www.samajalive.in
Monday, December 8, 2025
24.1 C
Bhubaneswar

ବରିଷ୍ଠ ଆଇଏଏସ୍‌ ସ୍ତରରେ ଅଦଳବଦଳ

ଭୁବନେଶ୍ୱର (ସମାଜଡିଜିଟାଲ୍‌) – ରାଜ୍ୟ ସରକାର ବରିଷ୍ଠ ଆଇଏଏସ୍‌  ସ୍ତରରେ ଅଦଳ ବଦଳ କରିଛନ୍ତି । ଦୀର୍ଘ ବର୍ଷ ଧରି ସଚିବ ସ୍ତରରେ ଅବସ୍ଥାପିତ ଅଧିକାରୀମାନଙ୍କ ବିଭାଗ ପରିବର୍ତ୍ତନ କରାଯାଇଛି । ସଂସଦୀୟ ସଚିବ ପଦରୁ ଜି ମାଥିଭାତନ୍‌ଙ୍କୁ ବଦଳ କରାଯାଇଛି ।ତାଙ୍କୁ ଏବେ ଗୋପବନ୍ଧୁ ଏକାଡେମୀର ଟ୍ରେନିଂ କୋଅର୍ଡିନେସନ୍‌ ଡିଜି ଭାବେ ଦାୟିତ୍ୱ ଦିଆଯାଇଛି । ସୁରେନ୍ଦ୍ର କୁମାରଙ୍କୁ ଏବେ ସଂସଦୀୟ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି । ଇଡ୍‌କୋଟ ଅଧ୍ୟକ୍ଷ ପଦରୁ ହେମନ୍ତ ଶର୍ମାଙ୍କୁ ସ୍ଥାନାନ୍ତର କରାଯାଇଛି । ନିକୁଞ୍ଜ ବିହାରି ଧଳଙ୍କୁ ଏବେ ଇଡକୋ ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି ।
ଭିନୀଲ୍‌ କ୍ରୀଷ୍ଣାଙ୍କୁ କ୍ରୀଡା ସଚିବ ପଦରୁ ହଟାଯାଇଛି । ଭିନୀଲ୍‌ କ୍ରୀଷ୍ଣାଙ୍କୁ ଭୂମି ଅଭିଲେଖ ଓ ବନ୍ଦୋବସ୍ତ କମିଶନର ଭାବେ ନିଯୁକ୍ତି ମିଳିଛି । ଭାସ୍କର ଜ୍ୟୋତି ଶର୍ମାଙ୍କୁ କ୍ରୀଡା ବିଭାଗର ସଚିବ ଭାବେ ନିଯୁକ୍ତି ମିଳିଛି ।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories