www.samajalive.in
Saturday, December 6, 2025
26.1 C
Bhubaneswar

୨୦୨୨ରେ ଭାରତୀୟ କ୍ରିକେଟ ଦଳର ବାଂଲାଦେଶ ଗସ୍ତ, ୨୦୧୫ ପରେ ପ୍ରଥମ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳ ଆସନ୍ତା ୨୦୨୨ରେ ସିରିଜ ଖେଳିବାକୁ ବାଂଲାଦେଶ ଗସ୍ତ କରିବେ। ୨୦୧୫ ପରବର୍ତ୍ତୀ ସମୟରେ ଏହା ଭାରତୀୟ କ୍ରିକେଟ ଦଳର ପ୍ରଥମ ଗସ୍ତ ହେବ। ପୂର୍ବରୁ ୨୦୧୪ ଓ ୨୦୧୫ରେ ଭାରତୀୟ ଦଳ ଦୁଇଥର ବାଂଲାଦେଶ ଗସ୍ତ କରିଥିଲା। ବାଂଲାଦେଶ କ୍ରିକେଟ ବୋର୍ଡ ପକ୍ଷରୁ ପ୍ରସାରଣ ଅଧିକାର ବିକ୍ରିରୁ ଜଣାଯାଇଛି ଯେ ୨୦୨୨ ନଭେମ୍ବରରେ ଭାରତୀୟ ଦଳ ବାଂଲାଦେଶରେ ପହଞ୍ଚିବ। ଦୁଇଦଳ ସେଠାରେ ଦୁଇଟି ଟେଷ୍ଟମ୍ୟାଚ ଏବଂ ୩ଟି ଏକଦିବସୀୟ କ୍ରିକେଟ ମ୍ୟାଚ ଖେଳିବେ। ୨୦୧୫ ପରବର୍ତ୍ତୀ ସମୟରେ ବାଂଲାଦେଶ କ୍ରିକେଟ ଦଳ ଦୁଇଥର ଭାରତ ଗସ୍ତରେ ଆସିଥିବା ଜଣାଯାଇଛି। ୨୦୧୭ରେ ବାଂଲାଦେଶ ଦଳ ଭାରତକୁ ଗୋଟିଏ ମାତ୍ର ଟେଷ୍ଟ ମ୍ୟାଚ ଖେଳିବାକୁ ଆସିଥିଲେ। ପରେ ୨୦୧୯ରେ ଦୁଇ ଦଳ ପୁନର୍ବାର ଏକ ସିରିଜ ଖେଳିଥିଲେ। ସେଥିରେ ଦୁଇଟି ଟେଷ୍ଟମ୍ୟାଚ ଏବଂ ତିନିଟି ଟି୨୦ ମ୍ୟାଚ ରହିଥିଲା। ଇନ୍ଦୋର ଓ କୋଲକାତାରେ ଖେଳାଯାଇଥିବା ଦୁଇଟି ଟେଷ୍ଟମ୍ୟାଚ ଆଇସିିସି ବିଶ୍ୱକପ ଟେଷ୍ଟ ଚମ୍ପିଆନସିପ ୨୦୧୯-୨୧ର ଅଂଶବିଶେଷ ଥିଲା।
୨୦୨୧ରୁ ୨୦୨୩ ମଧ୍ୟରେ ସାତଟି ଆନ୍ତର୍ଜାତିକ କ୍ରିକେଟ ଦଳ ବାଂଲାଦେଶ ଗସ୍ତ କରିବେ ବୋଲି ଇଏସପିଏନ୍‍ କ୍ରିକଇନଫୋ ପକ୍ଷରୁ ଜଣାଯାଇଛି। ଅଷ୍ଟ୍ରେଲିଆ ଦଳ ସେଠାକୁ ସୀମିତ ଓଭର ସିରିଜ ଖେଳିବାକୁ ଆସିବେ। ତେବେ ଏହାର ସମୟ ସୂଚୀ ଚୂଡାନ୍ତ ହୋଇନାହିଁ। ସେହିଭଳି ଇଂଲଣ୍ଡ ଦଳ ମଧ୍ୟ ବାଂଲାଦେଶ ଗସ୍ତରେ ଯାଇ ଟି୨୦ ଏବଂ ଗୋଟିଏ ଏକଦିବସୀୟ ମ୍ୟାଚ ଖେଳିବେ। ଆଇସିସି ଟି୨୦ ବିଶ୍ୱକପ୍‍ ପୂର୍ବରୁ ଏହା ଅନୁଷ୍ଠିତ ହେବ। ୨୦୨୩ ମଧ୍ୟରେ ନ୍ୟୁଜିଲାଣ୍ଡ, ପାକିସ୍ତାନ, ଆଫଗାନିସ୍ତାନ, ୱେଷ୍ଟ ଇଣ୍ଡିଜ ଆଦି କ୍ରିକେଟ ଦର ବାଂଲାଦେଶ ଗସ୍ତ କରିବା କାର୍ଯ୍ୟକ୍ରମ ରହିଛି।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories