କରୋନା ଯୋଦ୍ଧାଙ୍କ ଲାଗି ହାଇଡ଼୍ରୋକ୍ସିକ୍ଲୋରୋକ୍ବିନ୍ ଅନିବାର୍ଯ୍ୟ: ଆଇସିଏମ୍ଆର୍
୮ ସପ୍ତାହରେ ଖାଇବାକୁ ପଡ଼ିବ ମୋଟ ୧୧ଟି ଟାବଲେଟ
ନୂଆଦିଲ୍ଲୀ: କରୋନା ସଂକ୍ରମିତଙ୍କ ଚିକିତ୍ସା ନିମନ୍ତେ ହାଇଡ଼୍ରୋକ୍ସିକ୍ଲୋରୋକ୍ବିନର ଉପାଦେୟତା ଏବେ ବି ଏକ ପ୍ରଶ୍ନ ହୋଇ ଉଭା ହୋଇଛି । ଆମେରିକା ଚିକିତ୍ସାବିତ୍ ଓ ଆମେରିକା ରାଷ୍ଟ୍ରପତି କରୋନା ସଂକ୍ରମଣକୁ ରୋକିବା ଏବଂ ଏଥିରୁ ସୁସ୍ଥ ହେବା ପାଇଁ ହାଇଡ଼୍ରୋକ୍ସିକ୍ଲୋରୋକ୍ବିନ ଉପଯୁକ୍ତ ବୋଲି ଦାବି କରୁଛନ୍ତି । ଅନ୍ୟପକ୍ଷରେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଏହି ଔଷଧ ଉପରେ କଟକଣା ଜାରି ରଖିଛି । ଏହି ସ୍ଥିତିରେ ଭାରତ ବିଶ୍ବସ୍ବାସ୍ଥ୍ୟ ସଙ୍ଗଠନ କଟକଣାକୁ ଗ୍ରହଣ କରିବ ନାହିଁ ଏବଂ ଆମେରିକା ପରି କରୋନା ସଂକ୍ରମିତଙ୍କ ଚିକିତ୍ସା ଏବଂ କରୋନା ରୋଗୀଙ୍କ ଚିକିତ୍ସା କରୁଥିବା ସ୍ବାସ୍ଥ୍ୟ କର୍ମୀମାନେ ହାଇଡ଼୍ରୋକ୍ସିକ୍ଲୋରୋକ୍ବିନ ସେବନ କରିବେ ବୋଲି ନିଷ୍ପତ୍ତି ନେଇଛି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଆଇସିଏମ୍ଆର୍ ମହାନିର୍ଦେଶକ ଏହା ସ୍ପଷ୍ଟ କରିଛନ୍ତି ।
Lot of drugs are being repurposed for #COVID19…Taking biological plausibility, in-vitro data&safety of this drug (HCQ), we recommened it under strict medical supervision…Based on risk benefit we found that possibly we should not deny our health workers from using it: DG, ICMR pic.twitter.com/f8LEpK9F1a
— ANI (@ANI) May 26, 2020
ମ୍ୟାଲେରିଆରୁ ମୁକ୍ତି ନିମନ୍ତେ ହାଇଡ଼୍ରୋକ୍ସିକ୍ଲୋରୋକ୍ବିନ ବହୁ ପୂର୍ବରୁ ଭାରତରେ ପ୍ରଚଳିତ ଏବଂ ଆଣ୍ଟିଭାଇରାଲ ଡ଼୍ରଗ ଭାବରେ ଏହା ଭାରତରେ ବେଶ୍ ଲୋକପ୍ରିୟ । ଆମେରିକା ସରକାର ଏହାକୁ ଗ୍ରହଣ କରିଛନ୍ତି ଓ ଇନ୍-ଭିଟୋ ଡାଟା ଅନୁସାରେ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍ ସେବନ ସୁରକ୍ଷିତ ବୋଲି କୁହାଯାଉଛି । ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍ କୋଭିଡ୍ ରୋଗୀଙ୍କ ଉପରେ କାମ କରୁଛି ଓ ପାର୍ଶ୍ୱ ପ୍ରତିକ୍ରିୟା ସେପରି କିଛି ଆସୁଥିବା ଏଯାଏ ଜଣା ପଡ଼ିନାହିଁ । ତେଣୁ କରୋନା ଯୋଦ୍ଧାଙ୍କୁ ପ୍ରଥମ ଦିନ ୨ଟି ଟାବଲେଟ୍ ଓ ସପ୍ତାହ ପରେ ଆଉ ଗୋଟିଏ ବଟିକା ଖାଇବାକୁ ପଡ଼ିବ । ଏହାପରେ ପ୍ରତି ସପ୍ତାହରେ ଗୋଟିଏ ଲେଖାଏଁ ବଟିକା ୮ ସପ୍ତାହ ଯାଏ ଖାଇବାକୁ ହେବ ବୋଲି ଆଇସିଏମଆର୍ ଡିଜି କହିଛନ୍ତି ।
Comments are closed.