www.samajalive.in
Saturday, December 6, 2025
23.1 C
Bhubaneswar

ଦେଶର ପ୍ରଥମ ବିଟ୍‍କଏନ୍‍ ଏଟିଏମ୍‍ ଜବତ, ୧.୮ ଲକ୍ଷ ନଗଦ ଟଙ୍କା ସହ ପ୍ରତିଷ୍ଠାତା ଗିରଫ

ବେଙ୍ଗାଲୁରୁ : ସରକାରଙ୍କ ବିନା ଅନୁମତିରେ ବେଙ୍ଗାଲୁରୁଠାରେ ଦେଶର ପ୍ରଥମ ବିଟ୍‍କଏନ୍‍ ଏଟିଏମ୍‍ ଖୋଲିଥିବା ୟୁନୋକଏନ ଟେକ୍ନୋଲୋଜିର ଅନ୍ୟତମ ପ୍ରତିଷ୍ଠାତା ହରିଶ ବିବିଙ୍କୁ ପୁଲିସ୍‍ ବୁଧବାର ଗିରଫ କରିଛି। ଏହାସହ ୧.୮ ଲକ୍ଷ ନଗଦ ଟଙ୍କା ସହ ଏଟିଏମ୍‍କୁ ଜବତ କରାଯାଇଛି। କୋର୍ଟ ହରିଶଙ୍କୁ ୭ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି।
ୟୁନୋକଏନ୍‍ ପକ୍ଷରୁ ଦାବି କରାଯାଇଥିଲା ଯେ ଏହି ଏଟିଏମ୍‍ ଜରିଆରେ ବିଟ୍‍କଏନ୍‍ କିଣା-ବିକା ହେବ। ୟୁନୋକଏନ୍‍ ଏବଂ ୟୁନୋଡେକ୍ସ ଗ୍ରାହକମାନେ ଏହି ଏଟିଏମ୍‍ରୁ ଦିନକୁ ୧ରୁ ୧୦ ହଜାର ପର୍ଯ୍ୟନ୍ତ ନଗଦ ଟଙ୍କା ଜମା ଓ ଉଠାଇ ପାରିବେ। ବେଙ୍ଗାଲୁରୁ ପୁରୁଣା ବିମାନ ବନ୍ଦର ରାସ୍ତା କଡ଼ରେ ଥିବା ଏକ ମଲରେ ହରିଶ ଏହି ଏଟିଏମ୍‍ ଖୋଲିଥିଲେ। କର୍ଣ୍ଣାଟକ ପୁଲିସ୍‍ କ୍ରାଇମବ୍ରାଞ୍ଚ ସେଠାରୁ ୧.୮ ଲକ୍ଷ ନଗଦ ଟଙ୍କା, ଏକ ଟେଲର ମେସିନ୍‍, ଦୁଇଟି ଲ୍ୟାପଟପ, ଗୋଟିଏ ମୋବାଇଲ, ତିନିଟି କ୍ରେଡିଟ୍‍ କାର୍ଡ, ୫ଟି ଡେବିଟ୍‍ କାର୍ଡ, ଗୋଟିଏ ପସାପୋର୍ଟ ସମେତ କେତେକ କାଗଜପତ୍ର ଜବତ କରିଛି। ବିଟ୍‍କଏନ୍‍ ନେଇ ପ୍ରଲୋଭିତ ନ ହେବା ପାଇଁ ପୁଲିସ୍‍ ଲୋକଙ୍କୁ ନିବେଦନ କରିଛି ଓ ଏଥିରୁ ଦୂରେଇ ରହିବାକୁ କହିଛି।
ଉଲ୍ଲେଖ ଯେ ସରକାର ଚଳିତ ବର୍ଷ ଫେବୃଆରୀ ମାସରୁ ବ୍ୟାଙ୍କ ଏବଂ ବିତ୍ତିୟ ସଂସ୍ଥାଗୁଡ଼ିକ ଜରିଆରେ ବିଟ୍‍କଏନ୍‍ ଏବଂ ଅନ୍ୟ କ୍ରିପ୍ଟୋକରେନ୍ସି ନେଣଦେଣ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। କେବଳ ବିଦେଶରେ ବ୍ୟାଙ୍କ ଆକାଉଣ୍ଟ ଥିବା ଲୋକମାନେ ବିଟ୍‍କଏନ୍‍ କାରବାର କରିପାରୁଛନ୍ତି।
ୟୁନୋକଏନ୍‍ ଭାରତରେ ଇଥୋରିୟମ, ୟୁନୋଡେକ୍ସ ଏବଂ ଲାଇନ୍‍କଏନ୍‍ ସମେତ ୩୦ଟି ଅନ୍ୟ କ୍ରିପ୍ଟୋକରେନ୍ସି କାରବାର କରୁଥିଲା। କେବଳ ଭାରତରେ ୟୁନୋକଏନ୍‍ର ୧୩ ଲକ୍ଷ ଗ୍ରାହକ ଅଛନ୍ତି। ୟୁନୋକଏନ୍‍ର ସିଇଓ ତଥା ପ୍ରତିଷ୍ଠାତା ସାତ୍ୱିକ ବିଶ୍ୱନାଥଙ୍କ କହିବା ଅନୁସାରେ ସରକାର ପ୍ରତିବନ୍ଧକ ଲଗାଇବା ପୂର୍ବରୁ ଗିଫ୍ଟ କାର୍ଡ, ସିଡି ଗେମ୍ସ ଏବଂ ବସ୍‍ ଟିକେଟ କିଣିବା ପାଇଁ ବିଟ୍‍କଏନ୍‍ର ବ୍ୟବହାର ହେଉଥିଲା। ବିଶେଷ କରି ଭାରତୀୟ ବିଦେଶରେ ଏହାର ବ୍ୟବହାର କରୁଥିଲେ। ଅଧିକାଂଶ ଗ୍ରାହକ ନିବେଶ ଭାବେ କିପ୍ଟୋକରେନ୍ସି କିଣନ୍ତି। ମୂଲ୍ୟ ବୃଦ୍ଧି ପାଇବା ପରେ ଲୋକେ କ୍ରିପ୍ଟୋକରେନ୍ସି ବିକି ଲାଭ ପାଇଥାନ୍ତି। ୨୦୧୩ ସେପ୍ଟେମ୍ବରରୁ ୟୁନୋକଏନ୍‍ର ଆରମ୍ଭ ହୋଇଥିଲା। ସରକାର ପ୍ରତିବନ୍ଧକ ଲଗାଇବା ପରେ ବି ୟୁନୋକଏନ୍‍ ବ୍ୟବହାରକାରୀଙ୍କ ସଂଖ୍ୟାରେ ୧୮% ବୃଦ୍ଧି ଘଟିଛି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories