www.samajalive.in
Thursday, December 11, 2025
14.1 C
Bhubaneswar

ସୀମାରେ ଚୀନର ହରକତ: ପ୍ରତିରକ୍ଷାମନ୍ତ୍ରୀ, ତିନି ସେନା ପ୍ରମୁଖଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଜରୁରୀ ବୈଠକ

ନୂଆଦିଲ୍ଲୀ: ସୀମାରେ ଚୀନ୍ ସେନାର ହରକତ୍ ବଢ଼ୁଛି । ଗତ କିଛି ସପ୍ତାହ ହେଲା ଭାରତ ସୀମା ଭିତରକୁ ଚୀନ ସେନା ଅନୁପ୍ରବେଶ କରିବା ଓ ହେଲିକପ୍ଟର ଛାଡ଼ିବା ଘଟଣାରେ ଭାରତ ପ୍ରତିବାଦ କରିଛି । ଏହା ସତ୍ବେ ଚୀନ ଚେତୁନାହିଁ । ସୀମାନ୍ତରେ ସେନା ଛାଉଣୀ ଲଗାଇବା, ହେଲିକପ୍ଟର ମୁତୟନ କରିବା ଏବଂ ୪ ଲେନ୍ ରାସ୍ତା ନିର୍ମାଣ କରି ଭାରତକୁ ବାରମ୍ବାର ଉସୁକାଉଛି । ଆଜି ଚୀନ ସେନା ଭାରତୀୟ ସେନାଙ୍କ ଉପରକୁ ପଥର ମାଡ଼ କରିଥିବା ସୂଚନା ମିଳିଛି । ଭାରତ ପକ୍ଷରୁ ଚୀନା ସେନାଙ୍କୁ ଅନୁରୂପ ଜବାବ ଦିଆଯାଇଛି । ଏହି ସ୍ଥିତିରେ ଲାଦାଖର ସ୍ଥିତି ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ସିଡ଼ିଏସ୍ ମୁଖ୍ୟ ବିପିନ ରାୱତ ଏବଂ ତିନି ସେନା ପ୍ରମୁଖଙ୍କ ସହ ଆଲୋଚନା କରିଛନ୍ତି ।

- Advertisement -

ଗତ କିଛିଦିନ ହେଲା  ଲଦାଖ ପଶ୍ଚିମ ସେକ୍ଟର,  ଉତ୍ତର ସିକ୍କିମ ପୂର୍ବ ସେକ୍ଟର ଓ ଉତ୍ତରାଖଣ୍ଡ ନିକଟରେ ୨ ଦେଶ ମୁହାଁମୁହିଁ ହୋଇଛନ୍ତି ।  ମେ ପ୍ରଥମ ସପ୍ତାହରେ ସେନା ମୁହାଁମୁହିଁ ସ୍ଥିତିକୁ ଚାଲି ଆସିଥିଲେ । ଏପରିକି ସୀମାରେ ଚୀନ ହେଲିକପ୍ଟର ଉଡ଼ିବା ପରେ ଭାରତ ମଧ୍ୟ ଯୁଦ୍ଧ ବିମାନ ଉଡ଼ାଇବାକୁ ବାଧ୍ୟ ହୋଇଥିଲା । ତେଣୁ ବାସ୍ତବରେ ସେଠାରେ ସ୍ଥିତି ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଲୋଚନା କରିଥିବା ଜଣାପଡ଼ିଛି । ଲଦାଖରେ ଚୀନ ପକ୍ଷରୁ ବାରମ୍ବାର ସୈନିକଙ୍କ ସଂଖ୍ୟା ବଢ଼ାଯାଉଛି । ଏହାକୁ ଦେଖି ଭାରତ ଏବେ ସେଠାରେ ସଂଖ୍ୟା ବଢ଼ାଇବାକୁ ଆରମ୍ଭ କରିଛି ।  ଚୀନା ସେନା-ଭାରତୀୟ ସେନା ମୁହାଁମୁହିଁ ହେବା ପରେ ପରିସ୍ଥିତି ଜଟିଳ ହେବାରେ ଲାଗିଛି ।

Hot this week

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

Related Articles

Popular Categories