www.samajalive.in
Saturday, December 6, 2025
19.1 C
Bhubaneswar

୪୦୦ ବନ୍ଦୀଙ୍କୁ ମୁକ୍ତ କରିବା ପାଇଁ ପାକ୍‌ ନିକଟରେ ଭାରତର ଦାବି

ନୂଆଦିଲ୍ଲୀ: ପାକିସ୍ତାନରେ ବନ୍ଦୀ ଥିବା ୪୦୦ ଭାରତୀୟଙ୍କୁ ମୁକ୍ତ କରିବା ଲାଗି ଭାରତ ପାକିସ୍ତାନ ନିକଟରେ ଦାବି କରିଛି। ଏହି ବନ୍ଦୀମାନଙ୍କ ମଧ୍ୟରେ ୩୮୫ ଜଣ ମତ୍ସ୍ୟଜୀବୀ ଏବଂ ୧୫ ଜଣ ଅନ୍ୟ ବନ୍ଦୀ ରହିଛନ୍ତି। ସେମାନଙ୍କ ମଧ୍ୟରୁ ଅନେକଙ୍କ ସଜ୍ଜା ପୂରଣ ହେବାର ୪/୫ ବର୍ଷ ବିତିସାରିଥିଲେ ମଧ୍ୟ ସେମାନଙ୍କୁ ଜେଲରେ ରଖାଯାଇଛି। ଏହା ସହିତ ବାରମ୍ବାର ଅନୁରୋଧ ସତ୍ବେ ପୂର୍ବତନ ନୌସେନା ଅଧିକାରୀ କୁଳଭୂଷଣ ଯାଦବ ଏବଂ ଅନ୍ୟ ୪ ନାଗରିକଙ୍କୁ ସେମାନଙ୍କ ଅଧିକାରୀମାନଙ୍କ ସହ ସାକ୍ଷାତ କରିବାକୁ ସୁଯୋଗ ଦିଆଯାଉ ନ ଥିବାରୁ ନୂଆଦିଲ୍ଲୀ ପକ୍ଷରୁ ପାକ୍‌ ଦୂତାବାସ ସହ ଯୋଗାଯୋଗ କରାଯାଇଛି। ସୂଚନାଯୋଗ୍ୟ, ପାକ୍‌ରେ ଥିବା ଭାରତୀୟ ବନ୍ଦୀମାନଙ୍କୁ ମୁକ୍ତ କରିବା ଲାଗି ଭାରତ ପକ୍ଷରୁ ଦୀର୍ଘଦିନ ହେବ ଅନୁରୋଧ କରାଯାଇ ଆସୁଥିଲେ ମଧ୍ୟ ପାକିସ୍ତାନ ତାହା ଉପରେ ବିଚାର କରୁନାହିଁ। ଏହାକୁ ନେଇ ଭାରତ ଉଦବେଗ ପ୍ରକାଶ କରିଛି। ୧୦ ଜଣ ବନ୍ଦୀଙ୍କ ଦଣ୍ଡାଦେଶ ପୂରଣ ହୋଇସାରିଥିବାରୁ ସେମାନଙ୍କୁ ତୁରନ୍ତ ମୁକ୍ତ କରିବାକୁ ନୂଆଦିଲ୍ଲୀ ପକ୍ଷରୁ ଦାବି କରାଯାଇଛି। ଏହା ସହ ୩୮୫ ଭାରତୀୟ ମତ୍ସ୍ୟଜୀବୀ, ଯେଉଁମାନଙ୍କ ରାଷ୍ଟ୍ରୀୟତା ଯାଞ୍ଚ ପରେ ସ୍ପଷ୍ଟ ହୋଇଛି ସେମାନଙ୍କୁ ସେମାନଙ୍କ ବୋଟ୍‌ ସହ ତୁରନ୍ତ ଛାଡ଼ିବାକୁ ଭାରତ କହିଛି।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories