www.samajalive.in
Monday, December 8, 2025
13.1 C
Bhubaneswar

କଣ୍ଟାମାଳରେ ବିଭିନ୍ନ ସ୍ଥାନରେ ଉଡିଲା ତ୍ରିରଙ୍ଗା 

କଣ୍ଟମାଳ : ୭୫ ତମ ସ୍ୱାଧୀନତା ଦିବସ କଣ୍ଟାମାଳ ବ୍ଳକର ପୁରପଲ୍ଲୀରେ ଅନୁଷ୍ଠିତ ହୋଇ ଯାଇଛି । ପ୍ରଭାତ ଫେରି ସହ ସମସ୍ତ ସରକାରୀ ବେସରକାରୀ ଅନୁଷ୍ଠାନରେ ଜାତୀୟ ପତକା ଉତ୍ତୋଳନ ଅନୁଷ୍ଠିତ ହୋଇ ଯାଇଛି । କରୋନା ମହାମାରୀ କଟକଣା ହେତୁ ହାତ ଗଣତି ମାତ୍ର କେତେ ଜଣଙ୍କୁ ନେଇ କଣ୍ଟାମାଳ ବସଷ୍ଟେଣ୍ଡ ଖେଳପଡିଆରେ ଅନୁଷ୍ଠିତ ବ୍ଳକ ସ୍ତରୀୟ ପତକା ଉତୋଳନ ଉତ୍ସବରେ ମୂଖ୍ୟ ଅତିଥି ବ୍ଳକ ଅଧ୍ୟକ୍ଷା ଯାଜେ୍ଞଶ୍ୱରୀ ପ୍ରଧାନ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ସେହିପରି ଆମ୍ବଗାଁଠାରେ ଅନୁଷ୍ଠିତ ପତକା ଉତ୍ତୋଳନ ଉତ୍ସବରେ ମୁଖ୍ୟଅତିଥିଭାବେ କଣ୍ଟାମାଳ ବିଧାୟକ ମହୀଧର ରଣା ଯୋଗଦେଇ ଦେଶର ବିକାଶ ପାଇଁ ଆମେ ସଭିଏଁ ଏକଜୁଟ ହୋଇ କାମ କରିବା ବୋଲି କହିବା ସହ ବର୍ତ୍ତମାନର କରୋନା ପରିସ୍ଥିତିର ମୁକାବିଲା ପାଇଁ ସଭିଏଁ ସହଯୋଗର ହାତ ବଢାଇବା ଜରୁରୀ ବୋଲି କହିଥିଲେ । କଣ୍ଟାମାଳ ତହସିଲରେ ତହସିଲଦାର ଅର୍ଜ୍ଜୁନ ପ୍ରଧାନ, ବ୍ଲକ କାର୍ଯ୍ୟାଳୟରେ ବିଡିଓ ବନ୍ଦନା ଖଟୁଆ, କଣ୍ଟାମାଳ ବ୍ଳକ ସାମ୍ବାଦିକ ସଂଘ (କବ୍ଚା) ଓ ଏବଂ ଆମେ ସାଂସ୍କୃତିକ, ୱାଇସିଡିଏରେ ଦିବ୍ୟଶଙ୍କର ରାଉତ, ଜୀବନ ଜ୍ୟୋତି ପରିଷଦରେ ଦାମୋଦର ସ୍ୱାଇଁ, ୟୁଥ ଫେଣ୍ଡସ ଆସୋସିଏସନରେ ଅରୁଣ ମାହାର, ପଞ୍ଚାୟତ କଲେଜ କଣ୍ଟାମାଳରେ ଅଧ୍ୟକ୍ଷ ରସାନନ୍ଦ ମହାନ୍ତି ପ୍ରମୁଖ ପତକା ଉତ୍ତୋଳନ କରିଥିଲେ । କରୋନା କଟକଣା ଯୋଗୁଁ ଉତ୍ସବରେ ମୁଖ୍ୟ ଆକର୍ଷଣ ଛାତ୍ରଛାତ୍ରୀ୍ଙ୍କ ସାମୁହିକ ଅନୁପସ୍ଥିତ ହେତୁ ଉତ୍ସାହ, ଉଦ୍ଦୀପନା ଦେଖିବାକୁ ମିଳି ନଥିଲା ।

Hot this week

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

ଦେଶର ୧୦୦ ଦୁର୍ଘଟଣା ପ୍ରବଣ ଜିଲା ତାଲିକା: ୮୪ ରେ ସୁନ୍ଦରଗଡ଼, ୯୦ ରେ ଗଞ୍ଜାମ

ରାଉରକେଲା: ଜାତୀୟ ରାଜପଥ ମନ୍ତ୍ରଣାଳୟ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶର...

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

Related Articles

Popular Categories