www.samajalive.in
Friday, December 12, 2025
15.1 C
Bhubaneswar

୪ ଦିନିଆ ଭାରତ ଗସ୍ତରେ ପର୍ତ୍ତୁଗାଲ ରାଷ୍ଟ୍ରପତି : ଦୁଇ ଦେଶ ମଧ୍ୟରେ ୧୪ଟି ରାଜିନାମା ସ୍ୱାକ୍ଷରିତ

ନୂଆଦିଲ୍ଲୀ : ଭାରତ ଓ ପର୍ତ୍ତୁଗାଲ ପୁଞ୍ଜିନିବେଶ, ପରିବହନ, ବନ୍ଦର, ସଂସ୍କୃତି, ଶିଳ୍ପ ଓ ଭୌତିକ ସମ୍ପତ୍ତି ଅଧିକାର ସମେତ ବିଭିନ୍ନ କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇଁ ଶୁକ୍ରବାର ୧୪ଟି ରାଜିନାମା ସ୍ୱାକ୍ଷର କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ପର୍ତ୍ତୁଗାଲ ରାଷ୍ଟ୍ରପତି ମାର୍ସେଲୋ ରେବେଲୋ ଡି ସୋସାଙ୍କ ମଧ୍ୟରେ ବ୍ୟାପକ ଆଲୋଚନା ପରେ ଏହି ରାଜିନାମାଗୁଡ଼ିକ ସ୍ୱାକ୍ଷରିତ ହୋଇଛି। ବୈଦେଶିକ ବିଭାଗ ମୁଖପାତ୍ର ରବିଶ କୁମାର କହିଛନ୍ତି, ଶ୍ରୀ ମୋଦୀ ଓ ଶ୍ରୀ ଡି ସୋସାଙ୍କ ମଧ୍ୟରେ ବ୍ୟାପକ ବିଷୟ ଉପରେ କଥାବାର୍ତ୍ତା ହୋଇଛି। ଭାରତ-ପର୍ତ୍ତୁଗାଲ ଭାଗିଦାରୀ ସମ୍ପର୍କ ବୃଦ୍ଧିରେ ଏହା ସାହାଯ୍ୟ କରିବ। ଭାରତକୁ ୪ ଦିନ ଗସ୍ତ ପାଇଁ ଶ୍ରୀ ଡି ସୋସା ଗୁରୁବାର ନୂଆଦିଲ୍ଲୀରେ ପହଞ୍ଚିଥିଲେ।

ଭାରତକୁ ଏହା ତାଙ୍କର ପ୍ରଥମ ଗସ୍ତ। ଶୁକ୍ରବାର ରାଷ୍ଟ୍ରପତି ଭବନ ପ୍ରାଙ୍ଗଣରେ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ତାଙ୍କ ସହ ସେଠାକାର
ବୈଦେଶିକ ମନ୍ତ୍ରୀ ଅଗଷ୍ଟୋ ସାଣ୍ଟୋସ ସିଲ୍‍ବା ଓ ଅନ୍ୟ ନେତୃବୃନ୍ଦ ଆସିଛନ୍ତି। ପର୍ତ୍ତୁଗାଲ ରାଷ୍ଟ୍ରପତିଙ୍କ ସମ୍ମାନାର୍ଥେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ଏକ ନୈଶ ଭୋଜିସଭାର ଆୟୋଜନ କରିଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories