www.samajalive.in
Friday, December 12, 2025
26.1 C
Bhubaneswar

କେରଳ ଇଡୁକ୍କୀ ରାଜମାଲା ଭୂସ୍ଖଳନ ଘଟଣା : ମୃତ୍ୟୁ ସଂଖ୍ୟା ୪୨ କୁ ବୃଦ୍ଧି

ଥିରୁଅନନ୍ତପୁରମ୍‍ : କେରଳର ଇଡୁକ୍କୀ ଜିଲ୍ଲାର ରାଜମାଲା ଅଞ୍ଚଳରେ ଭୂସ୍ଖଳନରେ ମୃତ୍ୟୁ ସଂଖ୍ୟା ୪୨ କୁ ବୃଦ୍ଧି ପାଇଛି। ଶୁକ୍ରବାର ଦିନ ପ୍ରବଳ ବର୍ଷା ଯୋଗୁଁ ଘଟିଥିବା ଏହି ଅଘଟଣ ପରେ ରବିବାର ଦିନ ଆହୁରି ୧୬ଟି ମୃତଦେହ  ଉଦ୍ଧାର କରାଯାଇଛି, ଫଳରେ ମୃତକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି। ଅନ୍ୟପକ୍ଷରେ ଘଟଣାସ୍ଥଳରେ ଜାତୀୟ ବିପର୍ଯ୍ୟୟ ମୁକାବିଲା ବାହିନୀ (ଏନଡିଆରଏଫ), ପୁିଲିସ ଏବଂ ଅଗ୍ନିଶମ ବିଭାଗ ଦ୍ୱାରା ଏକ ବଡ଼ ଧରଣର ସର୍ଚ୍ଚ ଅପରେସନ ଚାଲିଛି। ସେହିପରି ସ୍ନିଫର କୁକୁରମାନଙ୍କର ମଧ୍ୟ ସାହାଯ୍ୟ ନିଆଯାଉଛି। ଅନେକ ଲୋକ ଏଠାରେ ନିଖୋଜ ଥିବା କୁହାଯାଉଛି ଏବଂ ସେମାନଙ୍କୁ ଖୋଜିବା ପାଇଁ ପ୍ରଶାସନ ଉଦ୍ଧାର ଅଭିଯାନ ଜାରି ରଖିଛି।

ସୂଚନାଯୋଗ୍ୟ, ଶୁକ୍ରବାର ଦିନ ଏଠାରେ ପ୍ରବଳ ବର୍ଷା ପରେ ଚା ବଗିଚାରେ ଭୂସ୍ଖଳନ ଘଟିଥିଲା, ଯେଉଁଥି ପାଇଁ ସେଠାରେ କାର୍ଯ୍ୟ କରୁଥିବା ଶ୍ରମିକମାନେ କାଦୁଅରେ ପୋତି ହୋଇଯାଇଥିଲେ। ପାଣିର ଦ୍ରୁତ ପ୍ରବାହ ଏବଂ ମାଟି ଓଦା ହେତୁ ସେଠାରେ ନିର୍ମିତ ଶ୍ରମିକ ବସ୍ତି ମଧ୍ୟ ନଷ୍ଟ ହୋଇଗଲା।  ଏଥିରେ  ମାଟି ତଳେ ଚାପି ହୋଇଯାଇଥିବା ଅନ୍ୟ ୧୦ ଜଣଙ୍କୁ ଉଦ୍ଧାର କରାଯାଇଥିଲା। କୁହାଯାଉଛି ଯେଉଁ ସ୍ଥାନରେ ଭୂସ୍ଖଳନ ଘଟିଛି ସେଠାରେ ୪ଟି ଶିବିରରେ ୮୦ରୁ ଅଧିକ ଶ୍ରମିକ ରହୁଥିଲେ। ତେଣୁ ମାଟିତଳେ ଆହୁରି ଅଧିକ ଶ୍ରମିକ ଫଶିଥିବା ଆଶଙ୍କା କରାଯାଉଛି।

Hot this week

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

Related Articles

Popular Categories