www.samajalive.in
Saturday, December 13, 2025
26.1 C
Bhubaneswar

ସେମିରେ ଭାରତ-ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ-ଦକ୍ଷିଣ ଆଫ୍ରିକା ମୁକାବିଲା

ଡେସ୍କ : ଆଇସିସି କ୍ରିକେଟ ବିଶ୍ବକପ-୨୦୨୨୩ର ସେମିଫାଇନାଲ ଲାଇନଅପ୍ ଚୂଡାନ୍ତ ହୋଇଛି । ସବୁ କଳ୍ପନା ଜଳ୍ପନା ଓ ଆକଳନର ଅବସାନ ଘଟିଛି । ଭାରତ, ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ସେମିଫାଇନାଲରେ ପ୍ରବେଶ କରିଛନ୍ତି ।

ଆସନ୍ତା ୧୫ତାରିଖରେ ମୁମ୍ବଇର ୱାଙ୍ଖଡେ ଷ୍ଟଡିୟମରେ ପ୍ରଥମ ସେମିଫାଇନାଲ ମ୍ୟାଚ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ । ସେହିପରି ୧୬ରେ କଲକାତାର ଇଡେନ ଗାର୍ଡେନରେ ଅଷ୍ଟ୍ରେଲିଆ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ବିତୀୟ ସେମିଫାନାଲ ମୁକାବିଲା ହେବ। ୧୯ରେ ଅହମ୍ମଦାବାଦରେ ଫାଇନାଲ ମ୍ୟାଚ ଖେଳାଯିବ।

- Advertisement -

ପୂର୍ବରୁ ଭାରତ ୭ଥର ସେମିଫାଇନାଲ ଖେଳିଛି । ଚଳିତ ଥରକୁ ମିଶାଇଲେ ଭାରତ ୮ମ ଥର ପାଇଁ ସେମିଫାଇନାଲ ଖେଳିବ। ସେହିପରି ଭାରତ ୧୯୮୩ ଓ ୨୦୧୧ରେ କ୍ରିକେଟ ବିଶ୍ବକପ ଚମ୍ପିଆନ ହୋଇଥିଲା।

୨୦୧୯ ବିଶ୍ବକପର ସେମିଫାଇନାଲରେ ଭାରତ ନ୍ୟୁଜିଲାଣ୍ଡ ନିକଟରୁ ୧୮ରନରେ ପରାଜିତ ହୋଇଥିଲା। ମାଞ୍ଚେଷ୍ଟରରେ ଖେଳାଯାଇଥିବା ମ୍ୟାଚରେ ନ୍ୟୁଜିଲାଣ୍ଡ ୮ ୱିକେଟରେ ୨୩୯ରନ କରିଥିଲା। ରସ ଟେଲର ୭୪ ରନ କରିଥିବାବେଳେ ଭୁବନେଶ୍ବର କୁମାର ୩ଟି ୱିକେଟ ନେଇଥିଲେ। ଜବାବରେ ଭାରତ ୪୯.୩ ଓଭରରେ ୨୨୧ ରନରେ ଅଲ୍‌ଆଉଟ୍‌ ହୋଇଯାଇଥିଲା। ରବୀନ୍ଦ୍ର ଜାଡେଜା ୭୭ରନ କରିଥିବାବେଳେ ମ୍ୟାଟ୍‌ ହେନରୀ ୩ଟି ୱିକେଟ ନେଇଥିଲେ। ତେଣୁ ଏଥର ପ୍ରତିଶୋଧ ନେବା ପାଇଁ ଭାରତ ପାଖରେ ସୁଯୋଗ ରହିଛି।

ଅନ୍ୟ ପକ୍ଷରେ ଏ ପର୍ଯ୍ୟନ୍ତ ଅପରାଜେୟ ଥିବା ଭାରତ ରବିବାର ତାର ଶେଷ ଲିଗ୍ ମ୍ୟାଚରେ ନେଦରଲ୍ୟାଣ୍ଡସକୁ ଭେଟିବାକୁ ଯାଉଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories