www.samajalive.in
Thursday, December 11, 2025
16.1 C
Bhubaneswar

ଅଷ୍ଟ୍ରେଲିଆର ଭାରତ ଗସ୍ତ ; ଖେଳିବ ୨ଟି ଟ୍ବେଣ୍ଟି -୨୦,୫ ଦିନିକିଆ

ନୂଆଦିଲ୍ଲୀ  : ୨୦୧୯ ବିଶ୍ବକପ୍ ପୂର୍ବରୁ ଗତଥରର ଚମ୍ପିଆନ୍ ଅଷ୍ଟ୍ରେଲିଆ ତା’ର ଅନ୍ତିମ ସୀମିତ ଓଭର ଦ୍ବିପାକ୍ଷିକ ସିରିଜ୍ ଘରୋଇ ଭାରତ ବିପକ୍ଷରେ ଖେଳିବ। ଭ୍ରମଣକାରୀ ଭାରତ ବିପକ୍ଷରେ ଏବେ ଘରୋଇ ମାଟିରେ ଖେଳୁଥିବା ଅଷ୍ଟ୍ରେଲିଆ ଦଳ ଫେବୃୟାରୀ ପ୍ରଥମ ସପ୍ତାହରେ ଭାରତ ଗସ୍ତରେ ଆସିବ। ଏହି ଗସ୍ତରେ ଫେବୃୟାରୀ ୨୪ରୁ ମାର୍ଚ୍ଚ ୧୩ ମଧ୍ୟରେ ଘରୋଇ ଭାରତ ବିପକ୍ଷରେ ଅଷ୍ଟ୍ରେଲିଆ ୨ଟି ​ଟ୍ବେ‌ଣ୍ଟି-୨୦ ଏବଂ ୫ଟି ଦିନିକିଆ ମ୍ୟାଚ୍‌ର ସିରିଜ୍ ଖେଳିବ। ଏହି ଗସ୍ତ ପାଇଁ ଗୁରୁବାର ଖେଳସୂଚୀ ଘୋଷଣା କରିଛି ବିସିସିଆଇ।
ଦୁଇ ଦେଶ ମଧ୍ୟରେ ପ୍ରଥମେ ଟ୍ବେଣ୍ଟି୨୦ ସିରିଜ୍ ଖେଳାଯିବ। ଏହାପରେ ମାର୍ଚ୍ଚ ୨ରୁ ଦିନିକିଆ ସିରିଜ୍‌ ଆୟୋଜିତ ହେବ। ପ୍ରଥମ ଟ୍ବେଣ୍ଟି୨୦ ମ୍ୟାଚ୍ ଫେବୃୟାରୀ ୨୪ରେ ବେଙ୍ଗାଲୁରୁ, ୨ୟ ମ୍ୟାଚ୍‌ ଫେବୃୟାରୀ ୨୭ରେ ବିଶାଖାପାଟଣାରେ ଖେଳାଯିବ। ଏହାପରେ ଖେଳାଯିବ ୫ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌। ଏହି ସିରିଜ୍‌ର ପ୍ରଥମ ମ୍ୟାଚ୍‌ ମାର୍ଚ୍ଚ ୨ରେ ହାଇଦରାବାଦରେ, ୨ୟ ମ୍ୟାଚ୍‌ ମାର୍ଚ୍ଚ ୫ରେ ନାଗପୁରରେ, ୩ୟ ମ୍ୟାଚ୍‌ ମାର୍ଚ୍ଚ ୮ରେ ରାଞ୍ଚିରେ, ୪ର୍ଥ ମ୍ୟାଚ୍‌ ମାର୍ଚ୍ଚ ୧୦ରେ ମୋହାଲିରେ ଓ ୫ମ ମ୍ୟାଚ୍‌ ମାର୍ଚ୍ଚ ୧୩ରେ ଦିଲ୍ଲୀରେ ଖେଳାଯିବ। ଏବେ ଭାରତୀୟ କ୍ରିକେଟ୍ ଦଳ ଅଷ୍ଟ୍ରେଲିଆ ଗସ୍ତରେ ଅଛି। ଅଷ୍ଟ୍ରେଲିଆ ସହ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଜାନୁୟାରୀ ୧୮ରେ ଶେଷହେବ।

ଏହାପରେ ଭାରତୀୟ ଦଳ ନ୍ୟୁଜିଲାଣ୍ଡ ଗସ୍ତରେ ଯିବ। ନ୍ୟୁଜିଲାଣ୍ଡ ଗସ୍ତରେ ଭାରତୀୟ ଦଳ ଘରୋଇ ଦଳ ବିପକ୍ଷରେ ୫ଟି ଦିନିକିଆ ଓ ୩ଟି ଟ୍ବେଣ୍ଟି୨୦ ମ୍ୟାଚ୍ ଖେଳିବ। ଜାନୁୟାରୀ ୨୩ରୁ ଫେବୃୟାରୀ ୩ ମଧ୍ୟରେ ୫ଟି ଦିନିକିଆ ଏବଂ ଫେବୃୟାରୀ ୬ରୁ ୧୦ ମଧ୍ୟରେ ୩ଟି ଟ୍ବେଣ୍ଟି୨୦ ମ୍ୟାଚ୍ ଖେଳାଯିବ। ନ୍ୟୁଜିଲାଣ୍ଡ ଗସ୍ତ ସାରି ଭାରତୀୟ ଦଳ ଫେବୃୟାରୀ ୧୨ରେ ସ୍ବଦେଶ ଫେରିବ। ଏହାପରେ ଭ୍ରମଣକାରୀ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ଦିନିକିଆ ଓ ଟ୍ବେଣ୍ଟି୨୦ ସିରିଜ୍‌ ଖେଳିବ।

- Advertisement -

ଭାରତୀୟ ଦଳ ଅଷ୍ଟ୍ରେଲିଆ ମାଟିରେ ପ୍ରଥମଥର ପାଇଁ ଟେଷ୍ଟ ସିରିଜ୍‌ରେ ବିଜୟୀ ହୋଇଥିବା ବେଳେ ଦୁଇ ଦେଶ ମଧ୍ୟରେ ଖେଳାଯିବାକୁ ଥିବା ଦିନିକିଆ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଆସନ୍ତା ୧୨ରେ ଖେଳାଯିବ। ଟେଷ୍ଟ ସିରିଜ୍‌ରେ ୨୧ଟି ୱିକେଟ୍‌ ହାସଲ କରିଥିବା ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ୍‌ ବୁମରାଙ୍କୁ ଦିନିକିଆ ସିରିଜ୍‌ରେ ବିଶ୍ରାମ ଦିଆଯାଇଛି। ତାଙ୍କ ସ୍ଥାନରେ ମହମ୍ମଦ ସିରାଜ୍‌ଙ୍କୁ ସାମିଲ କରାଯାଇଛି।

ଅଷ୍ଟ୍ରେଲିଆ କ୍ରିକେଟ ଦଳର ଭାରତ ଗସ୍ତ ଖେଳସୂଚୀ

ପ୍ରଥମ ଟ୍ବେଣ୍ଟି-୨୦  ଫେବୃୟାରୀ ୨୪    ବେଙ୍ଗାଲୁରୁ

୨ୟ ଟ୍ବେଣ୍ଟି-୨୦   ଫେବୃୟାରୀ ୨୭  ବିଶାଖାପାଟଣା

 ପ୍ରଥମ ଦିନିକିଆ    ମାର୍ଚ୍ଚ   ୨           ହାଇଦରାବାଦ

 ୨ୟ ଦିନିକିଆ    ମାର୍ଚ୍ଚ   ୫            ନାଗପୁରରେ

 ୩ୟ ଦିନିକିଆ   ମାର୍ଚ୍ଚ   ୮             ରାଞ୍ଚି     

 ୪ର୍ଥ ଦିନିକିଆ    ମାର୍ଚ୍ଚ  ୧୦           ମୋହାଲି   

 ୫ମ ଦିନିକିଆ    ମାର୍ଚ୍ଚ ୧୩           ଦିଲ୍ଲୀ

 

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories