www.samajalive.in
Friday, December 12, 2025
17.1 C
Bhubaneswar

ଇଡ୍‌କୋ ଶିଳ୍ପାଞ୍ଚଳରେ ୭ଟି ନୂଆ ପ୍ରକଳ୍ପକୁ ଜମି ମଞ୍ଜୁର

ଭୁବନେଶ୍ୱର : ଇଡ଼କୋ ଶିଳ୍ପାଞ୍ଚଳରେ ଅଣ ଖଣିଜ କ୍ଷେତ୍ରରେ ୭ଟି ନୂତନ ପ୍ରକଳ୍ପ ପାଇଁ ଜମି ଆବଣ୍ଟନ ନିମନ୍ତେ ଆସିଥିବା ପ୍ରସ୍ତାବକୁ ମଞ୍ଜୁରି ମିଳିଛି। ଏହି ନୂଆ କମ୍ପାନୀ ଗୁଡିକରେ ପ୍ରାୟ ୩୨୦୦ ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ। ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ଜମି ଆବଣ୍ଟନ କମିଟି ବୈଠକରେ ଉପରୋକ୍ତ ପ୍ରସ୍ତାବକୁ ମଞ୍ଜୁରି ମିଳିଛି।
ସଚିବାଳୟଠରେ ଅନୁଷ୍ଠିତ ଏହି ବୈଠକରେ ଇଡ଼କୋର ମୁଖ୍ୟ ପରିଚାଳନା ନିର୍ଦେଶକ ସଞ୍ଜୟ କୁମାର ସିଂହ କମ୍ପାନୀଗୁଡ଼ିକରୁ ମିଳିଥିବା ପୁଞ୍ଜିନିବେଶ ପ୍ରସ୍ତାବ, ଆବଶ୍ୟକ ଜମି ସଂକ୍ରାନ୍ତ ତଥ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ଇଲେକଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ଶିଳ୍ପ ପାଇଁ ଆବଶ୍ୟକ ଜମି ବାବଦରେ ସଠିକ୍ ଯାଞ୍ଚ୍ ନିମନ୍ତେ ଏକ ବୈଷୟିକ ମାନଦଣ୍ଡ ପ୍ରସ୍ତୁତ କରିବାକୁ ମୁଖ୍ୟ ଶାସନ ସଚିବ ଓକାକକୁ ନିର୍ଦେଶ ଦେଇଥିଲେ।
ଇଡ଼କୋ ସି.ଏମ୍.ଡ଼ି ଶ୍ରୀ ସିଂହ କହିଥିଲେ ଯେ ଡେରାସସ୍ଥିତ ସାମୁଦ୍ରିକ ଖାଦ୍ୟ ପାର୍କ ଏବଂ ଖୋର୍ଦ୍ଧା ସ୍ଥିତ ଇନଫୋ ଭ୍ୟାଲି ଶିଳ୍ପାଞ୍ଚଳରେ ଭିତ୍ତିଭୂମି ଓ ଆନୁଷଙ୍ଗିକ ସୁବିଧା ଯୋଗାଇ ଦିଆଯିବା ଫଳରେ ଏହା ପୁଞ୍ଜିନିବେଶକାରୀକୁ ଆକୃଷ୍ଟ କରିଛି। ଏ ପର୍ଯ୍ୟନ୍ତ ଡେରାସ୍ ରେ ୧୫ଟି ଏବଂ ଇନ୍ଫୋଭାଲିରେ ୧୩ଟି ଏହିପରି ସମୁଦାୟ ୨୮ଟି ଶିଳ୍ପାନୁଷ୍ଠାନ ପାଇଁ ଜମି ଆବଣ୍ଟନ କରାଯାଇଛି । ଏହିସବୁ ଶିଳ୍ପ ମାଧ୍ୟମରେ ୧୬,୩୧୫ ରୁ ଅଧିକ ଯୁବକ ଯୁବତୀଙ୍କ ପାଇଁ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।
ମଳିଥିବା ସୂଚନାରୁ ଜଣାପଡ଼ିଛି ଯେ ଆଇ.ଟି.ସି. କମ୍ପାନୀକୁ ବିସ୍କୁଟ ଓ ସ୍ନାକ୍ସ୍ ଉତ୍ପାଦନ ପାଇଁ ଖୋର୍ଦ୍ଧା ଶିଳ୍ପାଞ୍ଚଳରେ ୫.୨୦ ଏକର, ଷ୍ଟାର ଜି.ଏସ୍.ଏମ୍ କମ୍ପାନୀକୁ ବୈଦ୍ୟୁତିକ ସରଞ୍ଜାମ ପ୍ରସ୍ତୁତି ପାଇଁ ଇନଫୋ ଭ୍ୟାଲିରେ ୫.୦୩ ଏକର, ସି.ଟି.ଇ.ଏଲ୍ ଇନ୍ଫୋସିଷ୍ଟମ୍ କମ୍ପାନୀକୁ ଇଣ୍ଟରନେଟ୍ ସଫ୍ଟୱେର ପ୍ରସ୍ତୁତି ପାଇଁ ଇନଫୋଭ୍ୟାଲିରେ ୪.୧୦ ଏକର, ସାବରୀ ଫୁଡ୍ କମ୍ପାନୀକୁ ସାମୁଦ୍ରିକ ଖାଦ୍ୟ ପ୍ରକ୍ରିୟାକରଣ ପାଇଁ ଡେରାସ୍ ଫୁଡ୍ ପାର୍କରେ ୩ ଏକର, ରାସାୟନିକ ଟେକ୍ନୋଲୋଜି ପ୍ରତିଷ୍ଠାନ ପାଇଁ ଭୁବନେଶ୍ୱରରେ ୨୦ ଏକର ଏବଂ ଓଡ଼ିଶା କୌଶଳ ବିକାଶ କର୍ତ୍ତୃପକ୍ଷଙ୍କୁ ବିଶ୍ୱ କୌଶଳ କେନ୍ଦ୍ର ପ୍ରତିଷ୍ଠା ନିମନ୍ତେ ମଞ୍ଚେଶ୍ୱରରେ ୪ ଏକର ଜମି ମଞ୍ଜୁର କରାଯାଇଛି। ଇନଫୋ ଭ୍ୟାଲିରେ ବ୍ୟାଟେରି, ଇନଭର୍ଟର ଓ ସୌର ପ୍ୟାନେଲ୍ ପ୍ରସ୍ତୁତି ନିମନ୍ତେ ଜମି ଯୋଗାଇବାକୁ ଆସିଥିବା ପ୍ରସ୍ତାବ ଅନୁଧ୍ୟାନ କରିବାକୁ ବୈଷୟିକ କମିଟିକୁ କୁହାଯାଇଛି। ଅନୁମୋଦିତ ପ୍ରକଳ୍ପଗୁଡ଼ିକ ମଧ୍ୟରୁ ୫ଟି ଶିକ୍ଷାନୁଷ୍ଠାନ ଏବଂ ଅନ୍ୟ ୨ଟି ବିଶ୍ୱ ସ୍ତରୀୟ ଶିକ୍ଷା, ଗବେଷଣା ଓ କୌଶଳ ବିକାଶ ଅନୁଷ୍ଠାନ । ୫ଟି ଶିଳ୍ପ ପ୍ରକଳ୍ପ ମାଧ୍ୟମରେ ପ୍ରାୟ ୩୦୫ କୋଟି ଟଙ୍କାର ପୁଞ୍ଜିନିବେଶ କରାଯିବ ବୋଲି କୁହାଯାଇଛି।
ବୈଠକରେ ଶିଳ୍ପ ସଚିବ ସଞ୍ଜୀବ ଚୋପ୍ରା, ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ପ୍ରମୁଖ ଶାସନ ସଚିବ ସି.ଜେ.ବେଣୁଗୋପାଳ, କୌଶଳ ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ସଚିବ ସଞ୍ଜୟ କୁମାର ସିଂହ, ଗୃହ ଓ ନଗର ଉନ୍ନୟନ ସଚିବ ଜି.ମାଥିଭାଥନନ୍, ସାଧାରଣ ପ୍ରଶାସନ ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ଏସ୍.ଏନ୍.ଗିରିଶ୍, ଓକାକର ସିଇଓ ରୁଦ୍ର ନାରାୟଣ ପଲେଇ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

Related Articles

Popular Categories