www.samajalive.in
Sunday, December 7, 2025
26.1 C
Bhubaneswar

କମ୍ପାନୀ ପାଇଁ ଇଡକୋ ପକ୍ଷରୁ ଜମି ଅଧିଗ୍ରହଣକୁ ଗ୍ରାମବାସୀଙ୍କ ବିରୋଧ; ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ

ରେଙ୍ଗାଲି: ରେଙ୍ଗାଲି ବ୍ଳକର ପଣ୍ଡଲୋଇ ସ୍ଥିତ ଶ୍ୟାମ ମେଟାଲିକ୍ସ କାରଖାନାର ସଂପ୍ରସାରଣ ପାଇଁ ନିସାନଭଙ୍ଗା ମୌଜାର ସରକାର ଜମି ଇଡକୋ ମାଧ୍ୟମରେ ଅଧିଗ୍ରହଣ ସକାଶେ ରାଜସ୍ୱ ବିଭାଗ ପକ୍ଷରୁ ଗ୍ରାମରେ ନୋଟିସ୍‍ ଜାରି କରାଯିବା ପରେ ଜମି ଅଧିଗ୍ରହଣକୁ ଗ୍ରାମବାସୀଙ୍କ ପକ୍ଷରୁ ତୀବ୍ର ବିରୋଧ କରାଯାଇଛି। ଆଜି ନିସାନଭଙ୍ଗାର ବହୁ ସଂଖ୍ୟକ ମହିଳା ଏବଂ ପୁରଷ ଗାଁରୁ ଶୋଭାଯାତ୍ରାରେ ବାହାରି ରେଙ୍ଗାଲି ସହର ଦେଇ ତହସିଲ ଅଫିସକୁ ପହଞ୍ଚି କମ୍ପାନୀ ପାଇଁ ସରକାରୀ ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରାଯାଉ ବୋଲି ଗ୍ରାମବାସୀଙ୍କ ସ୍ୱାକ୍ଷରିତ ଲିଖିତ ଦାବୀପତ୍ର ପ୍ରଦାନ କରିଛନ୍ତି। ପୂର୍ବରୁ ବିଭିନ୍ନ ପ୍ରକାର ପ୍ରତିଶ୍ରୁତି ଦେଇ ୪ଟି ପର୍ଯ୍ୟାୟରେ ୧୧୪ ଏକର ଗ୍ରାମ୍ୟ ଜଙ୍ଗଳ ଜମି୧୨୭ ଏକର ରୟତି ଜମି ଏବଂ ୩୦ ଏକର ହୀରାକୁଦ ଜଳଭଣ୍ଡାର ପାଖରେ ଥିବା ଜମି କମ୍ପାନୀ ଅଧିଗ୍ରହଣ କରିନେଇଛି ବୋଲି ଗ୍ରାମବାସୀ ଅଭିଯୋଗରେ ଉଲ୍ଲେଖ କରିଛନ୍ତି। ଏଭଳି ବାରମ୍ବାର ଗ୍ରାମର ଜମି କମ୍ପାନୀ ପରିସୀମା ବୃଦ୍ଧି ପାଇଁ ଅଧିଗ୍ରହଣ କରାଗଲେ ଆମେ ଗ୍ରାମବାସୀ ଜମି ଶୁନ୍ୟ ହୋଇଯିବୁ ବୋଲି କ୍ଷୋଭ ପ୍ରକାଶ କରିଛନ୍ତି। ଶ୍ୟାମ ମେଟାଲିକ୍ସ କାରଖାନାର ଭୟାବହ ପ୍ରଦୂଷଣରେ ଗ୍ରାମବାସୀ ଅତିଷ୍ଠ ହେଉଥିଲେ ମଧ୍ୟ ଏହାର କୌଣସି ପ୍ରତିକାର କରାଯାଉ ନାହିଁ। ଗ୍ରାମର ଜଳାଶୟଠାରୁ ଆରମ୍ଭ କରି ପରିବେଶ ଭୟଙ୍କର ଭାବରେ ପ୍ରଦୂଷିତ ହେଉଛି। ବାରମ୍ବାର ଆପତ୍ତି ଅଭିଯୋଗ ସତ୍ତ୍ବେ କୌଣସି ପ୍ରତିକାର କିମ୍ବା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ଏହି ପରିପ୍ରେକ୍ଷୀରେ ଆମ ଗ୍ରାମରେ ଥିବା ସମସ୍ତ କିସମର ସରକାରୀ ଜମି ଇଡ୍‍କୋକୁ ହସ୍ତାନ୍ତର କରାଯିବା ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରାଯାଉ ବୋଲି ଗ୍ରାମବାସୀ ଦାବୀ କରିଛନ୍ତି।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories