www.samajalive.in
Monday, December 8, 2025
14.1 C
Bhubaneswar

ତେଲଙ୍ଗାନାରେ ‘ଅସନା’ ତାଣ୍ଡବ: ରେଳଲାଇନ ଜଳମଗ୍ନ, ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ

ହାଇଦରାବାଦ: ପୂର୍ବ ଆରବ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଅସନା’ ତେଲଙ୍ଗାନାରେ ବଡ଼ ଧରଣର ପ୍ରଭାବ ପକାଇଛି। ରବିବାର ସକାଳୁ ତେଲଙ୍ଗାନାର ଅନେକ ଅଞ୍ଚଳରେ ପ୍ରବଳ ବର୍ଷା ଜାରି ରହିଛି। ରେଳ ଧାରଣାରେ ପାଣି ଭରି ରହିଛି। କେତେକ ସ୍ଥାନରେ ରେଳ ଧାରଣା ଧସି ଯାଇଛି। ଫଳରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି। ରେଳବାଇ ପକ୍ଷରୁ ଅନେକ ଟ୍ରେନ୍‌ ବାତିଲ କରାଯାଇଥିବାବେଳେ ଅନେକ ଟ୍ରେନ୍‌ର ଗତିପଥ ପରିବର୍ତ୍ତନ କରାଯାଇଛି।


କଚ୍ଛ୍ ଉପକୂଳ ପାକିସ୍ତାନର ନିକଟବର୍ତ୍ତୀ ଅଞ୍ଚଳ ଏବଂ ଉତ୍ତର ପୂର୍ବ ଆରବ ସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ବାତ୍ୟା ‘ଅସନା’ରେ ପରିଣତ ହୋଇଛି। ଏହି ବାତ୍ୟା ତେଲଙ୍ଗାନା ଆଡ଼କୁ ଗତି କରିଛି। ରବିବାର ଏଠାରେ ପ୍ରବଳ ବର୍ଷା ହୋଇଛି। ଏହି କାରଣରୁ କେସାମୁଦ୍ରମ୍ ଏବଂ ମେହବୁବାବାଦ୍ ମଧ୍ୟରେ ରେଳ ଲାଇନ୍‌ ଜଳମଗ୍ନ ହୋଇଛି। ଅନେକ ସ୍ଥାନରେ ରେଳ ଲାଇନ୍‌ ଦବି ଯାଇଛି। ଏନେଇ ସୂଚନା ପାଇବା ପରେ ବିଜୟୱାଡାରୁ ୱାରଙ୍ଗଲ, ୱାରଙ୍ଗଲରୁ ବିଜୟୱାଡା ଏବଂ ଦିଲ୍ଲୀରୁ ବିଜୟୱାଡାକୁ ଯାଉଥିବା ସମସ୍ତ ଟ୍ରେନ୍ ଅଟକି ରହିଛି। ଏହା ବ୍ୟତୀତ ରେଳ ଲାଇନ୍‌ରେ ଜଳମଗ୍ନ ହୋଇଥିବାରୁ ଅନେକ ଟ୍ରେନ୍ ବାତିଲ କରାଯାଇଥିବାବେଳେ ଅନେକ ଟ୍ରେନ୍‌ର ଗତିପଥ ପରିବର୍ତ୍ତନ କରାଯାଇଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories