www.samajalive.in
Monday, December 8, 2025
13.1 C
Bhubaneswar

ବିଜ୍ଞାନକୁ ଜନଆନ୍ଦୋଳନ କରିବାକୁ ହେବ: ହର୍ଷବର୍ଦ୍ଧନ

ଲକ୍ଷ୍ନୌ  (ଅନୁପମ ପ୍ରହରାଜ) : ବିଜ୍ଞାନକୁ ଏବେ ପ୍ରୟୋଗଶାଳାରୁ ବାହାର କରି ଜନତାଙ୍କ ଭିତରକୁ ନେବାକୁ ଉଦ୍ୟମ ଆରମ୍ଭ ହୋଇଛି। ବିଜ୍ଞାନ ହିଁ କରିବ ସବୁ ସମସ୍ୟାର ସମାଧାନ। ଆଜିର ଯୁବପିଢ଼ିଙ୍କୁ ଅଧିକ ବିଜ୍ଞାନ ମନସ୍କ କରାଇବାକୁ ପଡ଼ିବ। ଏହାଦ୍ୱାରା ହିଁ ବିଜ୍ଞାନକୁ ଏକ ଜନଆନ୍ଦୋଳନରେ ପରିଣତ କରାଯାଇପାରିବ ବୋଲି କେନ୍ଦ୍ର ବିଜ୍ଞାନ ଓ କାରିଗରୀ ତଥା ଭୂ-ପୃଷ୍ଠ ବିଜ୍ଞାନ ମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ଆଶାବ୍ୟକ୍ତ କରିଛନ୍ତି।
ଉତ୍ତରପ୍ରଦେଶର ଲକ୍ଷ୍ନୌସ୍ଥିତ ଇନ୍ଦିରା ଗାନ୍ଧୀ ପ୍ରତିଷ୍ଠାନରେ ଆୟୋଜିତ ୪ର୍ଥ ଭାରତ ଅନ୍ତର୍ରାଷ୍ଟ୍ରୀୟ ବିଜ୍ଞାନ ମହୋତ୍ସବ-୨୦୧୮ର ପ୍ରଥମ ଦିବସକୁ ସମ୍ବୋଧିତ କରି କହିଲେ, ସାମାଜିକ, ଆର୍ଥିକ, ସ୍ୱାସ୍ଥ୍ୟ, ଶିକ୍ଷା, କୃଷି ପ୍ରତି କ୍ଷେତ୍ରରେ ସୃଷ୍ଟି ହେଉଥିବା ସମସ୍ୟାର ସମାଧାନ ଲାଗି ବିଜ୍ଞାନକୁ ଉପଯୋଗ କରିବାକୁ ସେ ପରାମର୍ଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନବଭାରତ ନିର୍ମାଣ ଲକ୍ଷ୍ୟ ଓ ପରିକଳ୍ପନା ଏହା ଦ୍ୱାରା ପୂରଣ ହୋଇପାରିବ ବୋଲି ଡ. ହର୍ଷବର୍ଦ୍ଧନ ଆଶାବ୍ୟକ୍ତ କରିଛନ୍ତି।
ବିଦ୍ୟାର୍ଥୀଙ୍କ ମଧ୍ୟରେ ବିଜ୍ଞାନ ପ୍ରତି ଅଧିକ ରୁଚି ସୃଷ୍ଟି କରିବା ଲାଗି ଆଇଆଇଏସ୍‍ଏଫ୍‍-୨୦୧୮ର ଆୟୋଜନ ବୋଲି ସେ କହିଛନ୍ତି। ଅତୀତରେ ଭାରତରେ ‘ବ୍ରେନ୍‍ ଡ୍ରେନ୍‍’ ହେଉଥିଲା। ଅର୍ଥାତ୍‍ ମେଧାବୀ ଛାତ୍ରଛାତ୍ରୀ ଉଚ୍ଚ ଶିକ୍ଷା ଓ ଗବେଷଣା ଲାଗି ବିଦେଶକୁ ପଳାୟନ କରୁଥିଲେ। ଏବେ ଅବସ୍ଥା ଓ ବ୍ୟବସ୍ଥାରେ ପରିବର୍ତ୍ତନ ଘଟିଛି। ଏବେ ବ୍ରେନ୍‍ ଡ୍ରେନ୍‍ ନୁହେଁ; ବ୍ରେନ୍‍ ଗେନ୍‍ ଆରମ୍ଭ ହୋଇଛି। କେବଳ ଭାରତର ମେଧାଶକ୍ତି ବିଦେଶରୁ ଏଠାକୁ ଆସୁନାହାନ୍ତି; ବରଂ ଏଠାର ଉତ୍ସାହୀ ଗବେଷକ ବିଦ୍ୟାର୍ଥୀଙ୍କ ଗବେଷଣା ଓ ଅନୁସନ୍ଧାନ ଲାଗି ଉନ୍ନତ ଭିତ୍ତିଭୂମି ସୃଷ୍ଟି ହୋଇଛି। ଏପରିକି ବହୁ ବିଦେଶୀ ବିଦ୍ୱାନ ଓ ବୈଜ୍ଞାନିକ ଭାରତକୁ ଆସି ଆମ ଯୁବପିଢ଼ିଙ୍କୁ ବିଜ୍ଞାନମନସ୍କ କାର୍ଯ୍ୟରେ ନିୟୋଜିତ ଅଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯେଉଁ ନବଭାରତ ନିର୍ମାଣର ସ୍ୱପ୍ନ ଦେଖୁଛନ୍ତି; ସେଥିରେ ସେ ଗବେଷକ ଓ ବୈଜ୍ଞାନିକମାନଙ୍କର ଅଧିକ ସହଯୋଗ ଲୋଡ଼ୁଛନ୍ତି। ଉଦ୍ୟୋଗଜଗତର ସାମାଜିକ ଉତ୍ତରଦାୟିତ୍ୱ ଭଳି ସମାଜର ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ସାମାଜିକ ବିକାଶ ଲାଗି ବୈଜ୍ଞାନିକମାନେ ମଧ୍ୟ ଅନୁରୂପ ସାମାଜିକ ଉତ୍ତରଦାୟିତ୍ୱ ଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀ ଆଶା ରଖିଥିବା ଶ୍ରୀ ହର୍ଷବର୍ଦ୍ଧନ କହିଛନ୍ତି। ଲକ୍ଷ୍ନୌର ଇନ୍ଦିରାଗାନ୍ଧୀ ପ୍ରତିଷ୍ଠାନରେ ଆୟୋଜିତ ଏହି ୪ଦିନିଆ କାର୍ଯ୍ୟକ୍ରମ ଆୟୋଜନ ପୂର୍ବରୁ ଦେଶର ୪୪ଟି ସହରର ୭୭ଟି ସ୍ଥାନରେ ବିଜ୍ଞାନ ସମ୍ବନ୍ଧୀୟ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା। ଏଥିରେ ଛାତ୍ରଛାତ୍ରୀ, ଶିକ୍ଷକ, ବୈଜ୍ଞାନିକ ଓ ଗବେଷକ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ। ଏହା ବିଜ୍ଞାନ ପ୍ରତି ସୃଷ୍ଟି ହୋଇଥିବା ଭାଗୀଦାରିତାକୁ ପ୍ରମାଣିତ କରୁଛି ବୋଲି କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଥିଲେ। ଡ. ହର୍ଷବର୍ଦ୍ଧନ ‘ନେସନାଲ ବଟାନିକାଲ ରିସର୍ଚ ଇନ୍‍ଷ୍ଟିଚ୍ୟୁଟ’ରେ ଆୟୋଜିତ ଛାତ୍ରମାନଙ୍କ ବିଜ୍ଞାନ ଗ୍ରାମ’ର ମଧ୍ୟ ଉଦ୍‍ଘାଟନ କରିଥିଲେ। ଆସନ୍ତାକାଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ, ରାଜ୍ୟପାଳ ରାମନାୟକ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ସମସ୍ତଙ୍କୁ ଉଦ୍‍ବୋଧନ ଦେବାର କାର୍ଯ୍ୟକ୍ରମ ଥିବା ହର୍ଷବର୍ଦ୍ଧନ ସୂଚନା ଦେଇଛନ୍ତି।

Hot this week

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

Related Articles

Popular Categories