www.samajalive.in
Saturday, December 6, 2025
26.1 C
Bhubaneswar

୧୯ ବର୍ଷରୁ କମ୍‌ ବିଶ୍ବକପ୍‌ କ୍ରିକେଟ୍‌: ବାଂଲା ଖେଳାଳିଙ୍କ ଅଶୋଭନୀୟ ଆଚରଣର ତଦନ୍ତ କରିବ ଆଇସିସି

ପୋଚେଫଷ୍ଟ୍ରୁମ୍‌ : ଏଠାରେ ଖେଳା ଯାଇଥିବା ୧୯ ବର୍ଷରୁ କମ୍‌ କ୍ରିକେଟ୍‌ ବିଶ୍ବକପ୍‌ର ଫାଇନାଲରେ ଭାରତକୁ ପରାସ୍ତକରି ଚମ୍ପିଆନ୍‌ ହୋଇଥିଲା ବାଂଲାଦେଶ। ତେବେ ଫାଇନାଲ୍‌ ମ୍ୟାଚ୍‌ରେ ଜିତିବା ପରେ ବାଂଲାଦେଶ କ୍ରିକେଟର୍‌ମାନେ ଯେପରି ଅପ୍ରୀତିକର ପରିସ୍ଥିତି ସୃଷ୍ଟି କଲେ ​‌େ​‌ସ ସଂପର୍କରେ ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ତଦନ୍ତ କରିବ ବୋଲି ଜଣାପଡ଼ିଛି।

ସୂଚନାଥାଉକି ଭାରତ ଓ ବାଂଲାଦେଶ ମଧ୍ୟରେ ଖେଳାଯାଇଥିବା ଫାଇନାଲ ମ୍ୟାଚ୍‌ ଶେଷ ହେବା ପରେ ବିଜୟୀ ବାଂଲାଦେଶ ଦଳର ଖେଳାଳି ପଡ଼ିଆରେ ପ୍ରବେଶ କରିବା ସହ ଭାରତୀୟ କ୍ରିକେଟର୍‌ଙ୍କ ପ୍ରତି କଟୁ ମନ୍ତବ୍ୟ ଦେଇଥିଲେ। ଏହାକୁ ଜଣେ ଭାରତୀୟ କ୍ରିକେଟର୍‌ ବିରୋଧ କରିବା ସହ ଜଣେ ବାଂଲାଦେଶ କ୍ରିକେଟର୍‌ଙ୍କୁ ଠେଲି ଦେଇଥିଲେ। ଏହାପରେ ଉଭୟ ଦଳର ଖେଳାଳିଙ୍କ ମଧ୍ୟରେ ଠେଲାପେଲା ଆରମ୍ଭ ହୋଇଯାଇଥିଲା। ପଡ଼ିଆରେ ଉପସ୍ଥିତ ଅମ୍ପାୟାର ଓ ସପୋର୍ଟ ଷ୍ଟାଫ୍‌ ସେମାନଙ୍କୁ ଶାନ୍ତ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନଥିଲା। ଶେଷରେ ଭାରତୀୟ ଦଳର ପ୍ରଶିକ୍ଷକ ପାରସ୍‌ ମହା​‌େ​‌ମ୍ବ୍ର ଭାରତୀୟ କ୍ରିକେଟର୍‌ଙ୍କୁ ବୁଝାଇ ଡ୍ରେସିଂରୁମ୍‌କୁ ନେଇ ଆସିଥିଲେ।

- Advertisement -

ସୂଚନାଥାଉକି ଫାଇନାଲ ମ୍ୟାଚ୍‌ରେ ଭାରତୀୟ ଦଳ ବ୍ୟାଟିଂ କରୁଥିବା ବେଳେ ବାଂଲାଦେଶର ପ୍ରମୁଖ ଦ୍ରୁତ ବୋଲର ସୋରିଫୁଲ୍‌ ଇସଲାମ୍‌ କ୍ରମାଗତ ଭାବେ ଭାରତୀୟ ବ୍ୟାଟସମ୍ୟାନ୍‌ଙ୍କ ପ୍ରତି ଅପଶବ୍ଦ ବ୍ୟବହାର କରୁଥିବା ଅଭିଯୋଗ ହୋଇଥିଲା। ଫାଇନାଲ ମ୍ୟାଚ୍‌ ଶେଷ ହେବାର କିଛିସମୟ ପୂର୍ବରୁ ସୋରିଫୁଲ୍‌ ବାଉଣ୍ଡ୍ରି ଲାଇନ୍‌ ନିକଟରେ ଛିଡ଼ା ହୋଇ ବଡ଼ ପାଟିରେ ଭାରତୀୟ କ୍ରିକେଟର୍‌ଙ୍କ ପ୍ରତି କଟୁ ମନ୍ତବ୍ୟ ପ୍ରଦାନ କରୁଥିବା ଦେଖିବାକୁ ମିଳିଥିଲା।
ଫାଇନାଲ ମ୍ୟାଚ୍‌ ପରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବାଂଲାଦେଶ ଦଳର ଅଧିନାୟକ ଆକବର୍‌ ଅଲ୍ଲି କହିଛନ୍ତି ୧୯ ବର୍ଷରୁ କମ୍‌ ବିଶ୍ବକପ୍‌ ଜିତିବା ଦଳର ସ୍ବପ୍ନ ଥିଲା ଯାହାକି ସାକାର ହୋଇଛି। ତେବେ ଫାଇନାଲ ମ୍ୟାଚ୍‌ ଶେଷରେ ଯାହା ଘଟିଲା ତାହା ଦୁର୍ଭାଗ୍ୟଜନକ ଥିଲା। ଏପରି ହେବା ଅନୁଚିତ୍‌। ଅନ୍ୟପକ୍ଷରେ ଭାରତୀୟ ଦଳର ଅଧିନାୟକ ପ୍ରିୟମ ଗର୍ଗ ନିଜ ପ୍ରତିକ୍ରିୟାରେ କହିଛନ୍ତି ଫାଇନାଲ ମ୍ୟାଚ୍ ହାରିବା ପରେ ଦଳର ଖେଳାଳିମାନେ ଏହାକୁ ଗ୍ରହଣ କରି ନେଇଥିଲେ। ବିଜୟ-ପରାଜୟ ଖେଳର ଅଂଶବିଶେଷ ବୋଲି ସମସ୍ତେ ଜାଣନ୍ତି। ତେବେ ବାଂଲାଦେଶ କ୍ରିକେଟର୍‌ମାନେ ପଡ଼ିଆରେ ଯେପରି ବ୍ୟବହାର କଲେ ତାହା ଆଦୌ ଗ୍ରହଣୀୟ ନୁହେଁ।

ଘଟଣା ସଂପର୍କରେ ଭାରତୀୟ ଦଳର ମ୍ୟାନେଜର ଅନୀଲ ପଟେଲ୍‌ କହିଛନ୍ତି ଫାଇନାଲରେ ବାଂଲାଦେଶ କ୍ରିକେଟର୍‌ମାନେ ଯେପରି ବ୍ୟବହାର କରିଛନ୍ତି ତାହା ଦୁର୍ଭାଗ୍ୟଜନକ। ଏ ସଂପର୍କରେ ସେ ଅଫିସିଆଲ୍‌ ଓ ମ୍ୟାଚ୍‌ ରେଫରିଙ୍କ ସହ ଆଲୋଚନା କରିଛନ୍ତି। ଆଇସିସି ତରଫରୁ ଘଟଣାର ଭିଡିଓ ଫୁଟେଜ୍‌ ଦେଖି ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ସଂପର୍କରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ମ୍ୟାଚ୍ ରେଫରି ତାଙ୍କୁ କହିଥିବା ଅନୀଲ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories