍ଷତିଗ୍ରସ୍ତ ହୋଇଛି ସେଥିରେ ୧୦ଜଣ ଓଡ଼ିଆ ରହିଥିବା ସୂଚନା ମିଳିଥିଲା। ତେବେ କାହାର କିଛି କ୍ଷତି ହୋଇ ନ ଥିଲା। ବଡ ଦୁର୍ଘଟଣାରୁ ଶହ ଶହ ରେଳଯାତ୍ରୀ ରକ୍ଷା ପାଇଥିଲେ। ୨୦୧୪ରେ ୧୬ଟି ରେଳ ଦୁର୍ଘଟଣା ଘଟିଥିବା ବେଳେ ୨୦୧୫ରେ ୨୧, ୨୦୧୬ରେ ୧୭, ୨୦୧୭ରେ ୧୪, ୨୦୧୮ରେ ୧୩, ୨୦୧୯ରେ ୭, ୨୦୨୦ରେ ୧୦, ୨୦୨୧ରେ ୧୧ ଏବଂ ୨୦୨୨ରେ ୧୦ଟି ରେଳ ଦୁର୍ଘଟଣା ଘଟିଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories