www.samajalive.in
Saturday, December 13, 2025
17.1 C
Bhubaneswar

ସରକାର କଲେ ୩ ମାସ ଟିକସ ଛାଡ଼: ଖୁବ୍ ଶୀଘ୍ର ରାଜ୍ୟରେ ଗଡ଼ିବ ଘରୋଇ ବସ

ଭୁବନେଶ୍ବର: ଘରୋଇ ବସ୍ ଚଳାଚଳ ନେଇ ସୃଷ୍ଟି ଅଚଳାବସ୍ଥା କିଛି ପରିମାଣରେ ଦୂରହୋଇଛି । ବସ୍ ମାଲିକ ସଂଘ ଓ ସରକାରଙ୍କ ମଧ୍ୟରେ ଆଜି ଆଲୋଚନା ପରେ ଆସନ୍ତାକାଲି ଏ ସମ୍ପର୍କରେ କିଛି ନିଷ୍ପତ୍ତି ହୋଇପାରେ ବୋଲି ଅନୁମାନ କରାଯାଉଛି । ସରକାର ସବୁଜ ସଙ୍କେତ ଦେବା ସତ୍ତ୍ବେ ଘରୋଇ ବସ୍ ମାଲିକ ଗାଡ଼ି ଚଳାଇବାକୁ ଅନିଚ୍ଛା ପ୍ରକାଶ କରିଥିଲେ । ଅଧା ମାସରୁ ଗାଡ଼ି ଚଳାଇଲେ ପୁରା ମାସର ଟିକସ ଦେବାକୁ ପଡ଼ିବ ବୋଲି ଆଶଙ୍କା କରିଥିଲେ । ଏ ସମ୍ପର୍କରେ ଆଜି ବୈଠକରେ ଆଲୋଚନା ହୋଇଛି । ପରିବହନ ବିଭାଗ ତରଫରୁ ୩ ମାସ ପାଇଁ ବସର ରୋଡ୍ ଟ୍ୟାକ୍ସ୍ ଛାଡ କରାଯାଇଛି । ଏପ୍ରିଲ, ମେ ଓ ଜୁନ୍ ମାସ ପାଇଁ ବସ୍ ମାଲିକଙ୍କୁ ରୋଡ଼ ଟ୍ୟାକ୍ସ ଦେବାକୁ ପଡ଼ିବ ନାହିଁ । ଏହାପରେ ରାଜ୍ୟରେ ଘରୋଇ ବସ୍ ଚଳାଚଳ ସ୍ବାଭାବିକ ହେବ ବୋଲି ଆଶା କରାଯାଉଛି ।

ଆଜି ଘରୋଇ ବସ୍ ସଂଘ ସହ  ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ବସ୍ ଚଳାଚଳ ନେଇ ଆଲୋଚନା କରିଛନ୍ତି । ଆଲୋଚନାରେ ସଂଘ ପକ୍ଷରୁ କିଛି ସର୍ତ ରଖାଯାଇଛି । ଯେତିକି ସିଟ୍ ସେତିକି ଯାତ୍ରୀ ବ୍ୟବସ୍ଥାରେ ସଂଘ ଖୁସି ନୁହେଁ । ତେଣୁ ଏହାଉପରେ ସରକାର କୋହଳ ମନୋଭାବ ପୋଷଣ କରିବାକୁ ସଂଘ ଦାବି କରିଛି । ସେହିପରି ଲକ୍ ଡ଼ାଉନ ୨ମାସର ଗାଡ଼ି ଟିକସ ନେଇ ମଧ୍ୟ ସଂଘ ମନ୍ତ୍ରୀଙ୍କ ସହ ଆଲୋଚନା କରିଥିବା ଜଣାପଡ଼ିଛି । ଆଲୋଚନା ସକାରାତ୍ମକ ରହିଛି ବୋଲି ଉଭୟ ପକ୍ଷରୁ କୁହାଯାଇଛି । ତେବେ କେଉଁଦିନ ନିର୍ଦିଷ୍ଟ ବସ ଚଳାଚଳ କରିବ ତାହା ଜଣାପଡ଼ିନାହିଁ । ଆଞ୍ଚଳିକ ସଂଘର କର୍ମକର୍ତ୍ତାଙ୍କ ସହ ଆଲୋଚନା ପରେ ରାଜ୍ୟ ସଂଘ ଏ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନେବ ବୋଲି ସୂଚନା ମିଳିଛି । ଅନ୍ୟପକ୍ଷରେ ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ଯେ ସଂଘର ଅନୁରୋଧକ୍ରମେ ପରିବହନ ବିଭାଗ ୩ ମାସ ପାଇଁ ରୋଡ଼ ଟ୍ୟାକ୍ସ ଛାଡ଼ କରିଛି । ତେଣୁ ଗାଡ଼ି ଚଳାଚଳ ଖୁବ୍ ଶୀଘ୍ର ସ୍ବାଭାବିକ ହେବ ବୋଲି ସେ କହିଛନ୍ତି ।

- Advertisement -

ଅନ୍ୟପକ୍ଷରେ ଆଜି ଦ୍ଵୈତ ନଗରୀରେ ’ମୋ ବସ୍’ ଚଳାଚଳ ଆରମ୍ଭ ହୋଇଛି । ଆଜି ସକାଳ ୭ଟାରୁ ରାଜଧାନୀରୁ ଖୋର୍ଧା, କଟକ ଓ ରାଜଧାନୀର ବିଭିନ୍ନ ସ୍ଥାନକୁ ଗାଡ଼ି ଗଡ଼ିଛି । ଏୟାରପୋର୍ଟରୁ ସିଡିଏ, ନନ୍ଦନ ବିହାରରୁ ଲିଙ୍ଗିପୁର, ମାଷ୍ଟର କ୍ୟାଣ୍ଟିନରୁ ସିଡିଏ । ସେହିପରି ମାଷ୍ଟରକ୍ୟାଣ୍ଟିନରୁ ଖୋର୍ଧା, ମାଷ୍ଟର କ୍ୟାଣ୍ଟିନରୁ ସମ୍ ହସ୍ପିଟାଲ, ମାଷ୍ଟରକ୍ୟାଣ୍ଟିନରୁ ଏମସ୍ ଓ ଡୁମୁଡୁମାରୁ ମଞ୍ଚେଶ୍ୱର ବସ ଚଳାଚଳ କରିଛି । ତେବେ ଏହି ବସଗୁଡ଼ିକରେ ସେତେ ଭିଡ଼ ଦେଖିବାକୁ ମିଳିନାହିଁ । ଯାତ୍ରୀମାନଙ୍କ ନିମନ୍ତେ ମାସ୍କ ପରିଧାନକୁ ବାଧ୍ୟତାମୂଳକ କରାଯାଇଛି ।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories