ଆଜି ଭାରତ-ପାକିସ୍ତାନ ମହା ମୁକାବିଲା

ଦୁବାଇ: କ୍ରିକେଟ୍‌ ଦୁନିଆରେ ଭାରତ ଓ ପାକିସ୍ତାନ ମଧ୍ୟରେ ମୁକାବିଲାଠାରୁ ବଡ଼ ମ୍ୟାଚ୍‌ ଆଉ କିଛିନାହିଁ। ଉଭୟ ଦେଶଙ୍କ ମଧ୍ୟ​‌େ​‌ର ଦ୍ବିପାକ୍ଷିକ କ୍ରିକେଟ୍‌ ବନ୍ଦ ହୋଇ ଯାଇଥିବା ବେଳେ ଆଇସିସି ଟୁର୍ଣ୍ଣାମେଣ୍ଟ ଓ ଏସିଆ କପ୍‌ରେ କେବଳ ଉଭୟଙ୍କ ମୁକାବିଲା ଦେଖିବାକୁ ମିଳିଥାଏ। ୧୦ ମାସ ତଳେ ଦୁବାଇରେ ଟ୍ବେଣ୍ଟି୨୦ ବିଶ୍ବକପ୍‌ରେ ଭାରତକୁ ୧୦ ୱିକେଟରେ ପାକିସ୍ତାନ ପରାସ୍ତ କରିଥିଲା। ଯେକୌଣସି ବିଶ୍ବକପ୍‌ରେ ଭାରତ ବିପକ୍ଷରେ ଏହା ପାକିସ୍ତାନର ପ୍ରଥମ ବିଜୟ ଥିଲା। ତେବେ ଉକ୍ତ ପରାଜୟର ପ୍ରତିଶୋଧ ନେବାର ସୁଯୋଗ ଭାରତ ପାଖରେ ଅଛି। ରବିବାର ଚଳିତ ଏସିଆ କପ୍‌ର ଗ୍ରୁପ୍‌ ‘ଏ’ ଲିଗ୍‌ ମ୍ୟାଚ୍‌ରେ ଭାରତ ପାକିସ୍ତାନ ମୁକାବିଲା ହେବାକୁ ଯାଉଛି। କେବଳ ଦୁଇ ପଡ଼ୋଶୀ ନୁହନ୍ତି; ସାରା ବିଶ୍ବର କ୍ରିକେଟ୍‌ପ୍ରେମୀ ଏହି ମହା ମୁକାବିଲା ଦେଖିବାକୁ ଅପେକ୍ଷା କରିଛନ୍ତି।

prayash

ଟ୍ବେଣ୍ଟି୨୦ ବିଶ୍ବକପ୍‌ ଲାଗି ଭାରତ ଓ ପାକିସ୍ତାନ ସଠିକ୍‌ ଏକାଦଶ ବାଛିବାର ପ୍ରୟାସ କରୁଥିବା ବେଳେ ଏସିଆ କପ୍‌ ଉଭୟ ଦଳଙ୍କୁ ଏହି ସୁଯୋଗ ଦେଇଛି। ତେବେ ଭାରତ-ପାକିସ୍ତାନ ମଧ୍ୟରେ ଯେକୌଣସି ଫର୍ମାଟରେ ମୁକାବିଲା ହେଉ ପଛେ; ଉଭୟ ଦଳ କାହାକୁ ଇଞ୍ଚେ ଛାଡ଼ିବାକୁ ପ୍ରସ୍ତୁତ ନୁହନ୍ତି। କ୍ରିକେଟ୍‌ପ୍ରେମୀ ଏହାକୁ ଯୁଦ୍ଧର ଆଖ୍ୟା ଦେଇଥିବା ବେଳେ ଖେଳାଳି ଏହାକୁ ମହା ମୁକାବିଲା ବୋଲି ଭାବିଥାଆନ୍ତି। ଏସିଆ କପ୍‌ରେ ଭାରତ ଓ ପାକିସ୍ତାନ ମଧ୍ୟରେ ଅତିକମ୍‌ରେ ୨ ଥର ମୁକାବିଲା ହେବା ନିଶ୍ଚିତ। ଯଦି ଉଭୟ ଦଳ ଫାଇନାଲକୁ ଯାଆନ୍ତି; ତେବେ ୩ୟ ଥର ଉଭୟ ଦଳ ମୁହାଁମୁହିଁ ହେବେ। ୧୦ ମାସ ତଳେ ବାମହାତି ଫାଷ୍ଟବୋଲର ଆଫ୍ରିଦି ହିଁ ଭାରତୀୟ ଉପର ଅର୍ଡରକୁ ଧ୍ବଂସ କରିଥିଲେ। ହେଲେ ଏଥର ଆଫ୍ରିଦି ଆହତହୋଇ ଟୁର୍ଣ୍ଣାମେଣ୍ଟରୁ ବାଦ୍‌ ପଡ଼ିଥିବାରୁ ଭାତତୀୟ ବ୍ୟାଟ୍‌ସମ୍ୟାନ୍‌ ଆଶ୍ବସ୍ତ ଅନୁଭବ କରିବେ। ପାକିସ୍ତାନ ଦଳରେ ଆଫ୍ରଦିଙ୍କ ପରି ବାମହାତି ପେସ୍‌ ବୋଲର ନଥିବାରୁ ଭାରତୀୟ ବ୍ୟାଟ୍‌ସମ୍ୟାନ ଏହାର ଫାଇଦା ଉଠାଇବାକୁ ପ୍ରୟାସ କରିବେ।

ଗତ ବର୍ଷକ ମଧ୍ୟରେ ଓପ୍‌ନିଂ ସ୍ଥାନରେ ଭାରତ ଏକାଧିକ ବ୍ୟାଟ୍‌ସମ୍ୟାନ୍‌ଙ୍କୁ ଖେଳାଇଥିବା ବେଳେ ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଅଭିଜ୍ଞ ରୋହିତ ଶର୍ମା ଓ କେ.ଏଲ୍‌. ରାହୁଲ ହିଁ ଓପନ୍‌ କରିବେ। ଗତ ଟି୨୦ ବିଶ୍ବକପ୍‌ ପରେ ଭାରତ ୱିକେଟ ହରାଇବା କଥା ନ ଭାବି ଆକ୍ରମଣ କରିବାକୁ ଗୁରୁତ୍ବ ଦେଇଥିବା ବେଳେ ପାକିସ୍ତାନ ବିପକ୍ଷରେ ଏହି ରଣନୀତି ସଫଳ ହେଉଛି କି ନାହିଁ; ତାହା ଦେଖିିବାର କଥା। ବିରାଟ କୋହଲି ୩ନଂ ସ୍ଥାନରେ ବ୍ୟାଟିଂ କରିବାକୁ ଥିବା ବେଳେ ପରବର୍ତ୍ତୀ ୩ଟି ସ୍ଥାନରେ ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ୍ ଓ ହାର୍ଦିକ ପାଣ୍ଡ୍ୟା ମଧ୍ୟକ୍ରମ ସମ୍ଭାଳିବେ। ଫଳରେ ଫିନିସର ଦିନେଶ କାର୍ତ୍ତିକଙ୍କୁ ବସିବାକୁ ପଡ଼ିବ। ଯଶପ୍ରୀତ ବୁମ୍‌ରା ଓ ହର୍ଷଲ ପଟେଲ ଆହତ ଥିବାରୁ ଭୁବନେଶ୍ବର କୁମାର ଭାରତୀୟ ପେସ୍ ଆକ୍ରମଣର ନେତୃତ୍ବ ନେବେ। ଅର୍ଶଦୀପ ସିଂହ ଓ ଆଭେସ୍ ଖାଁ ଅନ୍ୟ ୨ ପେସ୍ ବୋଲର ଭାବେ ଖେଳିପାରନ୍ତି। ରବୀନ୍ଦ୍ର ଜାଡ଼େଜା ଓ ୟୁଜବେନ୍ଦ୍ର ଚହଲ ୨ ସ୍ପିନର ଭାବେ ଖେଳିପାରନ୍ତି। ପାକିସ୍ତାନର ବ୍ୟାଟିଂ ଅଧିନାୟକ ବାବର ଆଜମ୍, ମହମ୍ମଦ ରିଜ୍‌ୱାନ ଓ ଅଭିଜ୍ଞ ଫଖର ଜମାନ୍‌ଙ୍କ ଉପରେ ନିର୍ଭରକରେ। ହେଲେ ଆସିଫ୍‌ ଅଲୀ, ଖୁସ୍‌ଦିଲ ଶାହା ଓ ହାଇଦର ଅଲୀଙ୍କ ପରି ବ୍ୟାଟ୍‌ସମ୍ୟାନ୍ ଆନ୍ତର୍ଜାତିକ ସ୍ତରରେ ସେପରି ଆଖିଦୃଶିଆ ପ୍ରଦର୍ଶନ କରି ପାରିନାହାନ୍ତି। ଦୁବାଇ ପିଚ୍‌ରେ ଅଧିକ ରନ୍‌ ହେବାର ସମ୍ଭାବନା ରହିଛି। ତେଣୁ ଉଭୟ ଦଳ ରନ୍‌ର ପିଛା କରିବାକୁ ଚାହିଁବେ।

kalyan agarbati

Comments are closed.