www.samajalive.in
Friday, December 12, 2025
14.1 C
Bhubaneswar

ବିଶ୍ବକପ୍‌ ପାଇଁ ଏକ ଲକ୍ଷରୁ ଅଧିକ ମହିଳା ଟିକଟ୍‌ କିଣିଛନ୍ତି : ଆଇସିସି

ଲଣ୍ଡନ  : ଇଂଲଣ୍ଡରେ ଖେଳାଯିବାକୁ ଥିବା କ୍ରିକେଟ୍‌ ବିଶ୍ବକପ୍‌କୁ ଷ୍ଟାଡ଼ିୟମରେ ଉପଭୋଗ କରିବା ନିମନ୍ତେ ବର୍ତ୍ତମାନ ସୁଦ୍ଧା ୧ ଲକ୍ଷରୁ ଅଧିକ ମହିଳା ଟିକଟ୍‌ କିଣିଥିବା ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ତରଫରୁ ଗଣମାଧ୍ୟମକୁ ସୂଚନା ପ୍ରଦାନ କରାଯାଇଛି ।
ଏ ସଂପର୍କରେ ସୂଚନା ଦେଇ ଟୁର୍ଣ୍ଣାମେଣ୍ଟ ନିର୍ଦେଶକ ଷ୍ଟିଭ୍‌ ଏଲ୍‌ୱର୍ଥି କହିଛନ୍ତି ଚଳିତ ବିଶ୍ବକପ୍‌ ନିମନ୍ତେ ଆୟୋଜକ କମିଟି ତରଫରୁ ବ୍ୟାପକ ପ୍ରଚାର ପ୍ରସାର କରାଯାଇଥିଲା। ଯାହାର ସୁଫଳ ଟିକଟ ବିକ୍ରି କ୍ଷେତ୍ରରେ ଦେଖିବାକୁ ମିଳୁଛି। ବର୍ତ୍ତମାନ ସୁଦ୍ଧା ୨ ଲକ୍ଷରୁ ଅଧିକ ଟିକଟ୍‌ ବିକ୍ରି ହୋଇଥିବା ବେଳେ ସେଥିମଧ୍ୟରୁ ୧ ଲକ୍ଷ ଟିକଟ୍‌ କେବଳ ମହିଳା ମାନେ କିଣିଛନ୍ତି। ଏମାନଙ୍କ ମଧ୍ୟରେ କମ୍‌ ବୟସ୍କ ମହିଳା ଦର୍ଶକଙ୍କ ସଂଖ୍ୟା ବହୁତ ଅଧିକ ଥିବା ସେ ସୂଚନା ଦେଇଛନ୍ତି। ବିଶ୍ବକପ୍‌ ଦେଖିବାକୁ ୩୦ ଲକ୍ଷରୁ ଊର୍ଦ୍ଧ୍ବ ବ୍ୟକ୍ତି ଆବେଦନ କରିଥିବା ବେଳେ ନିର୍ଦ୍ଦିଷ୍ଟ କେତେକ ମ୍ୟାଚ୍ ଟିକଟ୍‌ କିଣିବାକୁ ୪ ଲକ୍ଷ ବ୍ୟକ୍ତି ଆବେଦନ କରିଥିବା ଷ୍ଟିଭ୍‌ ସୂଚନା ଦେଇଛନ୍ତି। ରାଉଣ୍ଡ ରବିନ୍‌ ଲିଗ୍‌ ଫର୍ମାଟ୍‌ରେ ଖେଳାଯିବାକୁ ଥିବା ଏହି ବିଶ୍ବକପ୍‌ରେ ୧୦ଟି ଦେଶ ଭାଗ ନେଉଛନ୍ତି। ପ୍ରତି ଦଳ ପରସ୍ପର ସହ ଖେଳିବା ପରେ ଶ୍ରେଷ୍ଠ ୪ଟି ଦଳ ସେମିଫାଇନାଲରେ ପ୍ରବେଶ କରିବେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories