ଭୁବନେଶ୍ବର : ସେପ୍ଟେମ୍ବର ୯ରୁ ଆରମ୍ଭ ହେବାକୁ ଯାଉଛି ଏସିଆ କପ୍ କ୍ରିକେଟ । ୟୁଏଇରେ ଖେଳାଯିବାକୁ ଥିବା ଟୁର୍ଣ୍ଣାମେଣ୍ଟରେ ଭାରତ-ପାକିସ୍ତାନ ଉପରେ ସମସ୍ତଙ୍କ ନଜର । ସେପ୍ଟେମ୍ବର ୧୪ ରେ ଖେଳାଯିବ ଏହି ମ୍ୟାଚ । ତେବେ ଟିମ୍ ଇଣ୍ଡିଆ ତାର ପ୍ରଥମ ମ୍ୟାଚ ସେପ୍ଟେମ୍ବର ୧୦ରେ ୟୁଏଇ ବିପକ୍ଷରେ ଖେଳିବ । ସବୁଠୁ ରୋଚକପୂର୍ଣ୍ଣ କଥା ହେଲା ଉଭୟ ଭାରତ ଓ ପାକିସ୍ତାନ ଉନ୍ନତ ଖେଳ ପ୍ରଦର୍ଶନ କରନ୍ତି ତେବେ ସେପ୍ଟେମ୍ବର ୨୧ରେ ଉଭୟ ସୁପର ଫୋରରେ ମୁହାଁ ମୁହିଁ ହୋଇପାରନ୍ତି ।
ତେବେ ଏସିଆ କପ୍ ଆଗକୁ ଥିବା ବିଶ୍ବ ସ୍ତରୀୟ ଟୁର୍ଣ୍ଣାମେଣ୍ଟ ପାଇଁ ବଡ଼ ସୁଯୋଗ ସୃଷ୍ଟି କରିବ । ଅଗଷ୍ଟ ତୃତୀୟ ସପ୍ତାହରେ ଟିମ୍ ଇଣ୍ଡିଆ ସ୍କ୍ବାଡ ଘୋଷଣା କରିବ ମନୋନୟନ ଟିମ୍ । ବିଶେଷକରି ଆଇପିଏଲର କେକେଆର ଟିମ୍ ରୁ ୩ ରୁ ୪ ଜଣ ସିଲେକ୍ସନ ହୋଇପାରନ୍ତି । ଶେଷ ଆଇପିଏଲ ସିଜିନ୍ ରେ କୋଲକାତା ନାଇଟ ରାଇଡର୍ସ ଟାଇଟଲ ହାସଲ କରିଥିବା ବେଳେ ବହୁତ ଯୁବ ତଥା ଷ୍ଟାର ଖେଳାଳି ଅଛନ୍ତି । ଯେମିତିକି ରିଙ୍କୁ ସିଂ, ରମଣଦୀପ ସିଂହ, ବରୁଣ ଚକ୍ରବର୍ତ୍ତି, ହରସିତ ରାଣାଙ୍କୁ ସୁଯୋଗ ମିଳିପାରେ ବୋଲି ଚର୍ଚ୍ଚା ହେଉଛି । ପରବର୍ତ୍ତୀ ଟି-୨୦ ୱାର୍ଲ୍ଡ କପ୍ ପାଇଁ ଏସିଆ କପ୍ ରେ ଖେଳାଳିମାନେ ସେମାନଙ୍କ ଭାଗ୍ୟ ପରୀକ୍ଷା କରିବା ସହ ବଡ଼ ସୁଯୋଗ ଆଣିଦେବ ବୋଲି କ୍ରୀଡ଼ା ବିଶେଷଜ୍ଞ ମତ ଦେଉଛନ୍ତି ।



