ଗୌହ୍ବାଟୀ : ଆଇସିସି ଦିନିକିଆ କ୍ରିକେଟ ବିଶ୍ବକପ ପୂର୍ବରୁ ଆରମ୍ଭ ହୋଇଛି ଅଭ୍ୟାସ ମ୍ୟାଚ୍। ଶୁକ୍ରବାର ପାକିସ୍ତାନ-ନ୍ୟୁଜିଲାଣ୍ଡ, ଶ୍ରୀଲଙ୍କା-ବାଂଲାଦେଶ ମଧ୍ୟରେ ଅଭ୍ୟାସ ମ୍ୟାଚ ଖେଳାଯାଇଥିବାବେଳେ ତିରୁଅନନ୍ତପୁରମରେ ଦକ୍ଷିଣ ଆଫ୍ରିକା ଓ ଆଫଗାନିସ୍ତାନ ମ୍ୟାଚ ବର୍ଷା ପାଇଁ ବାତିଲ ହୋଇଯାଇଥିଲା। ଶନିବାର ଭାରତ ପ୍ରଥମ ଅଭ୍ୟାସ ମ୍ୟାଚ ଇଂଲଣ୍ଡ ବିପକ୍ଷରେ ଗୌହ୍ବାଟୀରେ ଖେଳିବ। ରୋହିତ ଶର୍ମାଙ୍କ ନେତୃତ୍ବାଧିନ ଭାରତ ଉକ୍ତ ଅଭ୍ୟାସ ମ୍ୟାଚରେ ପୂର୍ଣ୍ଣ ଏକାଦଶ ସହ ଓହ୍ଲାଇବା ନେଇ ଆଶା କରାଯାଉଛି। କାରଣ ୮େର ଭାରତ ବିଶ୍ବକପର ପ୍ରଥମ ମ୍ୟାଚ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିବ। ବିଶ୍ବକପ ପୂର୍ବରୁ ଭାରତ ଏସିଆ କପ୍ ଓ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆରେ ପରୀକ୍ଷାନିରୀକ୍ଷା କରିସାରିଛି।
Popular Categories



