www.samajalive.in
Saturday, December 13, 2025
21.1 C
Bhubaneswar

‘ଜିମ୍‌ସାର’ରେ ଆଇସିୟୁ ସେବା ଆରମ୍ଭ

କଟକ: କଟକ ଜିଲା ଆଠଗଡ଼ ନିକଟସ୍ଥ ଲୋକସେବକ ମଣ୍ଡଳ ଓ ‘ସମାଜ’ ଦ୍ବାରା ପରିଚାଳିତ ଗୋପବନ୍ଧୁ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ (ଜିମ୍‌ସାର)ଠାରେ କୋଭିଡ୍‌ ଅବଧି ପରେ ସ୍ବତନ୍ତ୍ର ଯତ୍ନ କୋଠରି (ଆଇସିୟୁ)ରେ ପୁନର୍ବାର ସାଧାରଣ ରୋଗୀ ସେବା ଆରମ୍ଭ ହୋଇଛି। ଏଠାରେ ୫୦ ଖଟର ବ୍ୟବସ୍ଥା ଥିବାବେଳେ ଅତି ସଙ୍କଟାପନ୍ନ ରୋଗୀଙ୍କ ନିମନ୍ତେ ୧୭ଖଟ, ତା’ ପରବର୍ତ୍ତୀ ଅବସ୍ଥା ନିମନ୍ତେ ୨୩ଖଟ ଏବଂ ଜରୁରୀକାଳୀନ ସେବା ନିମନ୍ତେ ୧୦ଟି ଖଟର ବ୍ୟବସ୍ଥା କରାଯାଇଛି। ଯଥେଷ୍ଟ ସଂଖ୍ୟକ ଭେଣ୍ଟିଲେଟର, ବାଇପାସ ଭଳି ଜୀବନ ରକ୍ଷାକାରୀ ଯନ୍ତ୍ରର ବ୍ୟବସ୍ଥା ଥିଲାବେଳେ ଅଭିଜ୍ଞ ଡାକ୍ତରଙ୍କ ଦ୍ବାରା ୨୪ଘଣ୍ଟିଆ ଚିକିତ୍ସା ସୁବିଧା ଅଛି।

ଡାକ୍ତରଖାନା ପରିସରରେ ଆନୁସଙ୍ଗିକ ଔଷଧ ଦୋକାନ, ଏମ୍‌.ଆର.ଆଇ., ସି.ଟି.ସ୍କାନ, ଡିଜିଟାଲ ଏକ୍ସରେ, ଅଲଟ୍ରାସାଉଣ୍ଡ, ଇକୋ ଯନ୍ତ୍ର ଓ ନିଦାନ ବିଭାଗ ସହିତ ଅହରହ ରୋଗୀ ସେବା ମଧ୍ୟ ଉପଲବ୍ଧ। ଦୁଇ କୋଠରି ବିଶିଷ୍ଟ ଏକ ପୂର୍ଣ୍ଣାଙ୍ଗ ଓ ସ୍ବୟଂସମ୍ପୂର୍ଣ୍ଣ ଅ​‌େ​‌ସ୍ତ୍ରାପଚାର ବିଭାଗ ଏଠାରେ କାର୍ଯ୍ୟ କରୁଥିବା ବେଳେ ଅସ୍ଥିଶଲ୍ୟ, ସ୍ନାୟୁ ରୋଗ, ସ୍ତ୍ରୀ ଓ ପ୍ରସୂତି ବିଭାଗ, ଶିଶୁରୋଗ, ଦନ୍ତରୋଗ, ଶଲ୍ୟ ଚିକିତ୍ସା ଓ ଭେଷଜ ବିଭାଗର ସୁପର ସ୍ପେସିଆଲିଟି ଡାକ୍ତରଙ୍କ ଦ୍ବାରା ରୋଗୀ ସେବାର ବ୍ୟବସ୍ଥା ରହିଛି। ସରକାରଙ୍କ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅନ୍ତର୍ଭୁକ୍ତ ସମସ୍ତ ରୋଗୀ ଏଠାରେ ମାଗଣାରେ ଚିକିତ୍ସା ପାଇପାରୁଥିବା ବେଳେ ଅନ୍ୟ ରୋଗୀମାନଙ୍କ ନିମନ୍ତେ ସ୍ବଳ୍ପ ମୂଲ୍ୟରେ ତୁରନ୍ତ ଚିକିତ୍ସାର ବ୍ୟବସ୍ଥା କରାଯାଉଛି।

- Advertisement -

ଅସହାୟ ରୋଗୀଙ୍କୁ ଆବଶ୍ୟକ ସ୍ଥଳେ ‘ସମାଜ’ ରିଲିଫ କମିଟି ସହାୟତାରେ ମାଗଣା ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି। ନିକଟସ୍ଥ ଅପହଞ୍ଚ ଅଞ୍ଚଳରେ ସ୍ବାସ୍ଥ୍ୟ ଶିବିର ସହିତ ସଚେତନତା ଜାଗ୍ରତ କରାଯାଉଛି। ଉପାନ୍ତ ଅଞ୍ଚଳରେ ଗୋଟିଏ ଛାତ ତଳେ ରୋଗୀଙ୍କୁ କିପରି ସମସ୍ତ ପ୍ରକାର ଚିକିତ୍ସା ସୁବିଧା ମିଳିପାରିବ ସେଥିପ୍ରତି କର୍ତ୍ତୃପକ୍ଷ ସର୍ବଦା ଯତ୍ନଶୀଳ ଅଛନ୍ତି। ରୋଗୀସେବା କ୍ଷେତ୍ରରେ କଟକରୁ ଧବଳେଶ୍ବର ରାସ୍ତାରେ ମାତ୍ର ୧୪କିଲୋମିଟର ଦୂରରେ ଅବସ୍ଥିତ ଏହି ଗୋପବନ୍ଧୁ ଡାକ୍ତରଖାନାର ଉଦ୍ୟମ ପ୍ରଶଂସନୀୟ।

Hot this week

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

Related Articles

Popular Categories