www.samajalive.in
Sunday, December 7, 2025
18.1 C
Bhubaneswar

ଆତଙ୍କବାଦର ପ୍ରୋତ୍ସାହନ ପାଇଁ ଆଫଗାନିସ୍ତାନକୁ ବ୍ୟବହାର କରିବାକୁ ବରଦାସ୍ତ କରାଯିବ ନାହିଁ

ନୂଆଦିଲ୍ଲୀ: ଆଫଗାନିସ୍ତାନ ମାଟିକୁ କୌଣସି ପ୍ରକାର ଆତଙ୍କବାଦ ପାଇଁ କୌଣସି ବି ଉପାୟରେ ବ୍ୟବହାର କରାଯିବା ଅନୁଚିତ ଏବଂ ଏ ସମ୍ପର୍କରେ ତାଲିବାନ କରିଥିବା ତାହାର ଘୋଷଣାରେ ଅପରିବର୍ତ୍ତିତ ରହିବା ଆବଶ୍ୟକ ବୋଲି ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ସ୍ପଷ୍ଟ ଭାବରେ କହିଛନ୍ତି। ଆମେରିକାର ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ ଓ ଜର୍ମାନୀ ବୈଦେଶିକ ମନ୍ତ୍ରୀ ହିକୋ ମାସ୍‍ଙ୍କ ସହିତ ଆଫଗାନିସ୍ତାନ ପ୍ରସଙ୍ଗ ଉପରେ ମିଳିତ ଆବାହକତ୍ୱରେ ଆୟୋଜିତ ଏକ ବୈଠକରେ ଜୟଶଙ୍କର ଏହା କହିଛନ୍ତି। ଏଥିସହିତ ପାକିସ୍ତାନ ଉଦ୍ଦେଶ୍ୟରେ ସେ କଡା ଗଳାରେ କହିଥିଲେ ଯେ, ଆଫଗାନିସ୍ତାନରେ ବାହ୍ୟ ହସ୍ତକ୍ଷେପକୁ, ବିଶେଷକରି ଯେଉଁମାନେ ଏଭଳି ଜଟିଳ ସମୟରେ ହିଂସାକାଣ୍ଡ ଉସୁକାଇବାର ଅପଚେଷ୍ଟା କରୁଛନ୍ତି, ସେମାନଙ୍କୁ ବିଶ୍ୱ ସମୁଦାୟ ସହ୍ୟ କରିବା ଅନୁଚିତ। ଜୟଶଙ୍କର କହିଥିଲେ, କାବୁଲ ବାହାରକୁ ଲୋକଙ୍କୁ ଯିବାକୁ ଅନୁମତି ଦିଆଯିବା ଏକ ଜରୁରୀ ଆବଶ୍ୟକତା ପାଲଟିଥିବା ସେ ମନେ କରୁଛନ୍ତି।

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories