www.samajalive.in
Friday, December 12, 2025
19.1 C
Bhubaneswar

ପାଠପଢା ପାଇଁ ଠିକଣା ବଦଳାଉଛନ୍ତି ବିଦ୍ୟାର୍ଥୀ

ସାରନଗରୀ: କରୋନା ମହାମାରୀର ପ୍ରକୋପ ବଢିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ପୂର୍ବରୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍କୁଲ ଓ କଲେଜ ଗୁଡ଼ିକୁ ଅଗଷ୍ଟ ୩୧ ଯାଏ ବନ୍ଦ ଘୋଷଣା କରାଯାଇଛି। ଚଳିତ ମାସରେ ରାଉରକେଲା ସମେତ ଦକ୍ଷିଣ ରାଉରକେଲାରେ କରୋନା ସଂଖ୍ୟାରେ ବୃଦ୍ଧି ହେବା କାରଣରୁ ସ୍କୁଲ, କଲେଜ ଆଗକୁ ଖୋଲିବା ଉପରେ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହାକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ଅନଲାଇନ ମାଧ୍ୟମରେ ଶିକ୍ଷାଦାନ କରାଯାଉଛି। ଏପରିକି କିଛି ବେସରକାରୀ ଘରୋଇ ଶିକ୍ଷାନୁଷ୍ଠାନ ଛାତ୍ରଛାତ୍ରୀମାନଙ୍କୁ ଅନଲାଇନ ମାଧ୍ୟମରେ ଶିକ୍ଷାଦାନ କରୁଛନ୍ତି।

ଅପରପକ୍ଷରେ ସହରାଚଂଳ ଠାରୁ ଆରମ୍ଭ କରି ଗ୍ରାମାଚଂଳ ପର୍ୟ୍ୟନ୍ତ ପ୍ରାୟ ସବୁଠି ଅନଲାଇନ ଶିକ୍ଷାର ବିକଳ ଚିତ୍ର ସାମନାକୁ ଆସୁଛି। ଅନଲାଇନ ଶିକ୍ଷାରେ ଅନ୍ତରାୟ ସାଜୁଛି ଅର୍ଥ! ଗରିବ ଓ ମଧ୍ୟବିତ ଶ୍ରେଣୀର ବିଦ୍ୟାର୍ଥୀଙ୍କ ପାଇଁ ଅଭିଭାବକ ଜଣଙ୍କ ଦାମୀ ସ୍ମାର୍ଟ ମୋବାଇଲ ଫୋନ ଖଣ୍ଡିକ କିଣିବା ସମ୍ଭବପର ହେଉନାହିଁ। ନିଜ ସନ୍ତାନକୁ ଅନଲାଇନରେ ଶିକ୍ଷା ଦେବାକୁ ଆଗ୍ରହୀ କିଛି ଅଭିଭାବକଙ୍କୁ ମୋବାଇଲ କିଣିବାକୁ କେତେବେଳେ ସୁନା ବନ୍ଧା କରିବାକୁ ପଡୁଛି ତ, ପୁଣି କେବେ ଗୃହପାଳିତ ପଶୁ ଗାଈ, ଛେଳିଙ୍କୁ ଶାଗମାଛ ଦରରେ ବିକ୍ରି କରି ସ୍ମାର୍ଟ ମୋବାଇଲ ଫୋନ କିଣିବାକୁ ପଡୁଛି। ଗରିବ ଲୋକଟି ଓଳିଏ ଖାଇ ନିଜର ପିଲା ମାନଙ୍କ ଶିକ୍ଷା ପାଇଁ ଚେଷ୍ଟିତ ରହୁଛି।

- Advertisement -

ନିକଟ ଅତୀତରେ ମାଟ୍ରିକ ପରୀକ୍ଷା ଫଳ ବାହାରି ସାରିଥିବା ବେଳେ, କଲେଜ ପଢା ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି ଅନେକ ଛାତ୍ରଛାତ୍ରୀ। ହାତରେ ମୋବାଇଲ ଧରି ଅନଲାଇନରେ ଶିକ୍ଷା ଗ୍ରହଣ କରୁଛନ୍ତି। ମାତ୍ର ଅନଲାଇନରେ ବିଦ୍ୟାର୍ଥୀ ଜଣଙ୍କ ଶିକ୍ଷା ଆହରଣ କରିବା ସମୟରେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛି। ଲାଠିକଟା ବ୍ଲକର ରାମଯୋଡ଼ିରେ ମୋବାଇଲ କମ୍ପାନୀମାନଙ୍କ ନେଟୱାର୍କ କାମ କରୁ ନଥିବାରୁ ଛାତ୍ରଛାତ୍ରୀମାନେ ଗଛ, ପାହାଡ଼ ଉପରେ ରହି ଅନଲାଇନରେ ପାଠ ପଡୁଛନ୍ତି, ଯାହାକି ନିଶ୍ଚିତ ଭାବେ ବିପଦଜ୍ଜନକ! ସେହିଭଳି ସହରାଚଂଳରେ ଅନେକ ଜାଗାରେ ନେଟୱାର୍କ ସମୟ ସମୟରେ ରହୁ ନଥିବାରୁ କୋମଳମତି ଛାତ୍ରଛାତ୍ରୀ ମାନେ ସହର ନିକଟରେ ଥିବା ପାଣିଟାଙ୍କି ଅବା ଘର ଛାତ ଉପରେ ଚଢି ଅନଲାଇନରେ ଶିକ୍ଷା ଆହରଣ କରୁଛନ୍ତି। ଏଭଳି ଉଦ୍ୟମ ଯୋଗୁ ଦୁର୍ଘଟଣା ଘଟି ଛାତ୍ରଛାତ୍ରୀଙ୍କ ଜୀବନ ଯିବା ଆଶଙ୍କାକୁ ମଧ୍ୟ ଏଡାଇ ଦିଆଯାଇ ନ ପାରେ। ଏଭଳି ସ୍ଥିତିରେ ଛାତ୍ରଛାତ୍ରୀଙ୍କ ପାଠପଢାର ଉପାୟ ସହ ଠିକଣା ଏକ ପ୍ରକାର ବଦଳି ଯାଇଥିବା ବେଳେ, କରୋନା ବିଭିଷୀକା କେବେ ଦୂର ହେବା ସହ ସ୍କୁଲ, କଲେଜ ଖୋଲିବାକୁ ନେଇ ଆଶା ବାନ୍ଧି ବସିଛନ୍ତି ଏଭଳି ଛାତ୍ରଛାତ୍ରୀ।

Hot this week

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

Related Articles

Popular Categories