www.samajalive.in
Wednesday, December 10, 2025
23.1 C
Bhubaneswar

ମୋଦୀ ସରକାର ମୁସଲମାନ ବିରୋଧୀ: ଇମ୍ରାନ ଖାଁ

ଇସଲାମାବାଦ : ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ପୁଣି ଥରେ ଭାରତ ବିରୋଧୀ ମନ୍ତବ୍ୟ ଦେଇଛନ୍ତି। ନିକଟରେ ୱାଶିଂଟନ ପୋଷ୍ଟକୁ ଦେଇଥିବା ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ ମୋଦୀ ସରକାର ମୁସଲିମ୍‍ ଓ ପାକିସ୍ତାନ ବିରୋଧୀ। ଭାରତରେ ନିର୍ବାଚନ ପାଖରେ ଥିବାରୁ ମୋଦୀ ସରକାର ନିଜକୁ ପାକିସ୍ତାନ ବିରୋଧୀ ବୋଲି ଉପସ୍ଥାପିତ କରୁଛନ୍ତି।
ସାକ୍ଷାତକାରରେ ସେ ଶିଖ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲା ହେଉଥିବା କରତାରପୁର କରିଡ଼ର ଏବଂ ୨୬/୧୧ ମୁମ୍ବଇ ଆକ୍ରମଣ ବିଷୟରେ କହିଥିଲେ। ଇମ୍ରାନ କହିଥିଲେ ଯେ ୨୬/୧୧ ମୁମ୍ବଇ ଆକ୍ରମଣରେ ସମ୍ପୃକ୍ତ ଆତଙ୍କବାଦୀଙ୍କୁ ସେ ଦଣ୍ଡ ଦେବାକୁ ଚାହୁଁଛନ୍ତି। ଏହି ମାମଲାରେ ସମାଧାନ ବାଟ ବାହାର କରିବା ପାକିସ୍ତାନ ପାଇଁ ହିତକର। ତେଣୁ ସେ ମାମଲାର ସ୍ଥିତି ଜାଣିବାକୁ ନିଜ ଅଧିକାରୀଙ୍କୁ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ସାକ୍ଷାତକାରରେ ଇମ୍ରାନ ମୋଦୀ ଓ ବିଜେପିର ନାମ ନନେଇ ଭାରତର ଶାସକ ଦଳ ମୁସଲମାନ ବିରୋଧୀ ବୋଲି କହିଥିଲେ।

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories