www.samajalive.in
Sunday, December 7, 2025
26.1 C
Bhubaneswar

ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ଆହ୍ୱାନ ଦେଲେ ମୋଦୀ

ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅଷ୍ଟ୍ରିଆର ଚାନ୍ସେଲର କାର୍ଲ ନେହାମର ଭିତ୍ତିଭୂମି, ଅଟୋମୋବାଇଲ, ଶକ୍ତି, ଇଞ୍ଜିନିୟରିଂ ଏବଂ ଷ୍ଟାର୍ଟ ଅପ୍ ସମେତ ବିଭିନ୍ନ କ୍ଷେତ୍ରର ଅଗ୍ରଣୀ ଅଷ୍ଟ୍ରୀୟ ଏବଂ ଭାରତୀୟ ସିଇଓମାନଙ୍କର ଏକ ଗୋଷ୍ଠୀକୁ ମିଳିତ ସମ୍ବୋଧିତ କରି କହିଛନ୍ତି, ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଓ ପୁଞ୍ଜିନିବେଶ ବୃଦ୍ଧି ପାଉଛି।

ଶ୍ରୀ ମୋଦୀ କହିଛନ୍ତି, ଆଗାମୀ କିଛି ବର୍ଷ ମଧ୍ୟରେ ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥବ୍ୟବସ୍ଥାରେ ପରିଣତ ହେବା ଦିଗରେ ଅଗ୍ରସର ହେଉଥିବା ବେଳେ ଭାରତରେ ଦ୍ରୁତ ଗତିରେ ଉଭା ହେଉଥିବା ସୁଯୋଗ ଉପରେ ଅଷ୍ଟ୍ରିଆର ବ୍ୟବସାୟୀ ଅଂଶୀଦାରମାନେ ଦୃଷ୍ଟି ଦେବା ଉଚିତ। ସେ ବିଶ୍ୱର ପ୍ରମୁଖ ଉଦ୍ୟୋଗଗୁଡ଼ିକୁ ଭାରତ ପ୍ରତି ଆକୃଷ୍ଟ କରୁଥିବା ବ୍ୟବସାୟିକ ସୁଗମତାରେ ଉନ୍ନତି ଆଣିବା ପାଇଁ ସରକାର ଗ୍ରହଣ କରିଥିବା ପଦକ୍ଷେପ ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

- Advertisement -

ଭାରତର ଶକ୍ତିକୁ ଦେଖି, ପ୍ରଧାନମନ୍ତ୍ରୀ ଅଷ୍ଟ୍ରିଆର ପ୍ରମୁଖ କମ୍ପାନୀଗୁଡ଼ିକୁ ଘରୋଇ ଓ ଅନ୍ତର୍ଜାତୀୟ ବଜାର ପାଇଁ ତଥା ବୈଶ୍ୱିକ ଯୋଗାଣ ଶୃଙ୍ଖଳା ଲକ୍ଷ୍ୟ ରୂପରେ ମେକ୍ ଇନ୍ ଇଣ୍ଡିଆ କାର୍ଯ୍ୟକ୍ରମର ଅଧୀନରେ ଉଚ୍ଚ ଗୁଣବତ୍ତା ଓ ଶସ୍ତା ଉତ୍ପାଦନ ଲାଗି ଭାରତୀୟ ଆର୍ଥିକ ପରିଦୃଶ୍ୟର ଲାଭ ଉଠାଇବାକୁ ଅନୁରୋଧ କରିଥିଲେ। ଏହି ପରିପ୍ରେକ୍ଷୀରେ ସେମିକଣ୍ଡକ୍ଟର, ମେଡିକାଲ ଡିଭାଇସ୍, ସୌର ପିଭି ସେଲ୍ ଆଦି କ୍ଷେତ୍ରରେ ବିଶ୍ୱସ୍ତରୀୟ ଉତ୍ପାଦନକାରୀ କମ୍ପାନିଗୁଡ଼ିକୁ ଆକୃଷ୍ଟ କରିବା ପାଇଁ ଭାରତର ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ ଯୋଜନା ବିଷୟରେ ସେ କହିଥିଲେ।

Hot this week

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

Related Articles

Popular Categories