ଇସ୍ରାଏଲ୍ ପ୍ରସ୍ତୁତ କଲା କୋଭିଡ୍-୧୯ ଭୂତାଣୁ ନିଷ୍କ୍ରିୟକାରୀ ପ୍ରତିଷେଧକ
ଜେରୁଜେଲମ୍ : ଇସ୍ରାଏଲ୍ ଇନ୍ଷ୍ଟିଚ୍ୟୁଟ୍ ଫର୍ ବାୟୋଲୋଜିକାଲ ରିସର୍ଚ୍ଚ(ଆଇଆଇବିଆର୍) ଏକ ଆଣ୍ଟିବଡ଼ି ବା ପ୍ରତିଷେଧକର ବିକାଶ କରିଛି, ଯାହା କୋଭିଡ୍-୧୯ ନ ଭୂତାଣୁକୁ ନିଷ୍କ୍ରିୟ କରିପାରିବ। ଗତମାସରେ ଆଇଆଇବିଆର୍ ଏହି ପ୍ରତିଷେଧକ ଉପରେ କାର୍ଯ୍ୟ ଆରମ୍ଭ କରିଥିଲା । ଏହାକୁ ଏକ ବୃହତ ସଫଳତା ବୋଲି ବର୍ଣ୍ଣନା କରି ଇସ୍ରାଏଲ୍ ପ୍ରତିରକ୍ଷାମନ୍ତ୍ରୀ କହିଛନ୍ତି ଏହି ପ୍ରତିଷେଧକ କୋଭିଡ୍-୧୯ ଭୂତାଣୁକୁ ନିଷ୍କ୍ରିୟ କରିବାରେ ସଫଳ ହେବ।
ଇତିମଧ୍ୟରେ ଇସ୍ରାଏଲ୍ ଏହାର ୟେରୁହାମ୍ ସହରରେ ଦେଶର ପ୍ରଥମ ପ୍ରତିଷେଧକ ଉତ୍ପାଦନ କେନ୍ଦ୍ର ସ୍ଥାପନ କରିବାକୁ ଯୋଜନା କରିଛି । ଜେରୁଜେଲମ୍ ପୋଷ୍ଟ ସମ୍ବାଦପତ୍ର ଖବର ଅନୁସାରେ ୟେରୁହାମ୍ ସ୍ୱାୟତ୍ତ ଶାସନ ପରିଷଦର ଜଣେ ମୁଖପାତ୍ର ଏହି ଯୋଜନା ବିଷୟରେ ଘୋଷଣା କରିଛନ୍ତି । ଆଇଆଇବିଆର୍ ଓ ଏକ ଆନ୍ତର୍ଜାତିକ ଔଷଧ ଉତ୍ପାଦନକାରୀ କମ୍ପାନି ମିଳିତ ଭାବେ ଏହା ଉପରେ କାର୍ଯ୍ୟ କରୁଛନ୍ତି । ସେହି ପ୍ରତିଷେଧକ ଉତ୍ପାଦନ କେନ୍ଦ୍ର ସ୍ଥାପନ ଯୋଜନା ଉପରେ ଆଲୋଚନା କରାଯାଇଥିବା ରିପୋର୍ଟରେ କୁହାଯାଇଛି ।
Comments are closed.