www.samajalive.in
Friday, December 12, 2025
15.1 C
Bhubaneswar

ଧାରା ୩୭୧ କେହି ଉଚ୍ଛେଦ କରି ପାରିବେ ନାହିଁ : ଅରୁଣାଚଳ ପ୍ରଦେଶରେ କହିଲେ ଶାହା

ଇଟାନଗର : ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କହିଛନ୍ତି, କେହି ଧାରା ୩୭୧ର ଉଚ୍ଛେଦ କରି ପାରିବେ ନାହିଁ କିମ୍ବା ଏହା କରିବାକୁ ସରକାରଙ୍କର କୌଣସି ଉଦ୍ଦେଶ୍ୟ ନାହିଁ। ଅରୁଣାଚଳ ପ୍ରଦେଶର ଇଟାନଗରଠାରେ ରାଜ୍ୟର ୩୪ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଉଦ୍‍ବୋଧନ ଦେଇ ଶ୍ରୀ ଶାହା କହିଛନ୍ତି, ଗତବର୍ଷ ଅଗଷ୍ଟ ମାସରେ ଧାରା ୩୭୦ର ଉଚ୍ଛେଦ ସମୟରେ ଧାରା ୩୭୧କୁ ମଧ୍ୟ ଉଚ୍ଛେଦ କରିଦିଆଯିବ ବୋଲି ଗୁଜବ ପ୍ରଚାରିତ ହୋଇଥିଲା। ସେ କହିଛନ୍ତି, ଏଭଳି ଗୁଜବ ପ୍ରଚାର କରି ଯେଉଁମାନେ ଉତ୍ତରପୂର୍ବାଞ୍ଚଳ ଓ ଭାରତ ମଧ୍ୟରେ ମତପାର୍ଥକ୍ୟ ସୃଷ୍ଟି କରିବାକୁ ପ୍ରଚେଷ୍ଟା କରିଛନ୍ତି ତାହା କେବେ ସଫଳ ହେବ ନାହିଁ। ସେ କହିଛନ୍ତି, ଉତ୍ତର ପୂର୍ବାଞ୍ଚଳର ସାଂସ୍କୃତିକ ବିବିଧତା ବିନା ଭାରତ ଅସମ୍ପୂର୍ଣ୍ଣ। ଶ୍ରୀ ଶାହା କହିଛନ୍ତି, ସମଗ୍ର ଉତ୍ତରପୂର୍ବାଞ୍ଚଳକୁ ସମସ୍ୟା ମୁକ୍ତ କରିବା ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଲକ୍ଷ୍ୟ। ସେ କହିଛନ୍ତି, ୨୦୧୪ ପୂର୍ବରୁ ଉତ୍ତର ପୂର୍ବାଞ୍ଚଳ ଭୌଗଳିକ ଦୃଷ୍ଟିରୁ ଯଦିଓ ଦେଶର ଏକ ଅଂଶ ଥିଲା କିନ୍ତୁ ପ୍ରଶାସନିକ ଦୃଷ୍ଟିକୋଣରୁ ଏହା ଅଲଗା ରହିଥିଲା। ସେ କହିଛନ୍ତି, ଶ୍ରୀ ମୋଦୀ ହେଉଛନ୍ତି ଦେଶର ଏକମାତ୍ର ପ୍ରଧାନମନ୍ତ୍ରୀ ଯିଏ ଗତ ପାଞ୍ଚ ବର୍ଷ ଭିତରେ ୩୦ଥର ଉତ୍ତରପୂର୍ବାଞ୍ଚଳକୁ ଗସ୍ତ କରିଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories