ନୂଆଦିଲ୍ଲୀ : ପହଲଗାଓଁ ଆକ୍ରମଣ ପରେ ପାଲଟା ଜବାବରେ ଭାରତୀୟ ସେନା ପାକିସ୍ତାନ ଓ ପାକ୍ ଅଧିକୃତ କାଶ୍ମୀରର ଆତଙ୍କୀ ଠିକଣା ମାନଙ୍କରେ ଏୟାର ଷ୍ଟ୍ରାଇକ୍ କରିଛି । ଏହି ଏୟାର ଷ୍ଟ୍ରାଇକ୍ରେ ପାକିସ୍ତାନରେ ଥିବା ଆତଙ୍କୀ ଠିକଣା ଧ୍ୱଂସ ହୋଇଛି । ଆକ୍ରମଣ କରିବା ପରେ ସକାଳେ ସାମ୍ବାଦିକ ସମ୍ମିଳନୀରେ ଭାରତୀୟ ସେନା ଏୟାର ଷ୍ଟ୍ରାଇକ୍ ବିଷୟରେ ବିସ୍ତୃତ ଭାବରେ ସୂଚନା ଦେଇଥିଲା । ଏହାସହ ଅନେକ ଭିଡିଓ ମାଧ୍ୟମରେ ଦେଖାଯାଇଥିଲା ଭାରତର ମିସାଇଲ୍ କେଉଁ କେଉଁ ଆତଙ୍କୀ ଠିକଣାକୁ ଟାର୍ଗେଟ କରିଥିଲା।
ଏୟାର ଷ୍ଟ୍ରାଇକ୍ରେ ୯ ଆତଙ୍କୀ ଠିକଣା ଧ୍ୱଂସ ହୋଇଛି । ସେହି ଠିକଣା ମଧ୍ୟରୁ ଗୋଟିଏ ହେଉଛି ମରକଜ୍ ଅହଲେ ହଦୀସ ବରନାଲା ଲସ୍କର-ଏ-ତୋଇବା ଆତଙ୍କର ଠିକଣା ପାକିସ୍ତାନ ଅଧିକୃତ ଜମ୍ମୁ-କାଶ୍ମୀରର ଭୀମର ଅଞ୍ଚଳରେ ଥିଲା । ଏହି ଆତଙ୍କୀ ଠିକଣା ଏଲଓସିରୁ ୧୦ କିମି ଦୂରରେ ଥିଲା।
ସୋଫିଆଙ୍କ ଧର୍ମ କ’ଣ.. ଜାଣନ୍ତୁ ଗୁଗଲ୍ରେ ପାକିସ୍ତାନୀ ସର୍ଚ୍ଚ କରୁଛନ୍ତି ଏସବୁ..
ମରକଜ ଅହଲେ ହଦୀସ, ପିଓଜେକେର ବରନାଲାରେ ଥିଲା। ଏହାର ମୂଳ ଉଦେଶ୍ୟ ଭାରତ ଭାଗରେ ଥିବା ଜମ୍ମୁ-କାଶ୍ମୀରର ପୁଞ୍ଚ୍-ରଜୌରୀ-ରିୟାସି ସେକ୍ଟରକୁ ଟାର୍ଗେଟ କରିବା । ମରକଜ ଅହଲେ ହଦୀସ ବରନାଲା ଲସ୍କରର ଆତଙ୍କବାଦୀଙ୍କୁ, ଅସ୍ତ୍ରଶସ୍ତ୍ର, ଗୋଳା ବାରୁଦ ନେଣଦେଣ କାମ କରୁଥିଲା । ଭାରତୀୟ ସେନା ଏହାକୁ ମିସାଇଲ୍ରେ ଏହାକୁ ଟାର୍ଗେଟ କରି ଧ୍ୱଂସ କରିଛି । ଏହି ମରକଜ ବରନାଲା ସହର ବାହାର ଅଞ୍ଚଳରେ କୋଟେ ଜେମଲ ରୋଡ୍ରେ ଥିବା ସହ ବନନାଲା ସହର ଠାରୁ ୫୦୦ ମିଟର ଓ କୋଟେ ଜେମଲ ରୋଡ୍ରୁ ୨୦୦ ମିଟର ଦୂରରେ ସ୍ଥିତ । ମରକଜ ଅହଲେ ହଦୀସ, ବରନାଲାରେ ୧୦୦-୧୫୦ କ୍ୟାଡେର ରହିବାର ବ୍ୟବସ୍ଥା ରହିଥିଲା । ଏଠାରେ ୪୦ରୁ ୫୦ ଜଣ ରହୁଥିଲେ ମଧ୍ୟ । ଯାହା ଏହି ମରକଜରୁ ଆୟୋଜିତ ହେଉଥିବା ଆତଙ୍କୀ ଗତିବିଧି ପ୍ରତି ନଜର ରଖେ । ଏହାର ବ୍ୟବହାର ଭାରତୀୟ କ୍ଷେତ୍ରରେ ପ୍ରବେଶ କରିବା ପୂର୍ବରୁ ଲସ୍କର ଆତଙ୍କବାଦୀଙ୍କ ପାଇଁ ମଞ୍ଚ ତିଆରି କରିବା ପାଇଁ ମଧ୍ୟ ବ୍ୟବହାର କରାଯାଉଥିଲା ।



