www.samajalive.in
Tuesday, December 9, 2025
16.1 C
Bhubaneswar

ବାସ୍ତୁ ଶାସ୍ତ୍ର ଅନୁଯାୟୀ ଜାଣନ୍ତୁ ତାଲା ବ୍ୟବହାରର ନିୟମ !

ଘରର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଜିନିଷ ହେଉଛି ତାଲା । ତାଲା ଘରକୁ ସୁରକ୍ଷା ଦେଇଥାଏ । କେବଳ ଘର ନୁହେଁ ଦୋକାନ, କାର୍ଯ୍ୟାଳୟ ଓ ଯାନବାହନ ଆଦି ବିଭିନ୍ନ ସ୍ଥାନରେ ତାଲାର ବ୍ୟବହାର କରାଯାଏ । ହେଲେ କ’ଣ ଆପଣ ଜାଣନ୍ତି କି, କେଉଁ ତାଲା ବ୍ୟବହାର କରିବା ଘର ପାଇଁ ଶୁଭ ହୋଇଥାଏ ।

ବାସ୍ତୁଶାସ୍ତ୍ର ଅନୁଯାୟୀ, ତମ୍ବା ତାଲା ଘରେ ବ୍ୟବହାର କରିବା ଶୁଭ ବୋଲି କୁହାଯାଏ । ଏହା ସହ ଘରର ପୂର୍ବ ଦିଗରେ ତାଲା ଲଗାଇବା ଉଚିତ୍ । କିଛି ଲୋକଙ୍କ ଘରର ମୁଖ୍ୟ ଦ୍ବାର ଉତ୍ତର ଦିଗରେ ରହିଥାଏ । ଏଥିପାଇଁ ସୁନେଲୀ ରଙ୍ଗର ତାଲା ଅର୍ଥାତ୍ ପିତଳ ତାଲା ବ୍ୟବହାର କରିବା ଶୁଭ ବୋଲି କୁହାଯାଏ । ବାସ୍ତୁ ଅନୁଯାୟୀ ତାଲା ବ୍ୟବହାର କରିବା ଦ୍ବାରା ଘ​‌ରର ସୁରକ୍ଷା ସୁଦୃଢ ହେବା ସହ ନକରାତ୍ମକ ଶକ୍ତି ପ୍ରବେଶ କରେ ନାହିଁ ।

- Advertisement -

କାରଖାନାରେ ଲୁହା ତାଲା ବ୍ୟବହାର କରିବା ଉଚିତ୍ ବୋଲି ବାସ୍ତୁଶାସ୍ତ୍ରରେ କୁହାଯାଇଛି । ଏହା ସହ କାରଖାନାର ତାଲା ପଶ୍ଚିମ ଦିଗରେ ରହିବା ଆବଶ୍ୟକ । ଲୁହା ଶନିଗ୍ରହ ସହ ସମ୍ବନ୍ଧ ହୋଇ ଥିବାରୁ ଲୁହା ଜିନିଷ ବ୍ୟବହାର କରିବା ଦ୍ବାରା ଶନି ସ୍ଥିତି ସୁଦୃଢ ରହିଥାଏ । ଜ୍ୟୋତିଷ ଅନୁଯାୟୀ ଶନି କୃପାରୁ ବ୍ୟବସାୟରେ ଲାଭ ମିଳିଥାଏ ଏବଂ ବ୍ୟକ୍ତିର ଆର୍ଥିକ ସ୍ଥିତି ସୁଦୃଢ ରହିଥାଏ ।

ତାଲା ସହ ଚାବିକୁ ନେଇ ମଧ୍ୟ ସାବଧାନତା ଅବଲମ୍ବନ କରିବା ଉଚିତ୍ । ପ୍ରାୟତଃ ପିତଳ ତାଲା ଓ ପିତଳ ଚାବି ସମସ୍ତଙ୍କ ପାଇଁ ଶୁଭ ହୋଇଥାଏ । ପିତଳ ତାଲାର ରଙ୍ଗ ହଳଦିଆ ବା ସୁନେଲୀ । ଏହି ରଙ୍ଗ ଗୁରୁ ଗ୍ରହ ଅର୍ଥାତ୍ ବୃହସ୍ପତି ସହ ତୁଳନା କରାଯାଏ । ବୃହସ୍ପତି ଗ୍ରହ ଖୁସିର କାରକ ବୋଲି କୁହାଯାଏ । ତେଣୁ ପିତଳ ତାଲା ବ୍ୟବହାର କରିବା ଦ୍ବାରା ଘରେ ସର୍ବଦା ଖୁସି ରହିଥାଏ ।

Hot this week

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

Related Articles

Popular Categories