www.samajalive.in
Saturday, December 13, 2025
21.1 C
Bhubaneswar

୨ୟ ଟେଷ୍ଟରେ ଭାରତର ୩ ୱିକେଟରେ ୨୭୩ ରନ୍‍

ପୁଣେ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପୁଣେରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ କ୍ରିକେଟ୍‍ ମ୍ୟାଚ୍‍ର ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଭାରତ ତା’ର ପ୍ରଥମ ଇନିଙ୍ଗ୍‍ସରେ ୩ ୱିକେଟ୍‍ ବିନିମୟରେ ୨୭୩ ରନ୍‍ ସଂଗ୍ରହ କରିଛି। ମୟଙ୍କ ଅଗ୍ରୱାଲ୍‍ ୧୦୮ ରନ୍‍ ସଂଗ୍ରହ କରିବା ସହ ତାଙ୍କ ଟେଷ୍ଟ କ୍ରିକେଟ୍‍ ଜୀବନର ଦ୍ୱିତୀୟ ଶତକ ହାସଲ କରିଥିବାବେଳେ ଚେତେଶ୍ୱର ପୂଜାରା ୫୮ ରନ୍‍ କରିଛନ୍ତି। କ୍ୟାପ୍‍ଟେନ୍‍ ବିରାଟ କୋହଲି ୬୩ ରନ୍‍ ଓ ଅଜିଙ୍କ୍ୟ ରାହାଣେ ୧୮ ରନ୍‍ କରି କ୍ରିଜରେ ଅଛନ୍ତି। ଖରାପ ଆଲୋକ ଯୋଗୁଁ ଖେଳକୁ ନିର୍ଦ୍ଧାରିତ ସମୟ ପୂର୍ବରୁ ବନ୍ଦ୍‍ କରାଯାଇଥିଲା।

ପୂର୍ବରୁ ଆଜି କୋହଲି କ୍ୟାପ୍‍ଟେନ୍‍ ଭାବେ ଆଜି ତାଙ୍କର ୫୦ ତମ ଟେଷ୍ଟ ମ୍ୟାଚ୍‍ ଖେଳିଛନ୍ତି। ଭାରତ ଟସ୍‍ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଦକ୍ଷିଣ ଆଫ୍ରିକାର କାଗିସୋ ରାବାଡ଼ା ସମସ୍ତ ୩ଟିଯାକ ୱିକେଟ୍‍ ଅକ୍ତିଆର୍‍ କରିଛନ୍ତି। ୩ ମ୍ୟାଚ୍‍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାରେ ଭାରତ ୧-୦ରେ ଅଗ୍ରଣୀ ରହିଛି।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories