www.samajalive.in
Wednesday, December 10, 2025
26.1 C
Bhubaneswar

ଆଟାଚିରେ ରଖି ଫିଙ୍ଗିଦେଲା ପୁରୁଷ ବନ୍ଧୁ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲାର ଜଣେ ଯୁବତୀଙ୍କ ମୃତଦେହ ମୁମ୍ବାଇରେ ଆଟାଚି ଭିତରୁ ଉଦ୍ଧାର ହୋଇଛି। ପୁଲିସ ଘଟଣାର ପ୍ରାଥମିକ ତଦନ୍ତରୁ ସୁନ୍ଦରଗଡ଼ ଜିଲାର ସମ୍ପୃକ୍ତ ଯୁବତୀଙ୍କ ପୁରୁଷ ବନ୍ଧୁ ତାଙ୍କୁ ପରକୀୟା ପ୍ରୀତି ସନ୍ଦେହରୁ ହତ୍ୟା କରିବା ପରେ ଆଟାଚିରେ ଭର୍ତ୍ତି କରି ଫିଙ୍ଗିଦେଇ ଫେରାର ହେବାକୁ ଚେଷ୍ଟା କରୁଥିବାବେଳେ ଥାନେ ଷ୍ଟେସନରୁ ପୁଲିସ ତାକୁ ଗିରଫ କରିଛି। ସୂଚନା ଅନୁଯାୟୀ ଗତ ୧୯ ତାରିଖ ଥିଲା ରବିବାର। ସମୟ ମଧ୍ୟାହ୍ନ ପ୍ରାୟ ୧୨.୩୦। ମୁମ୍ବାଇର କୁର୍ଲା ରେଳଷ୍ଟେସନ ରୋଡର ଦାଦର୍ ସୋରୁମ୍ ନିକଟ ରାସ୍ତାରେ ପଡ଼ି ରହିଥିଲା ଏକ ସୁଟକେଶ(ଆଟାଚି)। ଦୀର୍ଘ ସମୟ ଧରି ରାସ୍ତାରେ ସୁଟକେଶଟି
ପଡ଼ି ରହିବା ପରେ ସ୍ଥାନୀୟ ଲୋକ କୁର୍ଲା ପୁଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପହଞ୍ଚିଥିଲା କୁର୍ଲା ପୁଲିସ। ଆଉ ସ୍ଥାନୀୟ ଲୋକ ଓ ପୁଲିସ ସୁଟକେଶକୁ ଖୋଲି ଦେଖିବା ପରେ ଆଶ୍ଚର୍ଯ୍ୟଚକିତ ହୋଇଯାଇଥିଲେ। ସୁଟକେଶ ଭିତରୁ ବାହାରିଥିଲା ୨୪ ରୁ ୨୫ବର୍ଷୀୟ ଜଣେ ଯୁବତୀଙ୍କ ମୃତଦେହ। ପୁଲିସ ଯେତେ ଖୋଜାଖୋଜି କଲା ପରେ ମଧ୍ୟ ଯୁବତୀଙ୍କ କୌଣସି ସୁରାକ ମିଳିପାରି ନ ଥିଲା। ଯୁବତୀଙ୍କ ବେକରେ ଥିଲା ଏକ କ୍ରସ ଚିହ୍ନ ରହିଥିବା ଲକେଟ୍। ପୁଲିସ ଅନ୍ଧାରରେ ବାଡ଼ି ବୁଲାଉ ବୁଲାଉ ସବୁ ଚର୍ଚ୍ଚରେ ଏହି ଯୁବତୀଙ୍କ ଫଟୋକୁ ଲଗାଇଥିଲା। କିଛି ସମୟ ମଧ୍ୟରେ ମୁମ୍ବାଇ ଅନ୍ଧେରୀ ଅଞ୍ଚଳରୁ ଜଣେ ଯୁବତୀ ପୁଲିସକୁ ଫୋନ କରି କହିଥିଲେ ଏହି ଯୁବତୀଜଣକ ଓଡିଶା ସୁନ୍ଦରଗଡ଼ ଜିଲା ବନ୍ଦଳିକାନୀ ଗାଁର ପ୍ରତିମା କିସପଟ୍ଟା। ଏହି ଖବର ଦେଇଥିଲେ ମୁମ୍ବାଇ ଅନ୍ଧେରୀ ଅଞ୍ଚଳରେ କାମ କରୁଥିବା ପ୍ରତିମାଙ୍କ ସମ୍ପର୍କୀୟ ସାନ ଭଉଣୀ। ପୁଲିସ ପ୍ରତିମାଙ୍କ ଭଉଣୀ ଠାରୁ ଏସବୁ ଖବର ପାଇବା ପରେ ଜାଣିବାକୁ ପାଇଥିଲା ଯେ ପ୍ରତିମା ନିକଟ ଅଞ୍ଚଳରେ ହିଁ ଏକ ଆପାର୍ଟମେଣ୍ଟ କମ୍ପ୍ଲେକ୍ସ ଅଞ୍ଚଳରେ ଜଣକ ଘରେ କାମ କରୁଥିଲେ। ଏହି ସମୟରେ ହିଁ ସୁନ୍ଦରଗଡ଼ ଅଞ୍ଚଳର ଯୁବକ ଅସ୍କାର ମନୋଜ ବାର୍ଲା ସିଅନ ଅଞ୍ଚଳରେ ଏକ ମିଠା ଦୋକାନରେ କାମ କରୁଥିଲା। ତାଙ୍କ ପ୍ରେମ ସମ୍ପର୍କ ରହିଥିଲା ଓ ସେମାନେ ଏକା ସାଙ୍ଗରେ (ଲିଭ ଇନ୍‌)ରେ ମଧ୍ୟ ରହିଥିଲେ। ଏମାନେ ୨୦୨୦ରୁ ମୁମ୍ବାଇରେ କାମ କରୁଥିବାବେଳେ କୋଭିଡ ସମୟରେ ନିଜ ଘରକୁ ଚାଲି ଆସିଥିଲେ। ପୁଣି ଚଳିତ ଜୁନ ମାସରେ ମୁମ୍ବାଇକୁ ଯାଇଥିଲେ। ମନୋଜ କିଛି ଦିନ ହେଲା ପ୍ରତିମାକୁ ଅନ୍ୟ ପୁରୁଷ ସହ ସନ୍ଦେହ କରି ଆସୁଥିଲା। ଗତ ରବିବାର ଦିନ ଏହାକୁ ନେଇ ଦୁହିଁଙ୍କ ମଧ୍ୟରେ ଜୋର ଝଗଡା ହୋଇଥିଲା। ଆଉ ଏହା ପରେ ମନୋଜ ପ୍ରତିମାକୁ ସେହି ଘର ଭିତରେ ତଣ୍ଟି ଚିପି ହତ୍ୟା କରିଥିଲା। ହତ୍ୟା ପରେ ଶବକୁ ଏକ ଆଟାଚିରେ ଭର୍ତ୍ତି କରି ଏଲଟିଟି ରେଳ ଷ୍ଟେସନକୁ ଯାଇଥିଲା। ସେଠାରୁ ଓଡ଼ିଶା ଚାଲିଯିବା ପାଇଁ ଯୋଜନା କରୁଥିଲା। ଷ୍ଟେସନରେ ଭିଡ଼ ଓ ପୁଲିସକୁ ଦେଖି ସେଠାରୁ ଫେରି ଆସି ଏକ ଅଟୋରେ ସୁଟକେଶକୁ ନେଇ ସାରା ମୁମ୍ୱାଇ ସହରରେ ଘୂରି ବୁଲୁଥିଲା। ଶେଷରେ କୁର୍ଲା ଅଞ୍ଚଳର ରେଳ ଷ୍ଟେସନ ନିକଟରେ ସୁଟକେଶ କୁ ଛାଡି ସେ ଫେରାର ହୋଇଯାଇଥିଲା। ଆଉ ଏହି ଘଟଣା ପରେ ମୁମ୍ବାଇ କ୍ରାଇମବ୍ରାଞ୍ଚର ଡିସିପି ରାଜ ତିଲକ ରୋସନ ଏହି ଘଟଣାର ତଦନ୍ତ କରି ସତ ଜାଣିବା ପରେ ମନୋଜକୁ ଖୋଜିବା ପ୍ରୟାସ ଆରମ୍ଭ କରିଥିଲେ। ମନୋଜ ଥାନେ ଷ୍ଟେସନରୁ ଓଡିଶାକୁ ଫେରାର ହେବାକୁ ଚେଷ୍ଟା କରୁଥିବାବେଳେ ପୁଲିସ ତାହାକୁ ଗିରଫ କରିଥିଲା। ଆଉ ଆଜି ତାକୁ ଅଦାଲତ ଚାଲାଣ କରିବା ସହ ପୁଲିସ କୋର୍ଟରେ ୩ ଦିନ ଆବେଦନ ପାଇଁ ସୁପାରିଶ କରିଥିଲା। ଅଦାଲତ ମଧ୍ୟ ଏହାକୁ ଅନୁମତି ଦେଇଥିଲେ। ଅସ୍କାର ମନୋଜ ବାର୍ଲା ଏବେ ପୁଲିସ ରିମାଣ୍ଡରେ। ଅନ୍ୟପଟେ ସୁନ୍ଦରଗଡ ବଢିଲା ଝିଅର ହତ୍ୟା ଖବର ପାଇ ପରିବାର ଲୋକ ଏବେ ଚିନ୍ତାରେ ା ପରିବାର ଲୋକ ମୁମ୍ବାଇରେ ପହଞ୍ଚିଛନ୍ତି ଶବ ଆଣିବା ପାଇଁ। ଯୁବତୀ ଜଣକ ସୁନ୍ଦରଗଡ ଜିଲା ଲେଫ୍ରିପଡା ବ୍ଲକ ବନ୍ଦଳିକାନୀ ଗାଁର ବୋଲି ଜଣାପଡ଼ିଥିବାବେଳେ ଅଭିଯୁକ୍ତ ଅସ୍କାର ମନୋଜ ବାର୍ଲାର ଘର ସୁନ୍ଦରଗଡ଼ କିଞ୍ଜିରକେଲା ଅଞ୍ଚଳର ସାହେବ୍ ଡେରାର ବୋଲି ଜଣାପଡିଛି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories