www.samajalive.in
Friday, December 12, 2025
14.1 C
Bhubaneswar

ଆରଜେଡିରେ ବିଦ୍ରୋହ, ବିଧାୟକ ମାଗିଲେ ତେଜସ୍ୱୀଙ୍କ ଇସ୍ତଫା

ପାଟନା .- ଲୋକସଭା ନିର୍ବାଚନର ଫଳାଫଳ ଘୋଷଣା ପରେ ରାଷ୍ଟ୍ରୀୟ ଜନତା ଦଳରେ ବିଦ୍ରୋହ ଦେଖାଦେଇଛି । ଦଳ ଲୋକସଭା ନିର୍ବାଚନରେ ଗୋଟିଏ ବି ଆସନ ଜିତିପାରି ନାହିଁ । ଏହାପରେ ଦଳରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ଦଳର ନେତୃତ୍ୱ ବିରୋଧରେ ସ୍ୱର ତୀବ୍ର ହେଉଛି । ଅନେକ ବିଧାୟକ ଆରଜେଡିର ମୁଖ୍ୟ ତେଜସ୍ୱୀ ଯାଦବଙ୍କର ଇସ୍ତଫା ଦାବି କରିଛନ୍ତି । କେବଳ ସେତିକି ନୁହେଁ ତେଜସ୍ୱୀ ବିହାର ବିଧାନସଭାରେ ବିରୋଧିଦଳ ନେତା ପଦରୁ ଇସ୍ତଫା ଦିଅନ୍ତୁ ବୋଲି ଆରଜେଡି ବିଧାୟକ ମହେଶ୍ୱର ଯାଦବ ଦାବି କରିଛନ୍ତି । ନୈତିକତା ଦୃଷ୍ଟିରୁ ତେଜସ୍ୱୀ ଇସ୍ତଫା ଦିଅନ୍ତୁ ବୋଲି ମହେଶ୍ୱର ଦାବି କରିଛନ୍ତି ।
ମହେଶ୍ୱର ଯାଦବ ମୁଜାଫର ଜିଲ୍ଲା ଗୟାଘାଟ ବିଧାନସଭା ଆସନରୁ ବିଧାୟକ ଅଛନ୍ତି । ସେ କେବଳ ତେଜସ୍ୱୀଙ୍କର ଇସ୍ତଫା ମାଗି ନାହାନ୍ତି । ଲାଲୁଙ୍କ ପରିବାର ଆରଜେଡିଙ୍କୁ ନିଜ ଘରର ସମ୍ପତ୍ତି ଭାବୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି ।

ମହେଶ୍ୱର ଲୋକସଭା ନିର୍ବାଚନରେ ଦଳର ଖରାପ ପ୍ରଦର୍ଶନ ପାଇଁ ଲାଲୁ ଓ ତାଙ୍କ ପୁଅ ତେଜସ୍ୱୀ ଉଭୟଙ୍କୁ ଦାୟୀ କରିଛନ୍ତି । ଦଳର ସମୀକ୍ଷା ବୈଠକର ଗୋଟିଏ ଦିନ ପୂର୍ବରୁ ସେ ଏପରି ଅଭିଯୋଗ କରିଛନ୍ତି । ୨୦୧୪ରେ ଆର୍‌ଜେଡି ମୋଦୀ ଲହର ସତ୍ତ୍ୱେ ୪ଟି ଆସନ ଜିତିଥିବା ବେଳେ ଚଳିତ ସାଧାରଣ ନିର୍ବାଚନରେ କୌଣସି ଆସନ ଜିତି ନାହିଁ , ମହାଗଠବନ୍ଧନର ସହଯଗୀ କଂଗ୍ରେସ କେବଳ କିଶନଗଞ୍ଜରେ ଗୋଟିଏ ଆସନ ଜିତିଛି । ବିଜେପି ଓ ତାହାର ସହଯୋଗୀ ଜେଡିୟୁର ପ୍ରାର୍ଥୀ ୩୯ ଅସନରେ ବିଜୟ ଲାଭ କରିଛନ୍ତି ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories