www.samajalive.in
Monday, December 15, 2025
26.1 C
Bhubaneswar

ସାଉଦାମ୍ପଟନ୍‌ରେ ଖେଳାଯିବ ବିଶ୍ବ ଟେଷ୍ଟ ଚମ୍ପିଆନସିପ୍‌ ଫାଇନାଲ : ଗାଙ୍ଗୁଲି

ମୁମ୍ବଇ : ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ତରଫରୁ ଆୟୋଜିତ ବିଶ୍ବ ଟେଷ୍ଟ ଚମ୍ପିଆନସିପ୍‌ର ଫାଇନାଲରେ ଭାରତୀୟ କ୍ରିକେଟ୍‌ ଦଳର ମୁକାବିଲା ନ୍ୟୁଜିଲାଣ୍ଡ ସହ ହେବ। ଆସନ୍ତା ଜୁନ୍‌ ୧୮ରୁ ୨୨ ପର୍ଯ୍ୟନ୍ତ ଇଂଲଣ୍ଡର ସାଉଦାମ୍ପଟନ୍‌ରେ ବିଶ୍ବ ଟେଷ୍ଟ ଚମ୍ପିଆନସିପ୍‌ ଫାଇନାଲ ମ୍ୟାଚ୍‌ ଖେଳାଯିବ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି। ଏହି ଫାଇନାଲ ମ୍ୟାଚ୍‌ ଲର୍ଡସ୍‌ରେ ଖେଳାଯିବ ବୋଲି ପ୍ରଥମେ ନିଷ୍ପତ୍ତି ହୋଇଥିଲା। ତେବେ ଲଣ୍ଡନରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏହାକୁ ସାଉଦାମ୍ପଟନ୍‌କୁ ସ୍ଥାନାନ୍ତର କରା ଯାଇଥିବା ଗାଙ୍ଗୁଲି ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଏ ସଂପର୍କରେ ଆଇସିସି ତରଫରୁ ବିଧିବଦ୍ଧ ଭାବେ କୌଣସି ଘୋଷଣା କରାଯାଇ ନାହିଁ। ସାଉଦାମ୍ପଟନ ଷ୍ଟାଡ଼ିୟମ ପରିସରରେ ଏକ ହୋଟେଲ୍‌ ରହିଥିବାରୁ ସେଠାରେ ଉଭୟ ଦଳର ସଦସ୍ୟମାନେ ରହିପାରିବେ ଏବଂ ବିଶ୍ବ ଟେଷ୍ଟ ଚମ୍ପିଆନସିପ୍‌ ଫାଇନାଲ ସୁରୁଖୁରୁରେ ଆୟୋଜିତ ହୋଇପାରିବ ବୋଲି ଗାଙ୍ଗୁଲି ସୂଚନା ଦେଇଛନ୍ତି। ସେହିପରି ବିଶ୍ବ ଟେଷ୍ଟ ଚମ୍ପିଆନସିପ୍‌ ଫାଇନାଲ ଦେଖିବାକୁ ସେ ଇଂଲଣ୍ଡ ଯିବାର କାର୍ଯ୍ୟକ୍ରମ ରହିଥିବା ଗାଙ୍ଗୁଲି କହିଛନ୍ତି।
ବିଶ୍ବ ଟେଷ୍ଟ ଚମ୍ପିଆନସିପ୍‌ ଫାଇନାଲ ନିମନ୍ତେ ଭାରତୀୟ ଦଳ ଇଂଲଣ୍ଡରେ ପହଞ୍ଚିବା ପରେ ୧୪ଦିନ ସଙ୍ଗରୋଧରେ ରହିବ। ବିସିସିଆଇ ଆନୁକୂଲ୍ୟରେ ଆୟୋଜିତ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଆସନ୍ତା ମେ’ ୩୦ରେ ଶେଷ ହେବା ପରେ କିଛିଦିନ ବିଶ୍ରାମ ନେଇ ଭାରତୀୟ ଟେଷ୍ଟ ଦଳ ଜୁନ୍‌ ପ୍ରଥମ ସପ୍ତାହରେ ଇଂଲଣ୍ଡ ଅଭିମୁଖେ ଯାତ୍ରା ଆରମ୍ଭ କରିବ। ଇତିମଧ୍ୟରେ ଇଂଲଣ୍ଡ କ୍ରିକେଟ୍‌ ବୋର୍ଡ ଜୁନ୍‌ ୧ରୁ ୨୬ ପର୍ଯ୍ୟନ୍ତ ହିଲଟନ୍‌ ହୋଟେଲ୍‌କୁ ସଂପୂର୍ଣ୍ଣ ରୂପେ ବୁକ୍‌ କରି ସାରିଥିବା ବେଳେ ଫାଇନାଲ ମ୍ୟାଚ୍‌ ନିମନ୍ତେ ଜୈବ ନିରାପତ୍ତା ବଳୟ ସୃଷ୍ଟି କରିବା ନିମନ୍ତେ ଆଇସିସି ସହଯୋଗରେ ପ୍ରସ୍ତୁତି ଆରମ୍ଭ କରି ଦେଇଛି। ଇଂଲଣ୍ଡର ପାଣିପାଗକୁ ଦୃଷ୍ଟି​‌େ​‌ର ରଖି ଫାଇନାଲ ମ୍ୟାଚ୍‌ ନିମନ୍ତେ ଗୋଟିଏ ଅତିରିକ୍ତ ଦିବସ ରଖାଯାଇଛି। ଏହି ଷ୍ଟାଡ଼ିୟମରେ ୨୫ ହଜାର ଦର୍ଶକ ବସି ମ୍ୟାଚ୍‌ ଦେଖିବାର ସୁବିଧା ରହିଥିବା ବେଳେ ଫାଇନାଲ ମ୍ୟାଚ୍‌ ନିମନ୍ତେ ଦର୍ଶକଙ୍କୁ ଷ୍ଟାଡ଼ିୟମ ପ୍ରବେଶ ଅନୁମତି ମିଳିବ କି ନାହିଁ ସେ ସଂପର୍କରେ ପରବର୍ତ୍ତୀ ସମୟରେ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡ଼ିଛି। ଭାରତୀୟ ଦଳ ଇଂଲଣ୍ଡରେ ପହଞ୍ଚିବା ପରେ ସିଧାସଳଖ ସାଉଦାମ୍ପଟନ୍ ଯାଇ ହୋଟେଲ୍‌ରେ ସଙ୍ଗରୋଧରେ ରହିବ। ପ୍ରଥମ ୩ରୁ ୫ ଦିନ କାହାରକୁ ରୁମ୍‌ ବାହାରକୁ ଆସିବାକୁ ସୁଯୋଗ ମିଳିବ ନାହିଁ। ପରବର୍ତ୍ତୀ ସମୟରେ ଦଳର ଖେଳାଳିମାନେ ଅଭ୍ୟାସ କରିବାର ସୁଯୋଗ ପାଇବେ। ବିଶ୍ବ ଟେଷ୍ଟ ଚମ୍ପିଆନସିପ୍‌ ଫାଇନାଲ ଶେଷ ହେବା ପରେ ଭାରତୀୟ ଦଳ ସ୍ବଦେଶ ପ୍ରତ୍ୟାବର୍ତ୍ତନ ନ କରି ଇଂଲଣ୍ଡରେ ରହି ଘରୋଇ ଦଳ ବିପକ୍ଷରେ ଟେଷ୍ଟ ସିରିଜ୍‌ ଖେଳିବ। ଅଗଷ୍ଟ ମାସରେ ଭାରତୀୟ ଦଳ ସ୍ବଦେଶ ଫେରି ପ୍ରଥମେ ଦକ୍ଷିଣ ଆଫ୍ରିକା ଓ ପରବର୍ତ୍ତୀ ସମୟରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଦିନିକିଆ ସିରିଜ୍‌ ଖେଳିବ। ଆସନ୍ତା ଅକ୍ଟୋବରରେ ଭାରତରେ ଟ୍ବେଣ୍ଟି୨୦ ବିଶ୍ବକପ୍‌ ଆୟୋଜିତ ହେବ। ଟ୍ବେଣ୍ଟି୨୦ ବିଶ୍ବକପ୍‌ ନଭେମ୍ବରରେ ଶେଷ ହେବା ପରେ ଭାରତୀୟ ଦଳ ନ୍ୟୁଜିଲାଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍‌ ଖେଳିବ।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories