ଲାପଟପ୍ ଏବଂ ଟାବଲେଟ୍ ଆମଦାନୀ ଉପରେ କଟକଣା ଲଗାଇଲା ଭାରତ
ନୂଆଦିଲ୍ଲୀ – ବିଦେଶରୁ ଲାପଟପ୍ ଟାବଲେଟ୍ ଏବଂ ସର୍ଭର ଆମଦାନୀ ଉପରେ ଭାରତ କଟକଣା ଲଗାଇଛି । ଗୁରୁବାରରେ ଏହି କଟକଣା ଜାରି କରାଯାଇଛି । ଭାରତରେ ସ୍ୱଦେଶୀ ଉତ୍ପାଦକୁ ଅଗ୍ରାଧିକାର ଦେବା ପାଇଁ ଏପରି ପଦକ୍ଷେପ ଗ୍ରହଣ କରାଯାଇଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି । ଭାରତକୁ ଆସୁଥିବା ଯାତ୍ରୀଙ୍କ ଉପରେ ଏହି କଟକଣା ଜାରି କରାଯାଇ ନାହିଁ ।
ଭାରତରେ ଲାପଟପ୍ ତିଆରି ସହ କମ୍ପ୍ୟୁଟରର ବିଭିନ୍ନ ସାମଗ୍ରୀ ପ୍ରସ୍ତୁତି ପାଇଁ ଅଗ୍ରାଧିକାର ଦିଆଯାଉଛି । ଏବେ ଦେଶରେ ଲାପଟପ୍, କମ୍ପ୍ୟୁଟର ପିସି ଏବଂ ସର୍ଭର ତିଆରି ପାଇଁ ସରକାର ବିଭିନ୍ନ ସକାରତ୍ମକ ପଦକ୍ଷେପ ଗ୍ରହଣ କରିଛନ୍ତି ।
ଭାରତରେ ଡେଲ୍ ଏବଂ ଏଚ୍ପି ନିଜର ଉତ୍ପାଦ ଭାରତରେ ପ୍ରସ୍ତୁତ କରୁଛନ୍ତି । ଏବେ ଦେଶରେ କମ୍ପ୍ୟୁଟର ସାମଗ୍ରୀ ତିଆରିକୁ ବ୍ୟାପକ କରିବା ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଇଥିବା ଜଣା ପଡିଛି । ଏବେ ଭାରତରେ ଲାପଟପ୍ ତିଆରି ବୃଦ୍ଧି ପାଇଛି । ଅନେକ କମ୍ପାନୀ ଭାରତରେ ନିଜର ଉତ୍ପାଦ ତିଆରି ପାଇଁ ଆଗ୍ରହ ଦେଖାଇଛନ୍ତି ।
Comments are closed.