www.samajalive.in
Monday, December 8, 2025
20.1 C
Bhubaneswar

୨ ଶିଶୁକନ୍ୟାଙ୍କୁ ରଶିରେ ଟାଙ୍ଗି ହତ୍ୟା କରିବା ପରେ ପତ୍ନୀଙ୍କ ନିକଟକୁ ଫଟୋ ପଠାଇଲେ ଶିକ୍ଷକ

ମହାରାଷ୍ଟ୍ର: ନିଜର ୬ବର୍ଷ ଏବଂ ଦେଢ଼ ବର୍ଷର ୨ ଶିଶୁକନ୍ୟାଙ୍କ ବେକରେ ଦଉଡ଼ି ବାନ୍ଧି ଘରେ ଟାଙ୍ଗି ହତ୍ୟା କରିବା ପରେ ଏହାର ଫଟୋକୁ ନିଜ ପତ୍ନୀଙ୍କ ନିକଟକୁ ପଠାଇଛନ୍ତି ଜଣେ ଶିକ୍ଷକ। ଏହା ପରେ ସେ ନିଜେ ମଧ୍ୟ ଆତ୍ମହତ୍ୟା କରିଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମହାରାଷ୍ଟ୍ରର ନାଗପୁର ଅନ୍ତର୍ଗତର ବଲ୍ଲାରପୁର ଅଞ୍ଚଳରେ।

ପୁଲିସ ସୂଚନା ମୁତାବକ, ରିଶିକାନ୍ତ ସି. କୁଡୁପାଲ୍ଲି ଏକ କଲେଜରେ ଆଇଟିଆଇ ଶିକ୍ଷକ ଥିଲେ। ବିବାହ ପରେ ତାଙ୍କର ୨ଶିଶୁକନ୍ୟା ଥିଲେ। ୬ବର୍ଷର ଝିଅ ନାରାୟଣୀ ଏବଂ ଦେଢ଼ବର୍ଷର ଝିଅ କାର୍ତ୍ତିକି। ଏହା ପରେ ବି ତାଙ୍କ ପତ୍ନୀ ଅନ୍ୟ ଜଣେ ଯୁବକଙ୍କ ସହ ଲୁଚି ପଳାଇଥିଲେ। ଏହି ଘଟଣାକୁ ନେଇ ସେ ମାନସିକ ଦୁଶ୍ଚିନ୍ତାରେ ରହୁଥିଲେ। ସୋମବାର ରାତି ପ୍ରାୟ ୧ଟାରେ ସେ ନିଜ ୨ ଝିଅଙ୍କ ବେକକୁ ଦଉଡ଼ିରେ ବାନ୍ଧି ଟାଙ୍ଗି ଦେଇଥିଲେ। ପରେ ତାହା ଫଟୋ ଉଠାଇ ପତ୍ନୀଙ୍କ ନିକଟକୁ ପଠାଇବା ପରେ ନିଜେ ମଧ୍ୟ ଆତ୍ମହତ୍ୟା କରିଥିଲେ। ଘଟଣା ସମ୍ପର୍କରେ ରିଶିକାନ୍ତଙ୍କ ଭାଇ ଗୋପାଳ ସି. କୁଡୁପାଲ୍ଲି ସ୍ଥାନୀୟ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଚଳାଇଛି।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories