www.samajalive.in
Saturday, December 6, 2025
26.1 C
Bhubaneswar

ଭାରତ ପାଇଁ ଇମରାନ୍‌ ଖାନ୍‌ଙ୍କ ରାଗ ପଞ୍ଚମରେ – ପଶ୍ଚିମଦେଶମାନଙ୍କୁ ପଚାରିଲେ ଏହି କଥା

ନୂଆଦିଲ୍ଲୀ – ଏବେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମରାନ୍‌ ଖାନ୍‌ଙ୍କ ରାଗ ପଞ୍ଚମରେ । ସେ ରୁଷ୍‌ ୟୁକ୍ରେନ୍‌ ଯୁଦ୍ଧ ସମୟରେ ରୁଷ୍‌ ପରିଦର୍ଶନରେ ଯିବା ସହ ଆମେରିକା ବିରୋଧି ମନ୍ତବ୍ୟ ଦେଇଛନ୍ତି । ଆଫଗାନୀସ୍ତାନରେ ଆମେରିକାକୁ ସହାୟତା ଯୋଗାଇବା ବହୁତ ବଡ ଭୁଲ୍‌ ବୋଲି କହିଛନ୍ତି । ପାକିସ୍ତାନ ଆମେରିକାର କିଣା ଚାକର ନୁହଁ । ଆମେରିକା ଯାହା କହିବ ପାକିସ୍ତାନ ସେୟା କରିବ ବୋଲି ସେ ଉତ୍ତର ଦେଇଛନ୍ତି । ଏହାପରେ ପଶ୍ଚିମ ଦେଶମାନଙ୍କ ପକ୍ଷରୁ ଇମରାନ୍‌ ଖାନନ୍‌ଙ୍କୁ ନିନ୍ଦା କରାଯିବ ସହ ଏକ ପତ୍ର ଲେଖାଇଯାଇଛି ।

ଏହାପରେ ଇମରାନ୍‌ଙ୍କ ରାଗ ଆହୁରି ବଢିଯାଇଛି । ଭାରତ ସହ ଏପରି ବ୍ୟବହାର କରାଯାଉଛି ବୋଲି ସେ ପ୍ରଶ୍ନ କରିଛନ୍ତି । ଯେମିତି ଭାରତ ତାଙ୍କ ତଣ୍ଟିରେ କଣ୍ଟା ହୋଇ ଲାଗିଛି । ଯେଉଁଠାରେ ବି ଇମରାନ୍‌ କି ପାକିସ୍ତାନ ନିନ୍ଦିତ ହେଲେ ସେ ସିଧାସଳଖ ଭାରତ ଉପରକୁ ଅଙ୍ଗୁଳି ନିର୍ଦେଶ କରୁଛନ୍ତି । ତାଙ୍କ ଦେଶର ଭୁଲ୍‌ ଭଟକାକୁ ଅଣଦେଖା କରି ପାକିସ୍ତାନରେ ଶିକ୍ଷା ସ୍ୱାସ୍ଥ୍ୟରେ ବିକାଶ ନକରି ଅନ୍ୟରେ ଦୋଷ ଦେବାରେ ବ୍ୟସ୍ତ ।

- Advertisement -
Image Courtesy: Amar ujala

ଚୀନ୍‌ ,ରୁଷ୍‌ ,ଆମେରିକା , ୟୁରୋପ ସମସ୍ତଙ୍କ ସହ ତାଙ୍କର ବନ୍ଧୁତା ଅଛି ବୋଲି ସେ କହିଛନ୍ତି । ପଶ୍ଚିମଦେଶ ପାକିସ୍ତାନ ଉପରେ ରୁଷିଆ ବିରୋଧରେ ଚାପ ପକାଉଥିବା କଥା ସେ କହିଛନ୍ତି। ଭାରତ ଉପରେ ବିଶେଷ କିଛି କରୁ ନଥିବା ବେଳେ ଇସଲାମାବାଦରେ ଥିବା ବିଭିନ୍ନ ୟୁରୋପୀୟ ଦେଶର ପ୍ରତିନିଧ ପାକିସ୍ତାନକୁ ରୁଷ୍‌ ବିରୋଧରେ ମତାଉଛନ୍ତି ବୋଲି ସେ କହିଛନ୍ତି। 

 

Hot this week

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

Related Articles

Popular Categories