ନୂଆଦିଲ୍ଲୀ: ନିକଟରେ ଭାରତୀୟ ପ୍ରତିରକ୍ଷା ଗବେଷଣା ପ୍ରତିଷ୍ଠାନ(ଡିଆରଡିଓ) ପକ୍ଷରୁ ମହାକାଶରେ ସାଟେଲାଇଟ ବିଧ୍ଵଂସୀ କ୍ଷେପଣାସ୍ତ୍ର ପରୀକ୍ଷଣ ହୋଇଥିଲା। ଏହାକୁ ନେଇ ଆମେରିକାର ନାସା ଉଦବେଗ ପ୍ରକାଶ କରିଛି। ଏହି ପରୀକ୍ଷଣ ଅତ୍ୟନ୍ତ ଭୟଙ୍କର ଏବଂ ଏହା ଯୋଗୁ ମହାକାଶରେ ସାଟେଲାଇଟର ୪୦୦ ଖଣ୍ଡ ଭଗ୍ନାଂଶ ଘୁରିବୁଲୁଛି, ଯାହା ଅନ୍ୟ ମହାକାଶ ସଂସ୍ଥା ଏବଂ ମହାକାଶଚାରୀଙ୍କ ପାଇଁ ବିପଦ ବୋଲି ନାସାର ମୁଖ୍ୟ ଜିମ୍ ବ୍ରିଡେନଷ୍ଟାଇନ କହିଛନ୍ତି। ତେବେ ଏ ସମ୍ପର୍କରେ ଡିଆରଡିଓର ଜଣେ ଅଧିକାରୀ ପ୍ରତିକ୍ରିୟା ଦେଇ କହିଛନ୍ତି, ଉକ୍ତ ଭଗ୍ନାଂଶଗୁଡ଼ିକ ୪୫ ଦିନ ମଧ୍ୟରେ ଉଭାନ ହୋଇଯିବ। ମହାକାଶରେ ଭଗ୍ନାଂଶ ଜମା ହୋଇ ରହିଲେ କି ସମସ୍ୟା ହେବ ତାହାକୁ ଦୃଷ୍ଟିରେ ରଖି ପରୀକ୍ଷଣ କରାଯାଇଛି। ଚୀନ ପକ୍ଷରୁ କରାଯାଇଥିବା ୨ଟି ପରୀକ୍ଷଣ ପରେ ସାଟେଲାଇଟଗୁଡ଼ିକର ଭଗ୍ନାଂଶ ଏବେ ବି ମହାକାଶରେ ଘୁରି ବୁଲୁଛି। କିନ୍ତୁ ଭାରତ ପକ୍ଷରୁ ଯେଉଁ ପରୀକ୍ଷଣ କରାଯାଇଛି ସେଥିରେ ମହାକାଶରେ କୌଣସି ବିପଜ୍ଜନକ ପରିସ୍ଥିତି ସୃଷ୍ଟି ହେବନାହିଁ। ସମସ୍ତ ଭଗ୍ନାଂଶ ୪୫ ଦିନ ମଧ୍ୟରେ ଗାଏବ ହୋଇଯିବ।
ମହାକାଶରେ ସାଟେଲାଇଟ୍ ଭଗ୍ନାଂଶକୁ ନେଇ ଡିଆରଡିଓ ଅଧିକାରୀଙ୍କ ପ୍ରତିକ୍ରିୟା: କହିଲେ ୪୫ ଦିନରେ ଉଭାନ ହୋଇଯିବ
Popular Categories



