www.samajalive.in
Saturday, December 13, 2025
26.1 C
Bhubaneswar

କୃତ୍ରିମ ବୁଦ୍ଧିମତାର ସହାୟତା ନେଉଛି ଭାରତୀୟ ପାଣିପାଗ ବିଭାଗ

ନୂଆଦିଲ୍ଲୀ : ପାଣିପାଗ ସମ୍ପର୍କରେ ପ୍ରଦାନ କରାଯାଉଥିବା ସୂଚନାକୁ ଠିକ୍‌ ଓ ଅଧିକ ତଥ୍ୟଭିତ୍ତିକ କରିବା ନିମନ୍ତେ ଏଆଇ (ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ-କୃତ୍ରିମ ବୁଦ୍ଧିମତା) କାରିଗରୀ କୌଶଳର ସହାୟତା ନିଆଯାଉଛି ବୋଲି ଭାରତୀୟ ପାଣିପାଗ ବିଭାଗ ମହାନିର୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି। ପାଣିପାଗ ବୈଜ୍ଞାନିକମା​‌​‌ନେ ବର୍ତ୍ତମାନ ଏଆଇ ଏବଂ ତତ୍‌ସଂଲଗ୍ନ ଯନ୍ତ୍ରପାତି ପରିଚାଳନା ସମ୍ପର୍କରେ ଅଧିକ ଜ୍ଞାନ ଉପାର୍ଜନ କରୁଛନ୍ତି। ବର୍ତ୍ତମାନ ଏହି କାରିଗରୀକୌଶଳକୁ ସୀମିତଭାବେ ବ୍ୟବହାର କରାଯାଉଛି। ଆଗାମୀ ପାଞ୍ଚବର୍ଷ ମଧ୍ୟରେ ଏହାର ପୂର୍ଣ୍ଣ ବିନିଯୋଗ କରାଯାଇ ପାଣିପାଗ ସମ୍ପର୍କିତ ଭବିଷ୍ୟବାଣୀକୁ ଅଧିକ ସୁସଂଗଠିତ କରାଯିବ ବୋଲି ମହାପାତ୍ର କହିଛନ୍ତି। ଏଥିପାଇଁ ପୃଥିବୀ ବିଜ୍ଞାନ ମନ୍ତ୍ରଣାଳୟ ଓ ଆଇଏମଡି ବୈଜ୍ଞାନିକଙ୍କୁ ନେଇ ଏକ ଟିମ୍‌ ଗଠନ କରାଯାଇଛି। ଏହି ଅଭିଯାନରେ ଆଇଆଇଟି ବିଶେଷଜ୍ଞଙ୍କ ସହାୟତା ମଧ୍ୟ ନିଆଯାଉଛି। ପାଣିପାଗ ସମ୍ପର୍କରେ ସୂଚନା ସଂଗ୍ରହ କରିବାକୁ ଆଇଏମଡି ପକ୍ଷରୁ ଦେଶର ୮୫ ପ୍ରତିଶତ ସ୍ଥାନରେ ୩୯ଟି ଡପ୍‌ଲର ଖଞ୍ଜାଯାଇଛି। ଏହି ଜରିଆରେ ଆଇଏମଡି ୧୯୦୧ରୁ ପାଣିପାଗ ସମ୍ପର୍କିତ ତଥ୍ୟକୁ ରେକର୍ଡ କରିବାରେ ସକ୍ଷମ ହୋଇପାରିଛି। ବର୍ତ୍ତମାନ ଏଆଇ କାରିଗରୀକୌଶଳ ବ୍ୟବହାର କରାଯିବା ଫଳରେ ରେକର୍ଡ କରାଯାଇଥିବା ତଥ୍ୟକୁ ବିଶ୍ଲେଷଣ କରାଯାଇ ପାଣିପାଗ ସମ୍ପର୍କିତ ପ୍ୟାଟର୍ଣ୍ଣ (ଧାରା)କୁ ଅନୁଧ୍ୟାନ କରାଯାଇପାରିବ ବୋଲି ମହାପାତ୍ର କହିଛନ୍ତି। ବିଶ୍ବର ଅଧିକାଂଶ ଦେଶର ପାଣିପାଗ କାର୍ଯ୍ୟାଳୟ ବର୍ତ୍ତମାନ ଏଆଇର ସହାୟତା ନେଉଛନ୍ତି। ଏହାଦ୍ବାରା ଖର୍ଚ୍ଚ ହ୍ରାସ ପାଉଥିବାବେଳେ ପାଣିପାଗ ସୂଚନା ଅଧିକ ଠିକ୍‌ଠାକ୍‌ ମିଳିପାରୁଛି।

ଆଜିଠୁ ରାଜ୍ୟରେ ପୁଣି ବଢିବ ତାତି, ୧୪ ଓ ୧୫ ପାଇଁ ୟେଲୋ ୱାର୍ଣ୍ଣିଂ

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories