www.samajalive.in
Thursday, December 11, 2025
14.1 C
Bhubaneswar

ଧରାପଡ଼ିଲା ଇମ୍ରାନଙ୍କ ଆଉ ଏକ ମିଛ

ନୂଆଦିଲ୍ଲୀ : କାଶ୍ମୀର ପ୍ରସଙ୍ଗକୁ ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଆଉ ଏକ ମିଛ ଧରାପଡ଼ିଛି। ଇମ୍ରାନ ଗୁରୁବାର ଦାବି କରିଛନ୍ତି ଯେ ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ନେଇ ଭାରତର ନିଷ୍ପତ୍ତି ବିରୋଧରେ ମିଳିତ ଜାତିସଂଘ ମାନବାଧିକାର ପରିଷଦ (ୟୁଏନଏଚଆରସି)ରେ ୫୮ ସଦସ୍ୟ ପାକିସ୍ତାନକୁ ସମର୍ଥନ ଜଣାଇଛନ୍ତି। ହେଲେ ମିଛୁଆ ଇମ୍ରାନ ଭୁଲିଯାଇଛନ୍ତି ଯେ ୟୁଏନଏଚଆରସିରେ ମାତ୍ର ୪୭ ଜଣ ସଦସ୍ୟ ଅଛନ୍ତି।

ଇମ୍ରାନ ଟ୍ୱିଟ୍‍ କରିଛନ୍ତି ଯେ ୟୁଏନଏଚଆରସିର ଗତ ୧୦ ତାରିଖ ବୈଠକରେ ଜାମ୍ମୁ କାଶ୍ମୀରରୁ ଭାରତୀୟ ସେନାକୁ ହଟାଇବା, ଜୀବନ ଜୀବିକାକୁ ସ୍ୱାଭାବିକ କରିବା, ଅନ୍ୟାନ୍ୟ ପ୍ରତିବନ୍ଧକ ହଟାଇବା ଓ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ରିଜୋଲୁସନ ଅନୁସାରେ କାଶ୍ମୀରବାସୀଙ୍କ ଅଧିକାରରକୁ ସୁରକ୍ଷା ଦେବା ପାଇଁ ପାକିସ୍ତାନକୁ ୫୮ଟି ଦେଶର ସମର୍ଥନ ମିଳିଛି। ଏହାର ଜବାବ ଦେଇ ପାକିସ୍ତାନ ବିଦେଶ ମନ୍ତ୍ରାଳୟ ମୁଖପାତ୍ର ରବିଶ କୁମାର କହିଛନ୍ତି ଯେ ଇମ୍ରାନ ଖାନଙ୍କୁ କେଉଁ ଦେଶଗୁଡ଼ିକ ସମର୍ଥନ ଜଣାଇଛନ୍ତି ତାର ତାଲିକା ପ୍ରଦାନ କରି ଦେଖାନ୍ତୁ। ଆମ ପାଖରେ ଏହି ଦେଶଗୁଡ଼ିକର ତାଲିକା ନାହିଁ। ଆପଣମାନଙ୍କୁ ବୁଝିବାକୁ ପଡ଼ିବ ଯେ ପାକିସ୍ତାନ ଏବଂ ଭାରତକୁ ମିଶାଇ ୟୁଏନଏଚଆରସିରେ ୪୭ ଜଣ ସଦସ୍ୟ ଅଛନ୍ତି। ପାକିସ୍ତାନ ଦାବିକୁ ବିଚାରକୁ ନିଆଗଲେ ୟୁଏନଏଚଆରସିର ସଦସ୍ୟ ସଂଖ୍ୟା ୬୦ ହୋଇଯାଉଛି। ଅର୍ଥାତ ୟୁଏନଏଚଆରସିରେ ପାକିସ୍ତାନକୁ ଅଜଣା ଦେଶଙ୍କ ସମର୍ଥନ ମିଳିଛି ଓ ତାର ତାଲିକା କେବଳ ଇମ୍ରାନଙ୍କୁ ଜଣାଅଛି।

Hot this week

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

Related Articles

Popular Categories