www.samajalive.in
Sunday, December 14, 2025
26.1 C
Bhubaneswar

ପ୍ରଥମ ଥର ପାଇଁ କ୍ରିକେଟର ସବୁ ଫର୍ମାଟରେ ଭାରତ ନମ୍ବର-୧

ଡେସ୍କ: ଆଇସିସି ଟେଷ୍ଟ ମାନ୍ୟତାରେ ଶୀର୍ଷ ସ୍ଥାନରେ ପହଂଚିବାକୁ ଭାରତ ଅଷ୍ଟ୍ରେଲିଆକୁ ପରାସ୍ତ କରିବା ପରେ କ୍ରିକେଟର ସମସ୍ତ ଫର୍ମାଟରେ ୧ ନମ୍ବର ମାନ୍ୟତା ହାସଲ କରିଛି। ଏହା ହେଉଛି ପ୍ରଥମ ଥର ଯେତେବେଳେ ଭାରତ ଏକାସାଙ୍ଗରେ ତିନୋଟି ଫର୍ମାଟରେ ଶୀର୍ଷ ମାନ୍ୟତା ହାସଲ କରିଛି। ଭାରତ ଟି-ଟ୍ୱେଣ୍ଟି ଏବଂ ଦିନିକିଆରେ ଶୀର୍ଷ ମାନ୍ୟତା ଦଳ ହୋଇସାରିଛି।

ନାଗପୁରରେ ଚାଲିଥିବା ବର୍ଡ଼ର -ଗାଭାସ୍କର ଟ୍ରଫିର ପ୍ରଥମ ଟେଷ୍ଟରେ ଅଷ୍ଟ୍ରେଲିଆକୁ ଇନିଂସ ଏବଂ ୧୩୨ରନରେ ପରାସ୍ତ କରିବା ପରେ ଭାରତ ଏହି ସଫଳତା ହାସଲ କରିଛି। ଭାରତର ବର୍ତ୍ତମାନ ୧୧୫ ରେଟିଂ ପଏଣ୍ଟ ରହିଛି ଏବଂ ୧୧୧ ରେଟିଂ ପଏଣ୍ଟ ସହିତ ଅଷ୍ଟ୍ରେଲିଆ ପଛରେ ରହିଛି।

- Advertisement -

ଚଳିତ ବର୍ଷ ଜୁନ୍ ମାସରେ ଇଂଲଣ୍ଡରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିବାକୁ ଭାରତକୁ ନୂଆଦିଲ୍ଲୀରେ ପରବର୍ତ୍ତୀ ଟେଷ୍ଟରେ ଅଷ୍ଟ୍ରେଲିଆକୁ ପରାସ୍ତ କରିବାକୁ ପଡିବ।

Hot this week

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

Related Articles

Popular Categories