www.samajalive.in
Sunday, December 7, 2025
14.1 C
Bhubaneswar

ବିଶ୍ୱର ସବୁଠାରୁ ବଡ଼ ସୁଯୋଗର ଦେଶ ହେଉଛି ଭାରତ – ପ୍ରଧାନମନ୍ତ୍ରୀ ମୋଦୀ

ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତକୁ ବିଶ୍ୱର ସବୁଠାରୁ ବଡ଼ ସୁଯୋଗର ଭୂମି ଭାବରେ ଉପସ୍ଥାପନ କରିଛନ୍ତି ଏବଂ ବ୍ୟବସାୟ କ୍ଷେତ୍ରର ସୁବିଧା, ସଂସ୍କାର, ଏକ ସ୍ଥିର ନୀତି ଏବଂ ଉଚ୍ଚ ଅଭିବୃଦ୍ଧି ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ଇଟି ୱାର୍ଲ୍ଡ ଲିଡର୍ସ ଫୋରମକୁ ସମ୍ବୋଧିତ କରି ଶ୍ରୀ ମୋଦୀ ନିବେଶକମାନଙ୍କୁ ଉଦ୍ଭାବନ, କାର୍ଯ୍ୟଦକ୍ଷତା ଏବଂ ଉଚ୍ଚ ଗୁଣବତ୍ତା ଉତ୍ପାଦ ପାଇଁ ପ୍ରତିଶ୍ରୁତିବଦ୍ଧ ହେବାକୁ କହିଥିଲେ। ସେ କହିଛନ୍ତି ଯେ, ତାଙ୍କ ସରକାର ଅଧିକ ଦୃଢ଼ ଉଦ୍ଦେଶ୍ୟ ନେଇ ତୃତୀୟ କାର୍ଯ୍ୟକାଳ ଆରମ୍ଭ କରିଛି ଏବଂ ଆଶା ଓ ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ ରହିଛି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଚଳିତ ବର୍ଷ ନିର୍ବାଚନ ହୋଇଥିବା ଅଧିକାଂଶ ଦେଶର ଲୋକମାନେ ପରିବର୍ତ୍ତନ ସପକ୍ଷରେ ମତ ଦେଇଥିବା ବେଳେ ଭାରତୀୟମାନେ ନିରନ୍ତରତା, ରାଜନୈତିକ ସ୍ଥିରତା ଏବଂ ଅର୍ଥନୈତିକ ଅଭିବୃଦ୍ଧିକୁ ପସନ୍ଦ କରିଛନ୍ତି। ଏକ ନୂତନ ନବ-ମଧ୍ୟବିତ୍ତ ଶ୍ରେଣୀ ଦେଶର ପ୍ରଗତିକୁ ଆଗକୁ ବଢ଼ାଉଛି ଏବଂ ଏହାର ବଜାର ପାଇଁ ଦିଗ ନିର୍ଦ୍ଧାରଣ କରୁଛି ବୋଲି ଶ୍ରୀ ମୋଦୀ କହିଛନ୍ତି। ସେ କହିଥିଲେ, ଭାରତ ଏକ ଅନନ୍ୟ ସଫଳତାର କାହାଣୀ ଲେଖୁଛି ଏବଂ ଏହାର ସଂସ୍କାରର ପ୍ରଭାବ ଅର୍ଥନୀତିର ପ୍ରଦର୍ଶନରେ ଦୃଶ୍ୟମାନ ହେଉଛି ।

- Advertisement -

ସବୁଜ ହାଇଡ୍ରୋଜେନ, ସେମିକଣ୍ଡକ୍ଟର, ଗଭୀର ମହାସାଗର ଏବଂ ମହାକାଶ କ୍ଷେତ୍ରରେ ତାଙ୍କ ସରକାରଙ୍କ ପଦକ୍ଷେପ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ତାଙ୍କ ସରକାର ଭାରତକୁ ଅପେକ୍ଷା କରିଥିବା ଆହ୍ୱାନ ଏବଂ ସୁଯୋଗ ପାଇଁ ଦେଶକୁ ପ୍ରସ୍ତୁତ କରିବାକୁ ଚାହୁଁଛନ୍ତି। ଦେଶକୁ ବିଶ୍ୱ ସ୍ୱାସ୍ଥ୍ୟ ଓ କଲ୍ୟାଣ କେନ୍ଦ୍ରରେ ପରିଣତ କରିବା ପାଇଁ ତାଙ୍କ ସରକାର କାର୍ଯ୍ୟ କରୁଛନ୍ତି ବୋଲି ଶ୍ରୀ ମୋଦୀ କହିଛନ୍ତି। ଗତ ୧୦ ବର୍ଷ ମଧ୍ୟରେ ସରକାର ୧ ଲକ୍ଷ ମେଡିକାଲ ସିଟ୍ ସୃଷ୍ଟି କରାଯାଇଛି ଏବଂ ଆଗାମୀ ୫ ବର୍ଷରେ ଆହୁରି ୭୫ ହଜାରରୁ ଅଧିକ ସିଟ୍ ସୃଷ୍ଟି କରାଯିବ ବୋଲି ସେ କହିଛନ୍ତି।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories