www.samajalive.in
Wednesday, December 10, 2025
14.1 C
Bhubaneswar

ଆମେରିକା ମାଟିରୁ ପାକିସ୍ତାନର ଧମକକୁ ଭାରତର ଦୃଢ଼ ନିନ୍ଦା

ସମାଜ ଡିଜିଟାଲ ଡେସ୍କ: ପାକିସ୍ତାନ ସେନା ମୁଖ୍ୟ ଆସିମ ମୁନିର ଆମେରିକା ମାଟିରୁ ଦେଇଥିବା ପରମାଣୁ ଧମକକୁ ନେଇ ଭାରତ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ଭାରତ କେବଳ ପାକିସ୍ତାନକୁ ନୁହେଁ, ଆମେରିକାକୁ ବି ତା’ ଅସଲ ଚେହେରା ଦେଖାଇଛି।

ମୁନିରର ଧମକ ଉପରେ ବିଦେଶ ମନ୍ତ୍ରଣାଳୟ ବିବୃତି ଜାରି କରି କହିଛି ଯେ, ପରମାଣୁ ଧମକ ଦେବା ପାକିସ୍ତାନର ପୁରୁଣା ଅଭ୍ୟାସ। ଅନ୍ତର୍ଜାତୀୟ ସମୁଦାୟ ପାକିସ୍ତାନର ଏପରି ଦାୟିତ୍ଵହୀନ ମନ୍ତବ୍ୟ ଉପରେ ଧ୍ୟାନ ଦେଇ ତାହାର ନିଷ୍କର୍ସ ବାହାର କରିପାରିବେ। ପାକିସ୍ତାନ କେବଳ ଆଞ୍ଚଳ ସୁରକ୍ଷା ନୁହେଁ, ବରଂ ବୈଶ୍ଵିକ ସୁରକ୍ଷା ପାଇଁ ବି ବିପଦ।

- Advertisement -

ମନ୍ତ୍ରଣାଳୟ ଆହୁରି କହିଛି ଯେ, ଏହା ଅତ୍ୟନ୍ତ ଦୁଃଖଦାୟକ ଯେ ପାକିସ୍ତାନର ଏପରି ମନ୍ତବ୍ୟ ଏକ ମିତ୍ର ରାଷ୍ଟ୍ରର ମାଟିରୁ ଦିଆଯାଇଛି। ଭାରତ ପୂର୍ବରୁ ସ୍ପଷ୍ଟ କରିସାରିଛି ଯେ, ଏହା ପରମାଣୁ ବ୍ଲାକମେଲିଂକୁ ବରଦାସ୍ତ କରିବ ନାହିଁ। ଆମେ ଆମ ରାଷ୍ଟ୍ରୀୟ ସୁରକ୍ଷା ପାଇଁ ଯଥାସମ୍ଭବ ପଦକ୍ଷେପ ନେବୁ।

ଭାରତ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ଯେତେବେଳେ ଆମେରିକା ପାକିସ୍ତାନୀ ସେନାର ସହାୟତା କରୁଛି, ସେତେବେଳେ ପାକିସ୍ତାନ ନିଜର ଅସଲ ରୂପ ଦେଖାଉଛି। ଏହା ସ୍ପଷ୍ଟ ରୂପେ ଦର୍ଶାଉଛି ଯେ ପାକିସ୍ତାନରେ ଗଣତନ୍ତ୍ର ନାହିଁ। ସେଠା​‌ରେ ସେନା ହିଁ ସବୁକିଛି ନିୟନ୍ତ୍ରଣ କରୁଛି। ପାକିସ୍ତାନ ଭଳି ରାଷ୍ଟ୍ର ହାତରେ ପରମାଣୁ ଅସ୍ତ୍ର ରହିବା ବହୁତ ବିପଜ୍ଜନକ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories