www.samajalive.in
Wednesday, December 10, 2025
23.1 C
Bhubaneswar

ଭୋଜନ ସହ ଜଡ଼ିତ ଏହି ନିୟମ ; ଖଟରେ ବସି କରନ୍ତୁ ନାହିଁ ଭୋଜନ

ଆଧୁନିକ ଜୀବନଶୈଳୀରେ ଅନେକ ସମୟରେ ଆମେ ଖାଦ୍ୟ ଖାଇବା ନୀତିନିୟମରେ ପରିବର୍ତ୍ତନ କରିଥାଉ। ପ୍ରଥମେ ଲୋକେ ଚଟାଣରେ ଆସନ ପକାଇ ଭୋଜନ କରୁଥିଲେ। ଖାଦ୍ୟ ଖାଇବା ସମୟରେ ଅନ୍ୟ କାହା ସହ କଥାବାର୍ତ୍ତା ମଧ୍ୟ କରୁନଥିଲେ। ଜ୍ୟୋତିଷଙ୍କ ମତାନୁଯାୟୀ, ଖାଦ୍ୟ ଖାଇବାର ଅଭ୍ୟାସ ଓ ପ୍ରଣାଳୀ ଆମ ଗ୍ରହଙ୍କଉପରେ ପ୍ରଭାବ ପକାଇଥାଏ। ଜାଣନ୍ତୁ….
– ଖଟରେ ବସି କଦାପି ଭୋଜନ କରନ୍ତୁ ନାହିଁ। ଏହାଦ୍ୱାରା ଅନ୍ନର ଅବମାନନା ହୋଇଥାଏ। ରାହୁଙ୍କ କୁପ୍ରଭାବ ପଡ଼ିଥାଏ।
– ଭୋଜନ କରିବା ସମୟରେ ଟିଭି ଦେଖନ୍ତୁ ନାହିଁ। ବହି ପଢନ୍ତୁ ନାହିଁ। ଏପରି କରିବା ଦ୍ୱାରା ଶ୍ୱାସନଳୀ ମଧ୍ୟରେ ଭୋଜନର ଅଂଶ ଯିବାର ଅଧିକ ସମ୍ଭାବନା ରହିଥାଏ।
– ଖାଦ୍ୟ ଖାଇବା ପୂର୍ବରୁ ହାତ ଓ ଗୋଡ଼ ଭଲ ଭାବେ ଧୁଅନ୍ତୁ। ଶୀଘ୍ର ଶୀଘ୍ର ଖାଦ୍ୟ ଖାଆନ୍ତୁ ନାହିଁ।
– ଖାଦ୍ୟ ଖାଇବାର ସଙ୍ଗେ ସଙ୍ଗେ ପାଣି ପିଅନ୍ତୁ ନାହିଁ। ଅତି ଆବଶ୍ୟକ ହେଲେ ସାମାନ୍ୟ ପିଇପାରିବେ।
– ସର୍ବଦା ବସିବା ଅବସ୍ଥାରେ ଭୋଜନ କରନ୍ତୁ। ଖାଦ୍ୟ ଖାଇବାର ୪୦ ମିନିଟ ପରେ ପାଣି ପିଅନ୍ତୁ।
– ଭୋଜନ କରିବା ପରେ କିଛି ଲୋକେ ଥାଳିରେ ହିଁ ହାତ ଧୋଇଦିଅନ୍ତି। ଏହାଦ୍ୱାରା ମା’ଲକ୍ଷ୍ମୀଙ୍କ ଅବମାନନା ହୋଇଥାଏ। ଚନ୍ଦ୍ର ଓ ଶୁକ୍ରଙ୍କର କୁପ୍ରଭାବ ପଡ଼ିଥାଏ। ଘରୁ ସୁଖ-ସମୃଦ୍ଧି ହ୍ରାସ ପାଇଥାଏ।
– ଖାଦ୍ୟ ଖାଇବା ପରେ ଥାଳିରେ ବଳକା ଖାଦ୍ୟ ଛାଡ଼ନ୍ତୁ ନାହିଁ। ଖାଦ୍ୟ ଖାଇବା ସମୟରେ ପ୍ରଥମେ ଏହାକୁ ମସ୍ତକରେ ଲଗାଇ ଭୋଜନ କରନ୍ତୁ।
– ଭୋଜନ କରିବା ସମୟରେ ପୂର୍ବ ଦିଗକୁ ମୁହଁ କରି ଭୋଜନ କରନ୍ତୁ।

 

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories