www.samajalive.in
Monday, December 8, 2025
24.1 C
Bhubaneswar

ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟି-୨୦ ଆଜି

ବିଶାାଖାପାଟଣା  : ଦିନିକିଆ ବିଶ୍ବକପ ଫାଇନାଲରେ ଭାରତ ପରଜୟର ଗ୍ଲାନି କ୍ରିକେଟପ୍ରେମୀଙ୍କ ମନରୁ ଦୂର ହୋଇ ନଥିବାବେଳେ ଆଉ ଏକ ଶୃଙ୍ଖଳା ଆସି ପହଞ୍ଚିଛି । ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ ଗୁରୁବାର ବିଶାଖାପାଟଣାରେ ଖେଳାଯିବ। ନୂତନ ଅଧିନାୟକ ଓ ଏକାଧିକ ଯୁବ ଖେଳାଳିଙ୍କୁ ନେଇ ଦୁଇ ଦଳ ଉକ୍ତ ଶୃଙ୍ଖଳା ଖେଳିବେ। ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ବାର ଭାରତ ଖେଳିବ। ଭାରତୀୟ ଦଳରେ ଦିନିକିଆ ବିଶ୍ବକପ ଦଳରେ ସ୍ଥାନ ପାଇଥିବା ୧୫ଜଣିଆ ଖେଳାଳିଙ୍କ ମଧ୍ୟରୁ ମାତ୍ର ୩ଜଣ ଇଶାନ କିଷନ, ସୂର୍ଯ୍ୟକୁମାର ଯାଦବ ଓ ପ୍ରସିଦ୍ଧ କ୍ରିଷ୍ଣା ଟି୨୦ ଶୃଙ୍ଖଳାରେ ସ୍ଥାନ ପାଇଛନ୍ତି। ଓପନିଂରେ ଇଶାନ କିଷନଙ୍କ ସହ ଯଶସ୍ବୀ ଜୟସୱାଲ, ସୂର୍ଯ୍ୟକୁମାର ଯାଦବ, ତିଲକ ବର୍ମା ଖେଳିବା ନିଶ୍ଚିତ ମନେ କରାଯାଉଛି। ରିଙ୍କୁ ସିଂହ ଓ ଋତୁରାଜ ଗାଏକ୍ବାର୍ଡଙ୍କ ମଧ୍ୟରୁ ଜଣଙ୍କୁ ସୁଯୋଗ ମିଳିପାରେ। କାରଣ ଭାରତ ୫ଜଣ ବ୍ୟାଟିଂ ସ୍ପେଶାଲିଷ୍ଟଙ୍କୁ ନେଇ ମ୍ୟାଚ ଖେଳିବାର ସମ୍ଭାବନା ରହିଛି। ଅଲରାଉଣ୍ଡର ଭାବେ ଅକ୍ଷର ପଟେଲ ଓ ଶିଭମ ଦୁବେଙ୍କୁ ସୁଯୋଗ ମିଳିବାର ଆଶା କରାଯାଉଛି। ଶିଭମ ମିଡ଼ିୟମ ଓ ଅକ୍ଷର ସ୍ପିନ ବୋଲିଂ ଅଲରାଉଣ୍ଡର ଭାବେ ଖେଳିପାରନ୍ତି। ବୋଲିଂରେ ରବି ବିଷ୍ଣୋୟି, ଅର୍ଶଦୀପ ସିଂହ, ପ୍ରସିଦ୍ଧ କ୍ରିଷ୍ଣା ଓ ଅଭେଶ ଖାନ ଖେଳିବାର ସମ୍ଭାବନା ରହିଛି। ବରିଷ୍ଠ ଖେଳାଳିଙ୍କ ଅନୁପସ୍ଥିତି ଯୁବ ଖେଳାଳିମାନଙ୍କ ପାଇଁ ସୁଯୋଗ ସୃଷ୍ଟି କରିଛି। ବ୍ୟାଟିଂରେ ତିଲକ, ରିଙ୍କୁ, ଜୟସୱାଲ, ଜିତେଶ ଶର୍ମାଙ୍କ ପାଇଁ ବଡ ସୁଯୋଗ ରହିଛି। କାରଣ ୨୦୨୪ ଟି୨୦ ବିଶ୍ବକପ ପ୍ରସ୍ତୁତି ନେଇ ବିସିସିଆଇ ଲକ୍ଷ୍ୟ ରଖିଥିବାବେଳେ ଉକ୍ତ ଖେଳାଳିମାନଙ୍କ ପ୍ରଦର୍ଶନ ଉପରେ ନଜର ରହିବ। ଅନ୍ୟପକ୍ଷରେ ଦିନିକିଆ ବିଶ୍ବକପ ବିଜେତା ଅଷ୍ଟ୍ରେଲିଆ ମାଥ୍ୟୁ ୱେଡ୍‌ଙ୍କ ନେତୃତ୍ବରେ ଖେଳିବ। ଦଳରେ ୨୦୨୩ ଦିନିକିଆ ବିଶ୍ବକପ ବିଜୟୀ ଖେଳାଳି ଭାବେ ଷ୍ଟିଭ୍‌ ସ୍ମିଥ୍‌, ଜୋଶ ଇଙ୍ଗଲିଶ, ମାର୍କେସୋ ଷ୍ଟୋଇନିସ ରହିଛନ୍ତି। ବ୍ୟାଟିଂରେ ସ୍ମିଥ୍‌, ମାଥ୍ୟୁ ସର୍ଟ, ଟିମ୍‌ ଡେଭିଡ୍‌, ମାଥ୍ୟୁ ୱେଡ୍‌ ଓ ଜୋଶ ଇଙ୍ଗଲିଶ ରହିଥିବାବେଳେ ବୋଲିଂ ବିଭାଗରେ ସେନ୍‌ ଆବର୍ଟ, ନାଥନ ଏଲିସ, ତନଭିର ସାଙ୍ଘା, ଜାସନ ବେହେରେନଡ୍ରଫ ପ୍ରମୁଖ ରହିଛନ୍ତି। ଦୁଇ ଦଳରେ ଏକାଧିକ ଯୁବ ଖେଳାଳି ରହିଥିବାରୁ ଶୃଙ୍ଖଳା ସଂଘର୍ଷପୂର୍ଣ୍ଣ ହେବା ନେଇ ଆଶା କରାଯାଉଛି। ସୂର୍ଯ୍ୟକୁମାର ଟି୨୦ରେ ୯ମ ଭାରତୀୟ ଭାବେ ଅଧିନାୟକ ଦାୟିତ୍ବ ତୁଲାଇବେ। ୨୦୨୩ରେ ହାର୍ଦିକ ପାଣ୍ଡ୍ୟା, ଋତୁରାଜ ଗାଏକ୍ବାର୍ଡ ଓ ଯଶପ୍ରୀତ୍‌ ବୁମରାଙ୍କ ପରେ ସୂର୍ଯ୍ୟକୁମାର ଟି୨୦ରେ ନେତୃତ୍ବ ନେବାକୁ ଯାଉଛନ୍ତି। ଭାରତ ଉକ୍ତ ଶୃଙ୍ଖଳାକୁ ଜିତି ଭାରତୀୟ କ୍ରିକେଟ ପ୍ରଶଂସକଙ୍କ ହୃଦୟରୁ ବିଶ୍ବକପ ଫାଇନାଲ ପରାଜୟର କ୍ରୋଧକୁ ଦୂର କରିବା ନେଇ ଉଦ୍ୟମ କରିବ। ବିଶାଖାପାଟଣାର ଉକ୍ତ ଗ୍ରାଉଣ୍ଡରେ ତୃତୀୟ ଟି୨୦ ମ୍ୟାଚ ଖେଳାଯିବ। ଉକ୍ତ ଗ୍ରାଉଣ୍ଡରେ ଅଷ୍ଟ୍ରେଲିଆ ୪ଟି ଦିନିକିଆ ଓ ଗୋଟିଏ ଟି-୨୦ ମ୍ୟାଚ ଖେଳିଛି। ଏଠାରେ ଅଷ୍ଟ୍ରେଲିଆ ଖେଳିଥିବା ଏକମାତ୍ର ଟି-୨୦ରେ ପରାଜିତ ହୋଇଥିଲା।

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories